News18 Odia Digital
ଭୁବନେଶ୍ୱର: ଲକଡାଉନ୍ ସରି ଅନଲକ୍-୧ ଆରମ୍ଭ ହୋଇଥିବାରୁ ଓ କରୋନା କଟକଣା କେତେକାଂଶରେ କୋହଳ ହୋଇଥିବାରୁ ଏବେ ରାଜ୍ୟ ଭିତରେ ପାଞ୍ଚଟି ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରିବାର ବ୍ୟବସ୍ଥା ହେଉଛି । ଜୁନ ୮ରୁ ୩୦ ତାରିଖ ମଧ୍ୟରେ ଗଡ଼ିବ ଏହି ପାଞ୍ଚଟି ସ୍ବତନ୍ତ୍ର ଟ୍ରେନ୍ । ଏହା ଦ୍ୱାରା ଲୋକଙ୍କୁ ରାଜ୍ୟ ଭିତରେ ଗୋଟିଏ ସ୍ଯାନରୁ ଅନ୍ୟ ସ୍ଥାନକୁ ଯିବା ଆସିବାରେ ବହୁତ ସୁବିଧା ହେବ ।
ସମ୍ବଲପୁର ଓ ଖୋର୍ଦ୍ଧା ରୋଡ୍ ମଧ୍ୟରେ ଚାଲିବ ଏକ ସ୍ବତନ୍ତ୍ର ଟ୍ରେନ୍ । ଏହି ଟ୍ରେନଟି ସମ୍ବଲପୁରରୁ ସକାଳ ୬ଟା ଓ ଖୋର୍ଦ୍ଧା ରୋଡ୍ରୁ ଅପରାହ୍ଣ ୪ଟା ୫୫ରେ ଛାଡ଼ିବ । ଶନିବାର ଓ ରବିବାର ଏହି ଟ୍ରେନ ଚଳାଚଳ କରିବ ନାହିଁ । ସେହି ପରି ଭୁବନେଶ୍ବର ଓ ବଲାଙ୍ଗିର ମଧ୍ୟରେ ଚାଲିବ ଆଉ ଏକ ସ୍ବତନ୍ତ୍ର ଟ୍ରେନ୍ । ଏହି ଟ୍ରେନ୍ ଭୁବନେଶ୍ବରରୁ ସକାଳ ୬.୩୦ ଓ ବଲାଙ୍ଗିରରୁ ଦିନ ୨ଟା ୪୫ରେ ଛାଡ଼ିବ । ଶନିବାର ଓ ରବିବାର ଏହି ଟ୍ରେନ ଚଳାଚଳ କରିବ ନାହିଁ ।
ଭୁବନେଶ୍ବର ଓ ଭଦ୍ରକ ମଧ୍ୟରେ ବି ଚାଲିବ ଏକ ସ୍ବତନ୍ତ୍ର ଟ୍ରେନ୍ । ଭୁବନେଶ୍ବରରୁ ସନ୍ଧ୍ୟା ୬ଟା ଓ ଭଦ୍ରକରୁ ସକାଳ ୭.୩୦ରେ ଛାଡ଼ିବ ଏହି ଟ୍ରେନ୍ । ଶନିବାର ଓ ରବିବାର ଏହି ଟ୍ରେନ ଚଳାଚଳ କରିବ ନାହିଁ । ସେମିତି ଭୁବନେଶ୍ବର ଓ ବ୍ରହ୍ମପୁର ମଧ୍ୟରେ ଚାଲିବ ଏକ ସ୍ବତନ୍ତ୍ର ଟ୍ରେନ୍ । ଭୁବନେଶ୍ବରରୁ ଏହା ସନ୍ଧ୍ୟା ୫ଟା ୩୦ ଓ ବ୍ରହ୍ମପୁରରୁ ସକାଳ ୭ଟାରେ ଛାଡ଼ିବ । ଶନିବାର ଓ ରବିବାର ଏହି ଟ୍ରେନ ଚଳାଚଳ କରିବ ନାହିଁ ।

ଟ୍ରେନ ଯାତ୍ରୀମାନଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।
ଭୁବନେଶ୍ବର ଓ କୋରାପୁଟ ମଧ୍ୟରେ ଚାଲିବ ଏକ ସ୍ବତନ୍ତ୍ର ଟ୍ରେନ୍ । ଭୁବନେଶ୍ବରରୁ ସନ୍ଧ୍ୟା ୬ଟା ୩୦ ଓ କୋରାପୁଟରୁ ସନ୍ଧ୍ୟା ୫ଟା ୩୦ରେ ଛାଡ଼ିବ ଏହି ଟ୍ରେନ୍ । ଭୁବନେଶ୍ବରରୁ ଏହି ଟ୍ରେନ୍ ସୋମବାର, ବୁଧବାର ଓ ଶୁକ୍ରବାର ଦିନ ଚାଲିବ । କୋରାପୁଟରୁ ମଙ୍ଗଳବାର, ଗୁରୁବାର ଓ ରବିବାର ଦିନ ଚାଲିବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି ।
ଚୀନ୍ ବିଷୟରେ ଆପଣଙ୍କ ମତ କଣ? ଦୟାକରି ଦୁଇ ମିନିଟ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ ।
ଏହା ବି ପଢ଼ନ୍ତୁ:
ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!
ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍
କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି
ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’
ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ
ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ
‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ
ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ
ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ
ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ
ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍
ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍
ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା
କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ
କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ