ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଆନ୍ଧ୍ର ପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୫ ଓଡ଼ିଆଙ୍କ ମୃତ୍ୟୁ; ପୋଲରୁ ଖସି ପଡ଼ିଲା କାର୍

ଆନ୍ଧ୍ର ପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୫ ଓଡ଼ିଆଙ୍କ ମୃତ୍ୟୁ; ପୋଲରୁ ଖସି ପଡ଼ିଲା କାର୍

ଆନ୍ଧ୍ର ପ୍ରଦେଶର ସୀମାଞ୍ଚଳରୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । କାରଟି ଭାରସାମ୍ୟ ହରାଇ କୋଟପାଲି ଗ୍ରାମ ନିକଟରେ ଥିବା ମହେନ୍ଦ୍ରତନୟା ବ୍ରିଜ ତଳକୁ ଖସିପଡ଼ିଥିଲା । କାରରେ ମୋଟ ଛଅ ଜଣ ଯାତ୍ରୀ ଥିଲେ ।

ଆନ୍ଧ୍ର ପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୫ ଓଡ଼ିଆଙ୍କ ମୃତ୍ୟୁ; ପୋଲରୁ ଖସି ପଡ଼ିଲା କାର୍
ମୃତକମାନଙ୍କ ଶରୀର ପୋଲ ତଳୁ ବାହାରକୁ ଆଣୁଛନ୍ତି ପୋଲିସ କର୍ମୀ ।
  • News18 Odia
  • Last Updated: January 4, 2020, 11:48 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବ୍ରହ୍ମପୁର: ଆନ୍ଧ୍ର ପ୍ରଦେଶରେ ଏକ ମର୍ମନ୍ତୁଦ କାର୍‌ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ସମସ୍ତ ମୃତକ ବ୍ରହ୍ମପୁର ଅଞ୍ଚଳର ହୋଇଥିବା ସୂଚନା ମିଳିଛି ।

ଏହି ସଡ଼କ ଦୁର୍ଘଟଣା ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର କୋଟପଲି ଗାଁ ନିକଟରେ ଘଟିଥିଲା । ମଞ୍ଜୁସା ନିକଟରେ ଏକ ପୋଲ ତଳକୁ କାରଟି ଖସି ପଡ଼ିବାରୁ ଏହି ଦୁର୍ଘଟଣା ଘଟିଥିଲା । କାର୍‌ରେ ଥିବା ୫ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛି ।

ମୃତକମାନଙ୍କ ମଧ୍ୟରେ ତିନିଜଣ ମହିଳା ଓ ଜଣେ ତିନି-ଚ଼ାରି ବର୍ଷର ପିଲା ଅଛନ୍ତି ।

ଆନ୍ଧ୍ର ପ୍ରଦେଶର ସୀମାଞ୍ଚଳରୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଆଜି ସକାଳ ୭ଟା ବେଳେ କାରଟି ଭାରସାମ୍ୟ ହରାଇ କୋଟପାଲି ଗ୍ରାମ ନିକଟରେ ଥିବା ମହେନ୍ଦ୍ରତନୟା ବ୍ରିଜ ତଳକୁ ଖସିପଡ଼ିଥିଲା ।

ଦୁର୍ଘଟଣାଗ୍ରସ୍ତ କାର୍ଟିକୁ କ୍ରେନ୍ ଦ୍ୱାରା ପୋଲ ତଳୁ ଉଠାଯାଉଛି ।


କାରରେ ମୋଟ ଛଅ ଜଣ ଯାତ୍ରୀ ଥିଲେ । ଗୁରୁତରଭାବେ ଆହତ ହୋଇଥିବା ବ୍ୟକ୍ତି ଜଣକୁ ପଲସା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
Published by: Anand Shankar Thankur Das
First published: January 4, 2020, 11:48 AM IST