News18 Odia Digital
ଝାରସୁଗୁଡ଼ା: ଏକା ଥରେ ଗୋଟିଏ ପରିବାରର ପାଞ୍ଚ ଜଣ ସଦସ୍ୟ ଆତ୍ମହତ୍ୟା ଉଦ୍ୟମ କରି ଏବେ ଗୁରୁତର ସ୍ଥିତିରେ ହସପିଟାଲରେ ଅଛନ୍ତି । ଏହି ଅଭାବନୀୟ ଘଟଣା ଘଟିଛି ଝାରସୁଗୁଡ଼ା ବିଟିଏମ୍ ଫାଣ୍ଡି ଅନ୍ତର୍ଗତ ଲହଣ୍ଡାବୁଡ଼ରେ । ତିନି ଉଭଣୀ, ଜଣେ ଭାଇ ଓ ସେମାନଙ୍କ ମାଆ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।
ପୋଲିସ୍ ଖବର ପାଇ ସେମାନଙ୍କ ଘରେ ପହଞ୍ଚି ବିଷର ପ୍ରଭାବରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ପାଞ୍ଚ ଜଣ ପରିବାର ସଦସ୍ୟଙ୍କୁ ତୁରନ୍ତ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ହସପିଟାଲକୁ ଅଣାଇଥିଲା । ସେଠାରେ ସେମାନଙ୍କ ଚିକିତ୍ସା ଚାଲିଛି । ପାଞ୍ଚ ଜଣଙ୍କ ମଧ୍ୟରୁ ଜଣକର ଅବସ୍ଥା ଗୁରୁତର ହୋଇଠିବାରୁ ତାଙ୍କୁ ବୁର୍ଲା ମେଡିକାଲ କଲେଜ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି ।
‘‘ପ୍ରାଥମିକ ପଚରାଉଚରାରୁ ଜଣାପଡ଼ିଛି ଯେ ଜଣେ ପରିବାର ସଦସ୍ୟଙ୍କର ସଡ଼କ ଦୁର୍ଘଟଣା ପରେ ଚିକିତ୍ସା ସମୟରେ ଗତ କାଲି ମୃତ୍ୟୁ ହେବା ପରେ ସେହି ପରିବାରର ବାକି ପାଞ୍ଚ ଜଣ ସଦସ୍ୟ ସାମୁହିକ ଭାବେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । କୌଣସି ବିଷାକ୍ତ ତରଳ ପଦାର୍ଥ ପିଇଦେଇଛନ୍ତି ମୃତ ବ୍ୟକ୍ତିଙ୍କ ତିନି ଭଉଣୀ, ଜଣେ ଭାଇ ଓ ମାଆ,’’ କହିଛନ୍ତି ବିଟିଏମ୍ ଫାଣ୍ଡିର ଭାରପ୍ରାପ୍ତ ପୋଲିସ୍ ଅଧିକାରୀ ସୁଚିସ୍ମିତା ମହାନ୍ତି । ତିନି ଭଉଣୀଙ୍କ ମଧ୍ୟରୁ ଜଣେ ବିଷ ପିଇବା ପୂର୍ବରୁ ଗଳାରେ ଦଉଡ଼ି ଲଗେଇ ଫାଶୀ ଉଦ୍ୟମ କରିଥିବା ମଧ୍ୟ ଜଣାପଡ଼ିଛି ।

ଆତ୍ମହତ୍ୟା ଉଦ୍ୟମର ଖବର ପାଇ ପୋଲିସ୍ ଓ ପ୍ରଶାସନିକ ଅଧିକାରୀ ତୁରନ୍ତ ଆହତମାନଙ୍କୁ ହସପିଟାଲ ଅଣାଇଥିଲେ ।
ପୋଲିସର କହିବା ଅନୁସାରେ ଡିସେମ୍ବର ୨୦୧୮ରେ ଦୀପକ ବିଶ୍ବାଳ ଝାରସୁଗୁଡ଼ାରେ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଆମରି ହସପିଟାଲରେ ଚିକିତ୍ସିତ ହେଉଥିଲେ । ସେଠାରୁ ଜୁନ୍ ୨୦୧୯ରେ ଘରକୁ ଆସି ଘରେ ଔଷଧ ଖାଉଥିଲେ ଓ ଚିକିତ୍ସାରେ ଥିଲେ । ଗତ କାଲି ରାତିରେ ତାଙ୍କ ଦେହ ହଠାତ୍ ଖରାପ ହେବାରୁ ତାଙ୍କୁ ସମଲେଶ୍ୱରୀ ହସପିଟାଲକୁ ନିଆଯାଇଥିଲା । ସେଠାରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ପରିବାର ସଦସ୍ୟମାନେ ତାଙ୍କ ମୃତ ଦେହ ଘରକୁ ଆଣିଥିଲେ । ସେମାନେ ଏହି ଦୁଃଖରେ ଭାଙ୍ଗି ପଡ଼ି ସାମୁହିକ ଆତ୍ମହତ୍ୟା ନିଷ୍ପତ୍ତି ନେଇଥିଲେ ଓ ବିଷ ପାଇଦେଇଥିଲେ ।
‘‘ଆମେ ପାଞ୍ଚ ଭାଇ ଭଉଣୀ ପରସ୍ପରର ବହୁତ କ୍ଲୋଜ୍ । ଆମେ ପିଲାବେଳୁ ନିଷ୍ପତ୍ତି ନେଇଥିଲୁ ଯେ ଯଦି ଆମ ଭିତରୁ ଜଣେ କେହି ଚାଲିଯାଏ ତାହେଲେ ଆମେ ବାକି ଲୋକ ବି ଦୁନିଆରୁ ଚାଲିଯିବୁ,’’ ଝାରସୁଗୁଡ଼ା ହସପିଟାଲରେ ଗଣମାଧ୍ୟମ ସହ କଥା ହୋଇ କହିଛନ୍ତି ଜଣେ ଆହତ ଭଉଣୀ ବନ୍ଦିତା ବିଶ୍ୱାଳ ।
ସେ କହିଛନ୍ତି ଯେ ତାଙ୍କ ଭାଇ ଦୀପକ ବିଶ୍ବାଳଙ୍କ ସଡ଼କ ଦୁର୍ଘଟଣା ପରେ ଟ୍ରାକିଓଷ୍ଟୋମି ସର୍ଜରୀ ହୋଇଥିଲା ଓ ସେ ନିଜ ସ୍ମୃତିଶକ୍ତି ହରେଇ ବସିଥିଲା । ‘‘ସେ କେବଳ ମା’କୁ, ମୋତେ ଓ ଆଉ ଜଣେ ଭଉଣୀକୁ ଚିହ୍ନୁଥିଲା । ତା’ର ମେଡିସିନ୍ ଚାଲିଥିଲା । ହେଲେ ଆମେ ତା’ର ଠିକ୍ ଭାବରେ କେଆର୍ ନେଇ ପାରିଲୁନି । ସେ ଚାଲିଗଲା,’’ କାନ୍ଦି କାନ୍ଦି କହିଛନ୍ତି ବନ୍ଦିତା ।
ଏହା ବି ପଢ଼ନ୍ତୁ: ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛିହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲାକରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେକରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମPublished by:Anand Shankar Thankur Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।