ନିଶା କାରବାରରେ ଲେଡି ମାଫିଆ; ସପ୍ତାହ ମଧ୍ୟରେ ଗିରଫ ହେଲେଣି ୫ ମହିଳା

ପୁରୁଷଙ୍କ ଅପେକ୍ଷା ନିଶା କାରବାରରେ ମହିଳା ସମ୍ପୃକ୍ତି ଅଧିକ ରହିଥିବା ଜଣାପଡ଼ିଛି । ସୋମବାର ଏୟାରପୋର୍ଟ ଥାନା ଅଧୀନ କାର୍ଗିଲ ବସ୍ତିରେ ଚଢ଼ଉ କରି ୩ଜଣ ମହିଳାଙ୍କୁ ଗିରଫ କରିଛି ଭୁବନେଶ୍ବର ଅବକାରୀ ଟିମ୍।

ସପ୍ତାହ ମଧ୍ୟରେ ଗିରଫ ହେଲେଣି ୫ ମହିଳା ମାଫିଆ (ପ୍ରତୀକାତ୍ମକ ଛବି)

ସପ୍ତାହ ମଧ୍ୟରେ ଗିରଫ ହେଲେଣି ୫ ମହିଳା ମାଫିଆ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ରାଜଧାନୀରେ ମାଡ଼ିଗଲାଣି ବ୍ରାଉନସୁଗାର । ପୋଲିସ ପରେ ଏବେ ଅବକାରୀ ବିଭାଗ ଭୁବନେଶ୍ବରରୁ ଜବତ କରୁଛି ପୁଳାପୁଳା ବ୍ରାଉନସୁଗର । ପୁରୁଷଙ୍କ ଅପେକ୍ଷା ନିଶା କାରବାରରେ ମହିଳା ସମ୍ପୃକ୍ତି ଅଧିକ ରହିଥିବା ଜଣାପଡ଼ିଛି । ସୋମବାର ଏୟାରପୋର୍ଟ ଥାନା ଅଧୀନ କାର୍ଗିଲ ବସ୍ତିରେ ଚଢ଼ଉ କରି ୩ଜଣ ମହିଳାଙ୍କୁ ଗିରଫ କରିଛି ଭୁବନେଶ୍ବର ଅବକାରୀ ଟିମ୍।

ନିଶା କାରବାରରେ ଲେଡ଼ି ମାଫିଆ  । ସପ୍ତାହ ମଧ୍ୟରେ ଗିରଫ ହେଲେଣି ୫ ମହିଳା । ଅବକାରୀ ବିଭାବର ଜୋରଦାର ଅପରେସନ୍ । ଡ୍ରଗ୍ସ ମାଫିଆଙ୍କ କବଜାରେ ରାଜଧାନୀ ଭୁବନେଶ୍ୱର । ରାଜଧାନୀରେ ମାଡ଼ିଗଲାଣି ବ୍ରାଉନସୁଗର । ବାଲେଶ୍ଵରରୁ ବ୍ରାଉନସୁଗାର ଆଣି ଭୁବନେଶ୍ୱରରେ କରୁଛନ୍ତି ବେପାର  । ବସ୍ତିଠୁ ବଜାର, ଚାରି ଆଡ଼େ ମାଡ଼ିଗଲାଣି ବ୍ରାଉନସୁଗର । ପୋଲିସ ପରେ ଏବେ ଅବକାରୀ ବିଭାଗ ଭୁବନେଶ୍ବରରୁ ଜବତ କରୁଛି ପୁଳାପୁଳା ଧଳାଜହର । ତଦନ୍ତ ବେଳେ ଜଣା ପଡ଼ିଛି, ପୁରୁଷଙ୍କ ଅପେକ୍ଷା ନିଶା କାରବାରରେ ମହିଳା ସମ୍ପୃକ୍ତି ଅଧିକ ରହୁଛି । ସୋମବାର ଏୟାରପୋର୍ଟ ଥାନା ଅଧୀନ କାର୍ଗିଲ ବସ୍ତିରେ ଚଢ଼ଉ କରି ୩ଜଣ ମହିଳାଙ୍କୁ ଗିରଫ କରିଛି ଭୁବନେଶ୍ବର ଅବକାରୀ ଟିମ୍ । ସେମାନଙ୍କ ଠାରୁ ୫୬ ଗ୍ରାମର ବ୍ରାଉନସୁଗର ଜବତ ହୋଇଛି ।

ତଦନ୍ତକାରୀ ଅଧିକାରୀଙ୍କ ସୂଚନା ଆଧାରରେ, ଅଧିକାଂଶ ନିଶା କାରବାରରେ ମଙ୍ଗ ଧରିଛନ୍ତି ମହିଳା । ବସ୍ତି ଓ ଗଳିକନ୍ଦିରେ ମହିଳାମାନେ ବ୍ରାଉନସୁଗର ଓ ମଦ କାରବାର କରୁଛନ୍ତି । ବିଶେଷ କରି କଲେଜ ଛାତ୍ରଙ୍କୁ ଯୋଗାଉଛନ୍ତି ବ୍ରାଉନସୁଗର । ରାଜଧାନୀରେ ନିଶା କାରବାରରେ ବାରମ୍ବାର ମହିଳା ଗିରଫ ହେବାପରେ ଜଣା ପଡ଼ିଛି ପୁରୁଷମାନେ ମହିଳାଙ୍କୁ ମୋହରା କରି ନିଶା କାରବାରରେ ଲିପ୍ତ କରାଉଛନ୍ତି । ତଦନ୍ତକାରୀ ଟିମ ସେମାନଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ପତ୍ର ଯୋଗାଡ଼ କରି କୋର୍ଟରେ ଦାଖଲ କଲେ ସେମାନେ ଖସିବା କଷ୍ଟସାଧ୍ୟ ହୋଇପାରିବ ।

ସୂଚନାଯୋଗ୍ୟ, ଅବକାରୀ ବିଭାଗର ତଥ୍ୟ ଅନୁସାରେ ୨୦୨୧ ମସିହାରେ ରାଜଧାନୀରୁ ୧୨ ମହିଳା ନିଶା ମାଫିଆଙ୍କୁ ଗିରଫ କରାଯାଇଥିଲା । ଚଳିତ ବର୍ଷ ମାତ୍ର ୪ମାସରେ ୮ଜଣ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।
Published by:Soumya Das
First published: