କାଲି ଟ୍ରକ୍, ଆଜି କାର୍: ରାଜଗାଙ୍ଗପୁରରେ ଅଣଆୟତ୍ତ କାର୍ ମାଡ଼ିଯିବାରୁ ୫ ଶ୍ରମିକ ମୃତ, ୧ ଗୁରୁତର

ରାଜ୍ୟରେ ଲଗାତର ଦ୍ରୁତ ଗତିରେ ଗାଡ଼ି ଚ଼ାଳନା ଯୋଗୁଁ ଏମିତି ମର୍ମନ୍ତୁଦ ଦୁର୍ଘଟଣା ଘଟୁଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ କିଛି ମାତ୍ରାରେ କ୍ରୋଧ ମଧ୍ୟ ଉତ୍ପନ୍ନ ହୋଇଛି । ଗତ କାଲି ସମ୍ବଲପୁରରେ ଏମିତି ଏକ ସଡ଼କ ଦୁର୍ଘଟଣାରେ ଚ଼ାରି ଜଣ ଉଠା ଦୋକାନୀ ମୃତ୍ୟୁ ବରଣ କରିଥିଲେ ।

କାଲି ଟ୍ରକ୍, ଆଜି କାର୍: ରାଜଗାଙ୍ଗପୁରରେ ଅଣଆୟତ୍ତ କାର୍ ମାଡ଼ିଯିବାରୁ ୫ ଶ୍ରମିକ ମୃତ, ୧ ଗୁରୁତର
ଦୁର୍ଘଟଣା ପରେ ଲୋକେ ଆହତ ଶ୍ରମିକମାନଙ୍କୁ ଡାକ୍ତରଖାନାକୁ ନେବାକୁ ଦଉଡ଼ିଆସିଥିଲେ ।
  • News18 Odia
  • Last Updated: January 22, 2020, 2:30 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ରାଜଗାଙ୍ଗପୁର: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରାମାବାହାଲରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପାଞ୍ଚ ଜଣ ଶ୍ରମିକ ପ୍ରାଣ ହରେଇଛନ୍ତି ଓ ଜଣେ ଗୁରୁତରଭାବେ ଆହତ ହୋଇଛନ୍ତି । ଦ୍ରୁତ ଗତିରେ ଯାଉଥିବା ଗୋଟେ କାର୍‌ ଅଣଆୟତ୍ତ ହୋଇ ଅନ୍ୟ ଏକ କାରକୁ ଧକ୍କା ଦେଇ କାର୍ଯ୍ୟରତ ଶ୍ରମିକମାନଙ୍କ ଉପରେ ମାଡ଼ିଯିବାରୁ ଏହି ଦୁର୍ଘଟଣା ହୋଇଥିଲା ।

ସମସ୍ତ ମୃତକ ଶ୍ରମିକ ବୋଲି ଜଣାପଡିଛି । ସୂଚନା ଅନୁସାରେ ଆଜି ପୂର୍ବାହ୍‌ଣରେ ଅତି ଦ୍ରୁତ ଗତିରେ ଯାଉଥିବା କାରଟି ଡିଭାଇଡର ଟପି କାର୍ଯ୍ୟରତ ଶ୍ରମିକମାନଙ୍କ ଉପରେ ମାଡିଯାଇଥିଲା । କେହି କିଛି ଜାଣିବା ପୂର୍ବରୁ ଘଟଣାସ୍ଥଳରେ ପାଞ୍ଚଟି ମଣିଷଙ୍କ ଶରୀରରୁ ପ୍ରାଣ ବାୟୁ ଉଡ଼ିଯାଇଥିଲା । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ରାଜ୍ୟରେ ଲଗାତର ଦ୍ରୁତ ଗତିରେ ଗାଡ଼ି ଚ଼ାଳନା ଯୋଗୁଁ ଏମିତି ମର୍ମନ୍ତୁଦ ଦୁର୍ଘଟଣା ଘଟୁଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ କିଛି ମାତ୍ରାରେ କ୍ରୋଧ ମଧ୍ୟ ଉତ୍ପନ୍ନ ହୋଇଛି ।

ରାଜଗାଙ୍ଗପୁରରେ ଦୁର୍ଘଟଣା ପରେ ସେ ସ୍ଥାନର ଦୃଶ୍ୟ


ଗତ କାଲି ସମ୍ବଲପୁରରେ ଏମିତି ଏକ ସଡ଼କ ଦୁର୍ଘଟଣାରେ ଚ଼ାରି ଜଣ ଉଠା ଦୋକାନୀ ମୃତ୍ୟୁ ବରଣ କରିଥିଲେ ଓ ଆଉ ଚାରି ଜଣ ଗୁରୁତରଭାବେ ଆହତ ହୋଇଥିଲେ । ସମ୍ବଲପୁର ଉପକଣ୍ଠ ପରମାଣପୁର ଧନୁଯାତ୍ରାରେ ଲାଗିଥିବା ମୀନାବଜାରରେ ରାସ୍ତା କଡ଼ରେ ଖୋଲିଥିବା ଅସ୍ଥାୟୀ ଦୋକାନଗୁଡ଼ିକ ଉପରେ ଏକ ଦ୍ରୁତଗାମୀ ଟ୍ରକ ଚ଼ଢ଼ିଯାଇଥିଲା । ତିନି ଜଣ ଉଠା ଦୋକାନୀ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲେ । ଆଉ ଜଣେ ବୁର୍ଲା ଭୀମସାରରେ ଚ଼ିକିତ୍ସା ଆରମ୍ଭ ହେବାର କିଛି ମିନିଟ ପରେ ଶେଷ ନିଶ୍ୱାସ ନେଇଥିଲେ ।
First published: January 22, 2020, 2:30 PM IST
corona virus btn
corona virus btn
Loading