ମାଛ ଧରୁ ଧରୁ ଜାଲରେ ପଡ଼ିଲା ୩୦ ଲକ୍ଷ ଟଙ୍କା ଥିବା ବ୍ୟାଗ୍, ହେଲେ ଧୀବରମାନେ ଖୁସି ହେଲେ ନାହିଁ
ଗୋଟିଏ ବ୍ୟାଗରେ ଏକା ବେଳକେ ୩୦ ଲକ୍ଷ ଟଙ୍କା ଅଛି, ତାହା ବି ମାଛ ଜାଲରେ ମିଳିଛି! ଏହା ତ ଧୀବରମାନଙ୍କ ପାଇଁ ବହୁତ ଖୁସିର ଘଟଣା ହେବା କଥା । ହେଲେ ସେମାନଙ୍କ ଖୁସି ସାଙ୍ଗେ ସାଙ୍ଗେ ମଉଳିଯାଇଥିଲା ।

(ପ୍ରତୀକାତ୍ମକ ଛବି)
- News18 Odia
- Last Updated: July 23, 2020, 10:07 PM IST
ଭୁବନେଶ୍ୱର: ମାଛ ଧରୁ ଧରୁ ଜାଲରେ ପଡ଼ିଲା ଟଙ୍କା ଭର୍ତ୍ତି ବ୍ୟାଗ୍ । ତାହା ପୁଣି ହଜାରେ କି ଦୁଇ ହଜାର ନୁହେଁ, ଏକା ବେଳକେ ୩୦ ଲକ୍ଷ ଟଙ୍କା । ଏହା ତ କିଛି କମ୍ ରାଶି ନୁହେଁ। ଆଗରୁ ଜାଲରେ ମୂଲ୍ୟବାନ ଜିନିଷ ପଡ଼ିବା କିଛି ନୂଆ କଥା ନୁହେଁ, କିନ୍ତୁ ଏକା ଥରକେ ୩୦ ଲକ୍ଷ ଟଙ୍କାର ବ୍ୟାଗ୍ ଜାଲରେ ପଡ଼ିବା ସ୍ଥାନୀୟ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହାକୁ ନେଇ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି। ଏହି ଘଟଣା ଘଟିଛି ପୁରୀ ମୁଖ୍ୟ କେନାଲର କାନପୁର ସାଇଫନର ତଳ ମୁଣ୍ଡରେ।
ସୂଚନା ମୁତାବକ ପୁରୀ ମୁଖ୍ୟ କେନାଲର କାନପୁର ସାଇଫନର ତଳ ମୁଣ୍ଡରେ ବୁଧବାର ଦିନ କିଛି ଧୀବର ଏକାଠି ହୋଇ ଜାଲ ବିଛେଇ ମାଛ ଧରୁଥିଲେ। କେନାଲରେ ଅତଳ ଜଳ ଥିବା ସହିତ ସ୍ରୋତ ମଧ୍ଯ ପ୍ରଖର ରହିଥିଲା। ଧୀବରମାନେ ଏକାଠି ହୋଇ ଜାଲ ପକାଇଥିଲେ ମାଛ ଧରିବାକୁ। ସେମାନଙ୍କ ମଧ୍ୟରୁ ଜଣେ ଧୀବର ମାଛ ଜାଲକୁ ଟାଣିଆଣିଲା ବେଳକୁ ଜାଲଟି ଦରକାର ଠାରୁ ଅଧିକ ଭାରୀ ଲାଗିଥିଲା । ସେଇଥି ପାଇଁ ଧୀବର ଜାଲରେ ଅଧିକ ମାଛ ପଡ଼ିଥିବ ଭାବି ଖୁସି ହୋଇ ତରବରିଆ ଭାବରେ ଜାଲକୁ ଟାଣି ଆଣିଥିଲେ । ହେଲେ ସେ ଦେଖି ଥିଲେ ଏକ କଳା ରଙ୍ଗର ବ୍ୟାଗ୍ ଜାଲରେ ପଡ଼ିଛି। ବ୍ୟାଗରେ କିଛି ମୂଲ୍ୟବାନ ଜିନିଷ ଥିବ ଭାବି ଖୁସି ହୋଇଯାଇଥିଲେ ।

ବ୍ୟାଗରେ ଥିଲା ପୁରୁଣା ଅଚଳନ୍ତି ୫୦୦ ଟଙ୍କିଆ ନୋଟ୍ ବିଡ଼ା।
କିନ୍ତୁ ଧୀବରମାନେ ବ୍ୟାଗରେ କିଛି ନୂଆ ଟଙ୍କା ଥିବ ବୋଲି ଭାବି ପୁଣି ପୂରା ବ୍ୟାଗକୁ ଘାଣ୍ଟି ଦେଖିଥିଲେ । ହେଲେ ଆଉ କିଛି ପାଇ ନ ଥିଲେ ସେଥିରୁ।
ଏହା ବି ପଢ଼ନ୍ତୁ: ଆଦିତ୍ୟ ଦାଶଙ୍କ ସୁଇସାଇଡ୍ ନୋଟ୍: ‘‘ସରକାରଙ୍କ ସହ ପଙ୍ଗା ନେଲେ ସେ ତୁମ ବଞ୍ଚିବା ମୁସ୍କିଲ୍ କରିଦେବେ’’
ଏହା ବି ପଢ଼ନ୍ତୁ: CCTV: ରାସ୍ତା ଉପରେ ଦୁଇ ଝିଅଙ୍କ ସାମନାରେ ସାମ୍ବାଦିକଙ୍କୁ ଗୁଳି କଲେ ଦୁର୍ବୃତ୍ତ; ହସପିଟାଲରେ ମୃତ୍ୟୁ ହେଲା
ଏହା ପରେ ପୁରୁଣା ନୋଟ୍ ପାଖରେ ରଖିବା ଆଇନଗତ ଅପରାଧ ବୋଲି ଜାଣି ଧୀବରମାନେ ସେହି ନୋଟଗୁଡ଼ିକୁ ପାଣିରେ ଭସାଇ ଦେଇଥିଲେ। ସେମାନଙ୍କ ଭିତରୁ କେତେକ ଅବଶ୍ୟ ସାଇତି ରଖିବା ପାଇଁ ଅଳ୍ପ କିଛି ପୁରୁଣା ନୋଟକୁ ସାଙ୍ଗରେ ନେଇଯାଇଥିଲେ ।