ବିରଳ ପ୍ରଜାତିର ଅଲିଭ ରିଡ଼ଲେ କଇଁଛଙ୍କୁ ସୁରକ୍ଷା ଦେବ ଫିସେରୀ ଫ୍ରେଣ୍ଡଲି ମୋବାଇଲ ଆପ୍

କଇଁଛଙ୍କୁ ସୁରକ୍ଷା ଦେବ ମୋବାଇଲ ଆପ୍‌ । ଏହି ଆପ୍‌ ହେଉଛି ଏଫଏଫଏମଏ ତଥା ଫିସେରୀ ଫ୍ରେଣ୍ଡ୍‌ଲି ମୋବାଇଲ ଆପ୍‌ । ଏଭଳି ଏକ ଆପ୍‌ ଓଡ଼ିଶା ସରକାରଙ୍କ ସହାୟତାରେ ଆପ୍‌ର କାମ କରୁଛି ଏମ.ଏସ.ସ୍ବାମୀନାଥନ ରିସର୍ଚ ଫାଉଣ୍ଡେସନ ।

ଅଲିଭ ରିଡ଼ଲେ କଇଁଛ

ଅଲିଭ ରିଡ଼ଲେ କଇଁଛ

  • News18 Odia
  • Last Updated :
  • New Delhi, India
  • Share this:
ବ୍ରହ୍ମପୁର: କଇଁଛଙ୍କୁ ସୁରକ୍ଷା ଦେବ ମୋବାଇଲ ଆପ୍‌ । ଏହି ଆପ୍‌ ହେଉଛି ଏଫଏଫଏମଏ ତଥା ଫିସେରୀ ଫ୍ରେଣ୍ଡ୍‌ଲି ମୋବାଇଲ ଆପ୍‌ । ଏଭଳି ଏକ ଆପ୍‌ ଓଡ଼ିଶା ସରକାରଙ୍କ ସହାୟତାରେ ଆପ୍‌ର କାମ କରୁଛି ଏମ.ଏସ.ସ୍ବାମୀନାଥନ ରିସର୍ଚ ଫାଉଣ୍ଡେସନ । ବର୍ତ୍ତମାନ ଗଭୀର ସମୁଦ୍ରରେ ବିରଳ ପ୍ରଜାତିର ଅଲିଭ ରିଡ଼ଲେ କଇଁଛଙ୍କ ମିଳନ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଉ ଏଥିପାଇଁ ଋଷିକୂଲ୍ୟା ମୁହାଣ ଠାରୁ ସମୁଦ୍ର ମଧ୍ୟକୁ ପ୍ରାୟ ୨୦ କିଲୋମିଟର ପର୍ଯ୍ୟନ୍ତ ନୋ ଫିସିଂ ଜୋନ୍‌ କରାଯାଇଛି ।

ଆଉ ଏହି ନୋ ଫିସିଂ ଜୋନରେ କିଭଳି ଅଜାଣତରେ ମଧ୍ୟ ମତ୍ସ୍ୟଜୀବୀ ମାନେ ପ୍ରବେଶ କରିପାରିବେ ସେ ନାହିଁ ସେ ନେଇ ଏହି ମୋବାଇଲ ଆପ୍‌ ବେଶ ସହାୟକ ହେଉଛି କେବଳ ଏତିକି ନୁହେଁ ବରଂ କେଉଁଠି ଅଧିକ ପରିମାଣର ମାଛ ରହିଛି, ପାଣିପାଗ ସମ୍ପର୍କରେ ଓ ବାତ୍ୟା ବାତ୍ୟା ସମ୍ପର୍କିତ ସୂଚନା ସହ ଅନ୍ୟାନ୍ୟା ସୂଚନା ଦେବାରେ ଏହା ବେଶ ସହାୟକ ହେଉଛି । ଏଭଳି ଆପ୍‌ ଯୋଗୁଁ ବିଶେଷ ଭାବେ କଇଁଛ ମାନେ ସୁରକ୍ଷିତ ରହିପାରୁଛନ୍ତି ।
ଗତ କିଛି ଦିନ ହେଲା ଗଞ୍ଜାମ ଜିଲ୍ଲା ଋଷିକୂଲ୍ୟା ବେଳାଭୂମିରେ ଆରମ୍ଭ ହୋଇଛି ବିରଳ ପ୍ରଜାତିର ଅଲିଭ ରିଡ଼ଲେ କଇଁଛଙ୍କ ମିଳନ ପ୍ରକ୍ରିୟା । ମିଳନ ପ୍ରକ୍ରିୟା ଠାରୁ ଆରମ୍ଭ କରି ଅଣ୍ଡାରୁ ଛୁଆ ବାହାରି କଇଁଛ ସମୁଦ୍ରକୁ ଯିବା ପର୍ଯ୍ୟନ୍ତ ବନବିଭାଗ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହାପରେ ମଧ୍ୟ ବର୍ତ୍ତମାନ କଇଁଛଙ୍କ ସୁରକ୍ଷା ନିମନ୍ତେ ବାହାର କରାଯାଇଛି ଏକ ମୋବାଇଲ ଆପ୍‌ । ଏହି ମୋବାଇଲ ଆପ୍‌ ଓଡ଼ିଶା ସରକାରଙ୍କ ସହଯୋଗରେ ଏହାକୁ କାର୍ଯ୍ୟକରୁଛି ଏମ.ଏସ.ସ୍ବାମୀନାଥନ ରିସର୍ଚ ଫାଉଣ୍ଡେସନ ।

ଏହି ଆପ ହେଉଛି ଏଫଏଫଏମଏ ତଥା ଫିସେରୀ ଫ୍ରେଣ୍ଡ୍‌ଲି ମୋବାଇଲ ଆପ୍‌ । ଏହି ଆପ୍‌ ବିଶେଷ କରି କଇଁଛ ମାନଙ୍କୁ ସୁରକ୍ଷା ଦେବାରେ ବେଶ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ମିଳନ ପ୍ରକ୍ରିୟା ଠାରୁ ଅଣ୍ଡାରୁ ଛୁଆ ବାହାରି ସମୁଦ୍ରକୁ ଯିବା ପର୍ଯ୍ୟନ୍ତ ଋଷିକୂଲ୍ୟା ମୁହାଣରୁ ସମୁଦ୍ର ଆଡ଼କୁ ୨୦ କିଲୋମିଟରକୁ ନୋ ଫିସିଂ ଜୋନ କରାଯାଇଛି । ଏହି ଅଞ୍ଚଳରେ କେହି ମଧ୍ୟ ମୋଟର ଚାଳିତ ଡ଼ଙ୍ଗା ବ୍ୟବହାର କରିପାରିବେ ନାହିଁ ।

‘‘ପୂର୍ବରୁ ଯଦିଓ ବନବିଭାଗ କଇଁଛ ମାନଙ୍କ ସୁରକ୍ଷା ନିମନ୍ତେ ଅନେକ ପଦକ୍ଷେପ ନେଇଛି ତଥାପି ଏହି ଆପ୍‌ ବହୁତ ଭଲ କାମ କରିବ । ସରକାର ଚାହୁଁଛନ୍ତି ଏହି ଅଲିଭି ରିଡ଼ଲେ କଇଁଛ ମାନଙ୍କ ସୁରକ୍ଷିତ ଗଣଅଣ୍ଡାଦାନ । ଆଉ ଏଥିପାଇଁ ଏହି ଆପ୍କୁ ବାହାର କରାଯାଇଛି । ତେଣୁ ମତ୍ସ୍ୟଜୀବୀ ମାନେ ଅଧିକରୁ ଅଧିକ ପରିମାଣରେ ଏହି ଆପ୍‌କୁ ବ୍ୟବହାର କରିବା ଉଚିତ । ଯାହାଫଳରେ ମତ୍ସ୍ୟଜୀବୀ ମାନେ ଅନେକ ସୁବିଧା ପାଇବା ସହିତ କଇଁଛ ମାନେ ମଧ୍ୟ ସୁରକ୍ଷିତ ଭାବେ ଗଣଅଣ୍ଡାଦାନ କରିପାରିବେ ବୋଲି କହିଛନ୍ତି,‘‘ ପରିବେଶବିତ୍‌ ଶ୍ୟାମସୁନ୍ଦର ଖାଡ଼ଙ୍ଗା ।
Published by:Soumyashree Mishra
First published: