ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ରାଜ୍ୟରେ ସବୁ ମତ୍ସ୍ୟଜୀବୀଙ୍କୁ ଏକାଠି ଯୋଡ଼ିବା ପ୍ରୟାସ; ପୁରୀରେ ଲୋକାର୍ପିତ ହେଲା ଫିସାରୀ ଫ୍ରେଣ୍ଡ୍ ମୋବାଇଲ୍ ଆପ୍

ରାଜ୍ୟରେ ସବୁ ମତ୍ସ୍ୟଜୀବୀଙ୍କୁ ଏକାଠି ଯୋଡ଼ିବା ପ୍ରୟାସ; ପୁରୀରେ ଲୋକାର୍ପିତ ହେଲା ଫିସାରୀ ଫ୍ରେଣ୍ଡ୍ ମୋବାଇଲ୍ ଆପ୍

ପୁରୀ ଜିଲ୍ଲାରେ ଓଡ଼ିଶା ସରକାରଙ୍କ ମତ୍ସ୍ୟ ବିଭାଗ ପକ୍ଷରୁ ଅସ୍ତରଙ୍ଗ ମେରାଇନ୍ ଥାନା ପରିସରରେ ମତ୍ସ୍ୟଜୀବୀଙ୍କ ପାଇଁ ଏହି ଆପକୁ ଲୋକାର୍ପିତ କରିବା ସହ କିଭଳି ଆପ୍ଲିକେସନର ବ୍ୟବହାର କରିବେ ସେ ନେଇ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି ।

ରାଜ୍ୟରେ ସବୁ ମତ୍ସ୍ୟଜୀବୀଙ୍କୁ ଏକାଠି ଯୋଡ଼ିବା ପ୍ରୟାସ; ପୁରୀରେ ଲୋକାର୍ପିତ ହେଲା ଫିସାରୀ ଫ୍ରେଣ୍ଡ୍ ମୋବାଇଲ୍ ଆପ୍
ପୁରୀରେ ଲୋକାର୍ପିତ ହେଲା ଫିସାରୀ ଫ୍ରେଣ୍ଡ୍ ମୋବାଇଲ୍ ଆପ୍
  • News18 Odia
  • Last Updated: September 8, 2021, 3:39 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ଜିଲ୍ଲାରେ ମତ୍ସ୍ୟଜୀବୀ ପାଇଁ ଲୋକାର୍ପିତ ହୋଇଛି ଫିସାରୀ ଫ୍ରେଣ୍ଡ୍ ମୋବାଇଲ୍ ଆପ୍, ଯାହାର ଲକ୍ଷ୍ୟ ହେଲା ତଟ ସୁରକ୍ଷା ମତ୍ସ୍ୟଜୀବୀଙ୍କ ସମ୍ପର୍କରେ ଜାଣିବା । ଚେନ୍ନାଇ ସ୍ଥିତ ଏମ.ଏସ ସ୍ୱାମୀନାଥନ ରିସର୍ଚ୍ଚ ପ୍ରତିଷ୍ଠାନ ପକ୍ଷରୁ ଫିସୀର ଫ୍ରେଣ୍ଡ ମୋବାଇଲ ଆପ୍ ଲୋକାର୍ପିତ କରାଯାଇଛି । ରାଜ୍ୟରେ ସବୁ ମତ୍ସ୍ୟଜୀବୀ ପାଇଁ ଏହି ଆପ୍‌ରେ ଯୋଡ଼ିବା ପାଇଁ ଆରମ୍ଭ ହୋଇଛି ଏହି ସେବା ।

ଦେଶରେ ପ୍ରଥମ କରି ପୁରୀ ଜିଲ୍ଲାରେ ଓଡ଼ିଶା ସରକାରଙ୍କ ମତ୍ସ୍ୟ ବିଭାଗ ପକ୍ଷରୁ ଅସ୍ତରଙ୍ଗ ମେରାଇନ୍ ଥାନା ପରିସରରେ ମତ୍ସ୍ୟଜୀବୀଙ୍କ ପାଇଁ ଏହି ଆପକୁ ଲୋକାର୍ପିତ କରିବା ସହ କିଭଳି ଆପ୍ଲିକେସନର ବ୍ୟବହାର କରିବେ ସେ ନେଇ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି ।

ସ୍ୱାମୀନାଥନ ଗବେଷଣା ପ୍ରତିଷ୍ଠାନର ବୈଜ୍ଞାନିକ ଡ଼ଃ.ଭେଲ .ଭି.ଡି. ଫିସାରୀ ଫ୍ରେଣ୍ଡ ମୋବାଇଲ ଆପ ଉନ୍ମୋଚନ କରିବା ସହ ଏହାର କାର୍ଯ୍ୟକାରିତା ସମ୍ପର୍କରେ କହିଥିଲେ, "ଏହି ଫିସାରୀ ଫ୍ରେଣ୍ଡ ମୋବାଇଲ ଆପଟି ଦ୍ୱାରା ମତ୍ସ୍ୟଜୀବୀମାନେ ୧୭ଟି ସୂଚନା ପାଇପାରିବେ। ସମୁଦ୍ର ଭିତରେ ଥିବା ବେଳେ ସେମାନେ ଜି.ପି.ଏସ୍., ନାଭିଗେସନ୍, ସମୁଦ୍ରରେ ଯନ୍ତ୍ରଚାଳିତ ଯାନର ନିର୍ଣ୍ଣାୟକ ଯନ୍ତ୍ର ବ୍ୟବହାର , ଅଧିକ ମାଛ ମିଳିବା ସ୍ଥାନ, ସାମୁଦ୍ରିକ ସୀମା ଭିତ୍ତିକ ସୂଚନା, ବିପଦ ସତର୍କତା, କଇଁଛ ନିଷିଦ୍ଧାଞ୍ଚଳ ସମୁହ ସୁରକ୍ଷା ଓ ଜୀବନ ଜୀବିକା ଭଳି ସୂଚନା ପାଇପାରିବେ।’’

ରାଜ୍ୟରେ ସବୁ ମତ୍ସ୍ୟଜୀବୀଙ୍କୁ ଏକାଠି ଯୋଡ଼ିବା ପ୍ରୟାସ


ଅସ୍ତରଙ୍ଗ ବ୍ଲକର ସହକାରୀ ମତ୍ସ୍ୟ ଅଧିକାରୀ (ସାମୁଦ୍ରିକ) ସୁଧାଂଶୁ ମଲ୍ଲିକଙ୍କ ସୂଚନା ଅନୁଯାୟୀ କେନ୍ଦ୍ର ମତ୍ସ୍ୟ ମନ୍ତ୍ରଣାଳୟ ପକ୍ଷରୁ କରାଯାଇଥିବା ଯୋଜନା ଅନୁସାରେ ଚେନ୍ନାଇ ସ୍ଥିତ ଏମ୍.ଏସ୍. ସ୍ୱାମୀନାଥନ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ଫିସାରୀ ଫ୍ରେଣ୍ଡ ମୋବାଇଲ ଆପ ନିର୍ମାଣ କରାଯାଇଛି । ଆଉ ଏହାକୁ ପ୍ରଥମେ ଓଡ଼ିଶା ସରକାରଙ୍କ ମତ୍ସ୍ୟ ବିଭାଗ ପକ୍ଷରୁ ଅସ୍ତରଙ୍ଗ ମେରାଇନ ଥାନା ପରିସରରେ ମତ୍ସ୍ୟଜିବୀଙ୍କ ପାଇଁ ଏହି ଆପକୁ ଲୋକାର୍ପିତ କରାଯାଇଛି । ଏଥିରେ ସ୍ଥାନୀୟ ମତ୍ସ୍ୟଜୀବୀ, ଟ୍ରଲର ମାଲିକ, ଜଙ୍ଗଲ ବିଭାଗ, ମେରାଇନ ପୋଲିସର ମିଳିତ ସହଯୋଗରେ କଇଁଛ ସୁରକ୍ଷା ସହ ସମୁଦ୍ରରେ କୌଣସି ବିପଦ ଆପଦର ସଙ୍କେତ ପାଇବା ପାଇଁ ଏହି ଆପ୍ଲିକେସନ ସହାୟକ ହେବ । ଆଉ ଏହା କିଭଳି କାର୍ଯ୍ୟ କରିବ ସେ ନେଇ ମତ୍ସ୍ୟଜୀବୀମାନଙ୍କୁ ଅବଗତ କରାଯାଇ ପ୍ରଶିକ୍ଷଣ ମଧ୍ୟ ଦିଆଯାଇଛ ।

ପୁରୀ ଜିଲ୍ଲା ମତ୍ସ୍ୟଜୀବୀ ସଙ୍ଘର ଆବାହକ ବାବୁଲା ପ୍ରସାଦଙ୍କ କହିବା ଅନୁସାରେ, ‘‘ବ୍ରହ୍ମଗିରିର କୃଷ୍ଣ ପ୍ରସାଦର ଆରମ୍ଭ କରି ଅସ୍ତରଙ୍ଗ ପର୍ଯ୍ୟନ୍ତ ଆମର ମତ୍ସ୍ୟଜୀବୀମାନେ ସମୁଦ୍ରରେ ସ୍ୱାଭାବିକ ଭାବେ ଚଳପ୍ରଚଳ କରିବା ସହ ମାଛ ଧରିଥାନ୍ତି । ଆଉ ପୁରୀ ସମୁଦ୍ରରେ କିଛି ଅଭାବନୀୟ ଘଟଣା ଦେଖିଲେ ତୁରନ୍ତ ମେରାଇନ ଥାନାକୁ ସୂଚନା ଦିଆଯାଏ । ତେଣୁ ଏବେ ସମସ୍ତଙ୍କ ପାଖରେ ମୋବାଇଲ ରହିଥିବାରୁ ତାହାର ଭିଡିଓ ବା ଫଟୋ ଆସିପାରୁଛି । ଅନେକ ସମୟରେ ମାଛ ମରା କଟକଣା ଥିଲେ ବି ଅନ୍ୟ ରାଜ୍ୟର ମତ୍ସ୍ୟଜୀବୀମାନେ ଟ୍ରଲର ଧରି ଆମ ପରିସୀମାରେ ବେଆଇନ ଭାବେ ପ୍ରବେଶ କରି ମାଛ ଧରୁଛନ୍ତି । ଏଥି ପାଇଁ ଏହା ଉପରେ ମଧ୍ୟ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ସୂଚନା ଆଧାରରେ କଟକଣା କରିବା ସହ ଧରାଯାଇପାରୁଛି । ତେଣୁ ଏବେ ଫିସାରୀ ଫ୍ରେଣ୍ଡ ଆପରେ ଥିବା ୧୭ଟି କାର୍ଯ୍ୟକାରିତା ଆମ ମତ୍ସ୍ୟଜିବୀଙ୍କୁ ସମୁଦ୍ରରେ ସୁରକ୍ଷା ସହ ଦିଗ ନିର୍ଣ୍ଣୟ କରିବା ସହିତ କଇଁଛଙ୍କ ସୁରକ୍ଷା ସହ ଅନେକ ସୂଚନା ଦେବାର ସୁବିଧା ସହ ଆମର ଅନେକ ତେଲୁଗୁ ସମ୍ପ୍ରଦାୟର ହେଇଥିବାରୁ ସେଥିରେ ବହୁଭାଷୀ ଭାଷା ବେଶ ଉପାଦେୟ ହୋଇପାରିବ । ଏହା ସହ କେଉଁଠି ସମୁଦ୍ରରେ ମାଛ ରହିଛି ତାର ସୂଚନା ମିଳିବା ସୁବିଧା ଥିବାରୁ ଆଉ ଅଧିକ ବାଟ ସମୁଦ୍ରରେ ନ ବୁଲି ସେହି ସ୍ଥାନକୁ ଯାଇ କମ୍ ସମୟରେ ମାଛ ଧରି ମତ୍ସ୍ୟଜୀବୀମାନେ ଲାଭବାନ ହୋଇପାରିବେ ।’’

ପୁରୀରେ ଲୋକାର୍ପିତ ହେଲା ଫିସାରୀ ଫ୍ରେଣ୍ଡ୍ ମୋବାଇଲ୍ ଆପ୍


ପୂର୍ବରୁ ମତ୍ସ୍ୟଜୀବୀଙ୍କ ପାଇଁ କେନ୍ଦ୍ର ସରକାର ଜେମିନି ଡିଭାଇସ୍ ବ୍ୟବହାର ଆରମ୍ଭ କରିଥିବା ବେଳେ ଏବେ ଫିସାରୀ ଫ୍ରେଣ୍ଡ ଆପ ମତ୍ସ୍ୟଜୀବୀଙ୍କ ପାଇଁ ସହାୟକ ସହ ଦେଶର ସୁରକ୍ଷା ପାଇଁ ମଧ୍ୟ ବେଶ ଗୁରୁତ୍ୱବହନ କରିବ ବୋଲି ଆଶା କରୁଛନ୍ତି ମତ୍ସ୍ୟଜୀବୀମାନେ ।
Published by: Lipina Das
First published: September 8, 2021, 3:39 PM IST