ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ସମୁଦ୍ର ମଝିରେ ମାଛ ଚାଷ: ବାଲେଶ୍ବରରେ ଆରମ୍ଭ ହେଲା ସାରା ଦେଶର ପ୍ରଥମ ମେଗା ପାଇଲଟ୍ ପ୍ରକଳ୍ପ

ସମୁଦ୍ର ମଝିରେ ମାଛ ଚାଷ: ବାଲେଶ୍ବରରେ ଆରମ୍ଭ ହେଲା ସାରା ଦେଶର ପ୍ରଥମ ମେଗା ପାଇଲଟ୍ ପ୍ରକଳ୍ପ

ବାଲେଶ୍ବରରେ ଏହି ପଦ୍ଧତିରେ ମାଛ ଚାଷ ପାଇଁ ବାହାବଳପୁରରୁ ୧୫ ଜଣ ମତ୍ସ୍ୟଜୀବୀଙ୍କୁ ବାଛି ବିଶାଖାପାଟଣାରେ ତାଲିମ ଦିଆଯାଇଛି । ଏପ୍ରିଲରୁ ଜୁନ୍ ଯାଏଁ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ମାଛ ଚାଷ ବନ୍ଦ ରହିଲେ କ୍ଷତିର ଆଶଙ୍କା ନାହିଁ ।

ସମୁଦ୍ର ମଝିରେ ମାଛ ଚାଷ: ବାଲେଶ୍ବରରେ ଆରମ୍ଭ ହେଲା ସାରା ଦେଶର ପ୍ରଥମ ମେଗା ପାଇଲଟ୍ ପ୍ରକଳ୍ପ
ଗୋଟିଏ ପ୍ରକଳ୍ପକୁ ବୁଲି ଦେଖୁଛନ୍ତି ପ୍ରତାପ ଷଡ଼ଙ୍ଗୀ ।
  • News18 Odia
  • Last Updated: August 9, 2021, 11:39 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ୱର: ଗଭୀର ସମୁଦ୍ର ମଝିରେ ମାଛ ଚାଷ ହେଉଛି ବୋଲି ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ, ହେଲେ ଏଭଳି ଚାଷ ସାରା ରାଜ୍ୟରେ ପ୍ରଥମ ଥର ପାଇଁ ବାଲେଶ୍ୱର ଜିଲ୍ଲାରେ ଆରମ୍ଭ ହୋଇଛି । ଦିନକୁ ଦିନ ସ୍ଥଳ ଭାଗରେ ଜାଗାର ଅଭାବ ଦେଖାଯାଉଥିବା ବେଳେ ସମୁଦ୍ର ପାଣି ମଧ୍ୟରେ ମାଛ ଚାଷର ନୂଆ ଉପାୟକୁ ଏବେ ଆପଣାଯାଇଛି । ଅକାତକାତ ପାଣିରେ ଭଳିକି ଭଳି ମାଛ ଚାଷ ହେଉଛି । ଏହି ମାଛ ପୋଖରୀ ମାଛ ଚାଷ ଅପେକ୍ଷା ଅଧିକ ଲାଭଦାୟକ ।

ବାଲେଶ୍ବର ସଦର ବ୍ଲକ ଅନ୍ତର୍ଗତ ବାହାବଳପୁର ମାଛ ଉତ୍ପାଦନ କେନ୍ଦ୍ରଠାରୁ ପ୍ରାୟ ୨୩ କିଲୋମିଟର ସମୁଦ୍ର ଭିତରେ ଭାରତ ସରକାରଙ୍କ କେନ୍ଦ୍ରୀୟ ସାମୁଦ୍ରିକ ମତ୍ସ୍ୟ ଗବେଷଣା ପ୍ରତିଷ୍ଠାନ (ସି.ଏମ୍.ଏଫ୍.ଆର୍‌.ଆଇ.) ଓ ଜାତୀୟ ମସ୍ୟ ସମ୍ପଦ ଉନ୍ନୟନ ବୋର୍ଡ଼ (ଏନ.ଏଫ୍‌.ଡ଼ି.ସି.) ଦ୍ଵାରା ଗଭୀର ସମୁଦ୍ରରେ ପଞ୍ଜୁରିରେ ମାଛ ଚାଷ (ଡିଟର୍‌ କେଜ୍ ପିସିକଲ୍ଚର) ଆରମ୍ଭ କରାଯାଇଛି । ଭାରତ ସରକାରଙ୍କ ଶତ ପ୍ରତିଶତ ଆର୍ଥିକ ଅନୁଦାନରେ ଏହାକୁ ଏକ ମେଗା ପାଇଲଟ ପ୍ରୋଜେକ୍ଟ ଭାବେ ନିଆଯାଇଛି ।

ଏହା ବି ପଢ଼ନ୍ତୁ | ଦେଶର ତଦନ୍ତକାରୀ ସଂସ୍ଥାମାନେ କୋର୍ଟକୁ ସହଯୋଗ କରୁନାହାନ୍ତି’: ଖପ୍ପା ହୋଇ କହିଲେ ସୁପ୍ରିମ କୋର୍ଟ୍

ଓଡ଼ିଶାରେ ବାଲେଶ୍ୱରରେ ପ୍ରଥମ ଥର ପାଇଁ ଏହି ପ୍ରକଳ୍ପ କରାଯାଇଛି ଓ ୩୦ କ୍ୟାରେଟ ମାଛ ଚାଷ ପାଇଁ ୨ କୋଟି ୫୬ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି ବୋଲି କହିଛନ୍ତି ଅଧିକାରୀମାନେ । ଜାନୁଆରି ମାସରେ ଏହି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ । ଏଠାରେ କେଜ୍ କଲଚର ପାଇଁ ଆନ୍ଧ୍ର ପ୍ରଦେଶରୁ ମାଛ ଯାଆଁଳ ଓ ମାଛ ଖାଦ୍ୟ ଆଦି ଆମଦାନୀ କରାଯାଉଛି । ପରବର୍ତ୍ତୀ ସମୟରେ ସେ ସବୁ ଆବଶ୍ୟକୀୟ ସାମଗ୍ରୀ ଏଠାରେ ଉପଲବ୍ଧ ହେବାକୁ ଯୋଜନା କରାଯାଇଛି । ମାଛ ଚାଷ ସ୍ଥାନକୁ ଏକ ପର୍ଯ୍ୟଟନ କ୍ଷେତ୍ର ଭାବେ ବିକଶିତ କରାଯିବାକୁ ମଧ୍ୟ ଯୋଜନା କରାଯାଇଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ପାକିସ୍ତାନରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ପଛରେ ଥିଲା ଏକ ବାଳକର କାର୍ଯ୍ୟ କୋର୍ଟର ନିଷ୍ପତ୍ତି

ଏହି କେଜଗୁଡ଼ିକରେ ସମୁଦ୍ର ଭିତରେ ୩୦ରୁ ୪୦ ଗ୍ରାମର ମାଛ ଯାଆଁଳ ଛଡ଼ାଗଲେ ସେଗୁଡ଼ିକ ସାତରୁ ଆଠ ମାସ ମଧ୍ୟରେ ୮୦୦ ଗ୍ରାମରୁ ୧ କେଜି ଓଜନର ହୋଇଯାଆନ୍ତି । ଗୋଟିଏ କେଜରୁ ଗୋଟିଏ ସିଜରେ ଦେଢ଼ରୁ ଦୁଇ ଟନ୍ ମାଛ ମିଳିପାରିବ । ତା’ ସହିତ ପୋଖରୀ ଭଳି ସମୁଦ୍ରରେ ମାଛ ଚାଷ କଲେ ସେଠାରେ ବାରମ୍ବାର ପାଣି ବଦଳାଇବାକୁ ପଡ଼ି ନ ଥାଏ । ଅମ୍ଳଜାନର ମଧ୍ୟ ଦରକାର ପଡ଼େନି ।ଅଳ୍ପ ଜାଗାରେ ଅଧିକ ଉତ୍ପାଦନ ହୁଏ ଓ ମାଛଗୁଡ଼ିକ ଜାଲ ଭିତରେ ରହିଥିଲେ ବି ସେମାନଙ୍କୁ ବଢ଼ିବା ପାଇଁ ପ୍ରାକୃତିକ ପରିବେଶ ମିଳିଥାଏ ।

ଏହା ବି ପଢ଼ନ୍ତୁ | ପତ୍ନୀଙ୍କ ବୟସ ଯଦି ୧୫ ବର୍ଷରୁ ଅଧିକ, ତାହେଲେ ତାଙ୍କ ସହ ଯୌନ ସମ୍ପର୍କ ବଳାତ୍କାର ନୁହେଁ: କହିଲେ ଆହ୍ଲାବାଦ ହାଇ କୋର୍ଟ

ଏପ୍ରିଲ ମାସରୁ ଜୁନ୍ ମାସ ଯାଏଁ ଉପକୂଳ ଓଡ଼ିଶାରେ ପ୍ରାକୃତିକ ବିପର୍ଯ୍ୟୟର ଭୟ ରହୁଥିବାରୁ ଏହି ତିନି ମାସ ସମୁଦ୍ରରେ ମାଛ ଚାଷ ବନ୍ଦ ରହିଲେ କ୍ଷତି ସହିବାର ଆଶଙ୍କା ରହିବ ନାହିଁ । ବାଲେଶ୍ବରରେ ଏହି ଚାଷ ପାଇଁ ବାହାବଳପୁର ଅଞ୍ଚଳରୁ ୧୫ ଜଣ ମତ୍ସ୍ୟଜୀବୀଙ୍କୁ ବଛାଯାଇ ବିଶାଖାପାଟଣାରେ ତାଲିମ ଦିଆଯାଇଛି । ସେମାନଙ୍କୁ ନେଇ ସି.ଏମ୍.ଏ.ଆର୍‌.ଆଇ. ଓ ଏନ୍‌.ଏଫ୍‌.ଡି.ସି. ଟିମ୍ ଏହି ପ୍ରକଳ୍ପ କାମ ଜାରି ରଖିଛନ୍ତି । ପରବର୍ତ୍ତୀ ସମୟରେ ଅଧିକ ଚାଷୀଙ୍କୁ ପ୍ରଶିକ୍ଷଣ ଦିଆଯିବାର ମଧ୍ୟ ଯୋଜନା ରହିଛି।

ଏହା ବି ପଢ଼ନ୍ତୁ | Gold Price: ସୁନାର ଦାମ୍ କମିଲା; ପୁଣି ଥରେ ଆସିଲା ସୁନା କିଣିବା ସୁଯୋଗ; ରୂପା ଦାମ୍ ବି କମିଛି

‘‘ପ୍ରଧାନ ମନ୍ତ୍ରୀଙ୍କ ମତ୍ସ୍ୟ ସମ୍ପଦ ଯୋଜନାରେ ବାଲେଶ୍ବରର ଏହି ପ୍ରକଳ୍ପ ହେଉଛି ସମଗ୍ର ଦେଶର ପ୍ରଥମ ମେଗା ପାଇଲଟ୍ ପ୍ରୋଜେକ୍ଟ । ଏହା ଦ୍ଵାରା ଅଧିକ ମସ୍ୟ ଉତ୍ପାଦନ ହେବ ଓ ଆମର ମତ୍ସ୍ୟଜୀବୀ, ମତ୍ସ୍ୟ ଚାଷୀ ଓ ମତ୍ସ୍ୟ ଉଦ୍ୟୋଗୀଙ୍କ ଆୟର ବୃଦ୍ଧି ହେବ। ଏହା ମଧ୍ୟ ସୁଲଭ ମୂଲ୍ୟରେ ପୁଷ୍ଟିକର ଖାଦ୍ୟର ଏକ ଉତ୍ସ ହେବ । ଏହାର ସଫଳତା ଦେଖିବା ପରେ ଏ ଅଞ୍ଚଳରୁ ଯେଉଁମାନେ କେଜ୍ କଲଚର ପ୍ରଣାଳୀରେ ମାଛ ଚାଷ କରିବାକୁ ଆଗ୍ରହ ପ୍ରକାଶ କରିବେ ସେମାନଙ୍କୁ ସରକାରଙ୍କ ତରଫରୁ ବିଭିନ୍ନ ସୁବିଧା ଯୋଗାଇ ଦିଆଯିବା,’’ କହିଛନ୍ତି ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ।



ଆଗ୍ରହୀ ମତ୍ସ୍ୟଜୀବୀମାନଙ୍କୁ ମିଳୁଥିବା ଋଣରେ ୪୦ ପ୍ରତିଶତ ସବସିଡି ଦିଆଯାଉଥିବା ବେଳେ ମହିଳା କିମ୍ବା ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଚାଷୀଙ୍କ ପାଇଁ ୬୦ ପ୍ରତିଶତ ସବସିଡିର ବ୍ୟବସ୍ଥା ରଖାଯାଇଛି ବୋଲି କହିଛନ୍ତି ଷଡ଼ଙ୍ଗୀ ।
Published by: Anand ST Das
First published: August 9, 2021, 11:39 PM IST