ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଫିକା ରହିଲା ପହିଲି ରଜ, ହେଲେ କରୋନା ଲିଭେଇ ପାରିଲାନି ଉତ୍ସାହକୁ; ଘରେ ଘରେ ମହକିଲା ପିଠା ଓ ମିଠା

ଫିକା ରହିଲା ପହିଲି ରଜ, ହେଲେ କରୋନା ଲିଭେଇ ପାରିଲାନି ଉତ୍ସାହକୁ; ଘରେ ଘରେ ମହକିଲା ପିଠା ଓ ମିଠା

ଭୁବନେଶ୍ବରର ଯେଉଁ ପାତ୍ରପଡ଼ାରେ ରଜରେ ୧୦୦ରୁ ଅଧିକ ଦୋଳି ଲାଗୁଥିଲା, ସେହି ମେଳା ପଡି଼ଆ ଲଗାତର ଦ୍ୱିତୀୟ ବର୍ଷ ଖାଲି ପଡ଼ିଥିଲା । ହେଲେ ଲୋକେ ଘରେ ରହି ବିଧି ପୂର୍ବକ ରଜ ପାଳନ କରିଥିଲେ ଓ ମଉଜରେ ପିଠା ଖାଇଥିଲେ ।

ଫିକା ରହିଲା ପହିଲି ରଜ, ହେଲେ କରୋନା ଲିଭେଇ ପାରିଲାନି ଉତ୍ସାହକୁ; ଘରେ ଘରେ ମହକିଲା ପିଠା ଓ ମିଠା
ଭୁବନେଶ୍ୱରରେ ଗୋଟିଏ ପରିବାରର ଝିଅମାନେ ପାଦରେ ଅଳତା ଲଗାଉଛନ୍ତି ।
  • News18 Odia
  • Last Updated: June 14, 2021, 10:27 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ପହିଲି ରଜରେ ସାରା ରାଜ୍ୟର ଗାଁଠୁ ସହର ଉତ୍ସବ ମୁଖର ରହିଥିଲା । ଘରେ ଘରେ ଦୋଳି ଗୀତ ସାଙ୍ଗକୁ ଥିଲା ପିଠା ପଣାର ମହକ । କରୋନା କଟକଣାରେ ଘରେ ରହି ରଜ ପାଳିଛନ୍ତି କୁଆଁରୀ ଝିଅମାନେ । ସହରବାସୀଙ୍କ ପାଇଁ ଆଗ୍ରହରେ ପିଠା ପ୍ରସ୍ତୁତ କରିଛନ୍ତି ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ।

ବର୍ଷକୁ ଥରେ ରଜ ପାଳିବାକୁ ଅନେଇ ବସିଥାନ୍ତି ସମସ୍ତେ । ରଜ ତିନି ଦିନ ବେଶ୍‌ ଆନନ୍ଦ ସହକାରେ ପାଳନ କରିଥାନ୍ତି । ହେଲେ ଏ ଥର କରୋନା ସବୁ କିଛି ଫିକା କରିଦେଇଥିଲା । ନା ଝିଅ ବୋହୁଙ୍କ ମେଳି ଲାଗିଥିଲା ନା ଗାଁ ମୁଣ୍ଡରେ ଦୋଳି ଖେଳିବାକୁ ଜମିଥିଲା ଭିଡ଼ । ନା ବନ୍ଧୁ ଘରକୁ ବନ୍ଧୁ ରଜ ପିଠା ଓ ପାନ ନେଇ ଯାଇଥିଲା । ଘରେ ରହି ନିଜ ପରିବାର ଭିତରେ ଲୋକେ ନିରାଡମ୍ବର ଭାବେ ପାଳନ କରିଥିଲେ ରଜ ପର୍ବ । ପହିଲି ରଜରେ ସଜବାଜ ହୋଇ ପିଠା ଓ ମିଠା ଖାଇ ଘରେ ଦୋଳି ଖେଳିଥିଲେ । ଏଭଳି କିଛି ଦୃଶ୍ୟ ଭୁବନେଶ୍ୱରରେ ଘରେ ଘରେ ଦେଖିବାକୁ ମିଳିଥିଲା ।

ଏହା ବି ପଢ଼ନ୍ତୁ | ଏବେ ଆପଣ ବିନା କୌଣସି ଡକ୍ୟୁମେଣ୍ଟରେ ବି ଆଧାର କାର୍ଡ଼ ବନାଇ ପାରିବେ; ଜାଣନ୍ତୁ କେମିତି

‘‘କରୋନା ରଜ ମଉଜକୁ ରଙ୍ଗହୀନ କରିଦେଇଛି, କିନ୍ତୁ ନଷ୍ଟ କରିଦେଇନି । ପ୍ରତି ବର୍ଷ ଆମର ଏଇଠି ପାତ୍ରପଡ଼ାରେ ୧୦୦ରୁ ଅଧିକ ଦୋଳି ଲାଗୁଥିଲା । ମେଳା ମହୋତ୍ସବରେ କମ୍ପି ଉଠୁଥିଲା ପଡି଼ଆ । ହେଲେ ଦୁଇ ବର୍ଷ ହେବ କରୋନା ଯୋଗୁଁ ସବୁ ବନ୍ଦ । ଆମେ ଘରେ ରହି ବିଧି ପୂର୍ବକ କେବଳ ରଜ ପାଳନ କରୁଛୁ,’’ କହିଛନ୍ତି ଭୁବନେଶ୍ବର ପାତ୍ରପଡ଼ା ନିବାସୀ ମମତା ପଟ୍ଟନାୟକ ।

ପାନ୍ଥ ନିବାସରେ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ ପିଠା ବନେଇବାରେ ବ୍ୟସ୍ତ


ରାଜଧାନିବାସୀଙ୍କ ଘରେ ପିଠା ପହଞ୍ଚାଇବାକୁ ଉଦ୍ୟମ କରିଛି ଓ.ଟି.ଡ଼ି.ସି. । ସେହି ଉଦ୍ୟମକୁ ସାକାର କରିବାକୁ ଲାଗି ପଡି଼ଛନ୍ତି ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାମାନେ । ତ୍ରିଶକ୍ତି ମହିଳା ସ୍ୱୟଂ ସେବକ ସଙ୍ଘ ରାତି ୨ଟା ରୁ ପିଠା ତିଆରି ଆରମ୍ଭ କରିଥିଲା । ପୋଡ଼ ପିଠା, କ୍ଷୀର ପୁଲି, ଆରିଶା, କାକରା, ମଣ୍ଡା ଓ ଚନ୍ଦ୍ରକାନ୍ତି ଭଳି ପ୍ରାୟ ୧୫ ପ୍ରକାର ପିଠା ତିଆରି କରିଥିଲା ଲୋକଙ୍କ ପାଇଁ ।

ଏହା ବି ପଢ଼ନ୍ତୁ | ଛୋଟ ପିଲାଙ୍କୁ କରୋନାର ତୃତୀୟ ଲହରରେ ବେଶୀ ବିପଦ; ତାଙ୍କ ପାଇଁ ଭ୍ୟାକ୍ସିନ୍ ଆଶା ଉଜ୍ଜ୍ୱଳ ହେଲା

‘ପିଠା ଅନ୍‌ ହୁଇଲ୍‌’ରେ ମିଳୁଛି ଏହି ପିଠା ସବୁ । ପିଠା ପିସ୍‌ ୨୦ ଟଙ୍କାରେ ବିକ୍ରି ହେଉଛି । ଲକଡାଉନରେ ମହିଳାମାନେ ଏହି ମାଧ୍ୟମରେ ଦୁଇ ପଇସା ରୋଜଗାର କରିବା ସହ ଭୁବନେଶ୍ୱର, କଟକ ଓ ସମ୍ବଲପୁରର ବାସିନ୍ଦାମାନଙ୍କୁ ରଜ ପାଳନ କରିବାରେ ସାହାଯ୍ୟ କରିଛନ୍ତି ।

ଏହା ବି ପଢ଼ନ୍ତୁ | ‘‘ଅଙ୍କଲ୍ ପୂରା ପରିବାର ଗାଁ ରାଜ ଭବନକୁ ନେଇଆସିଛନ୍ତି,’’ ବେଙ୍ଗଲ୍ ରାଜ୍ୟପାଳଙ୍କୁ ପ୍ରମାଣ ସହ କହିଲେ TMC MP ମହୁଆ ମୋଇତ୍ରା

‘‘ଆମେ ଗତ ବର୍ଷ ବି ପିଠା ବନେଇଥିଲୁ । ଲୋକଙ୍କୁ ବହୁତ ପସନ୍ଦ ଆସିଥିଲା । ଏଥର ଶେଷ ସମୟର ଆମର ଅଧ୍ୟକ୍ଷା ମାଡାମ୍‌ ପଚାରିଲେ ପିଠା ବନେଇ ପାରିବୁ କି ବୋଲି । ଆମେ ହଁ କହିଥିଲୁ । ରଜରେ ସମସ୍ତଙ୍କ ପାଇଁ ପିଠା ପ୍ରସ୍ତୁତରେ ଯେଉଁ ଆନନ୍ଦ ତାହା କହିଲେ ନ ସରେ । ଆମ ସଙ୍ଘର ମହିଳାମାନେ ବି ଦୁଇ ପଇସା ରୋଜଗାର କରିବାର ସୁଯୋଗ ପାଇଛନ୍ତି,’’ କହିଛନ୍ତି ତ୍ରିଶକ୍ତି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଭାପତି ସଂଯୁକ୍ତା ଭୁତିଆ ।



ମଙ୍ଗଳବାର ଦିନ ରଜ ସଂକ୍ରାନ୍ତି ପାଳନ ହେଉଛି । ରଜ ତିନି ଦିନ ଯାକ ଏ ଥର ନିରାଡମ୍ବର ଭାବେ ପାଳନ ହେବ । ପୁଣି ଅପେକ୍ଷା ରହିବ ଆସନ୍ତା ବର୍ଷକୁ ।
Published by: Anand ST Das
First published: June 14, 2021, 10:27 PM IST