• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ଏବେ ଆଉ ରହିବନି ମା' କ୍ଷୀରର ଅଭବା; କ୍ୟାପିଟାଲ ହସ୍ପିଟାଲରେ ପ୍ରତିଷ୍ଠା ହେଲା ରାଜ୍ୟର ପ୍ରଥମ ମିଲ୍କ ବ୍ୟାଙ୍କ

ଏବେ ଆଉ ରହିବନି ମା' କ୍ଷୀରର ଅଭବା; କ୍ୟାପିଟାଲ ହସ୍ପିଟାଲରେ ପ୍ରତିଷ୍ଠା ହେଲା ରାଜ୍ୟର ପ୍ରଥମ ମିଲ୍କ ବ୍ୟାଙ୍କ

କୁହାଯାଏ ମା' କ୍ଷୀର ଠାରୁ ମୂଲ୍ୟବାନ ଅନ୍ୟ କିଛି ନୁହେଁ। ଏଣୁ ଅତି କମରେ ପ୍ରଥମ ଛଅ ମାସ ଛୋଟ ଶିଶୁକୁ ମା' କ୍ଷୀର ଦେବା ନିହାତି ଜରୁରୀ। ହେଲେ ଏବେ ମା' କ୍ଷୀର ଅଭାବରୁ ପିଲାଙ୍କ ଠାରେ ଅପପୁଷ୍ଟି ରୋଗ ଦେଖିବାକୁ ମିଳୁଥିବାବେଳେ ଅନେକ ପିଲା ଏଥିରୁ ବଞ୍ଚିତ ହେଉଛନ୍ତି।

କ୍ୟାପିଟାଲ ହସ୍ପିଟାଲରେ ପ୍ରତିଷ୍ଠା ହେଲା ରାଜ୍ୟର  ପ୍ରଥମ ମିଲ୍କ ବ୍ୟାଙ୍କ

କ୍ୟାପିଟାଲ ହସ୍ପିଟାଲରେ ପ୍ରତିଷ୍ଠା ହେଲା ରାଜ୍ୟର ପ୍ରଥମ ମିଲ୍କ ବ୍ୟାଙ୍କ

  • Share this:
News18 Odia Digital

ଭୁବନେଶ୍ବର: ଏଣିକି ମା' କ୍ଷୀରର ରହିବନି ଅଭାବ। ନବଜାତ ଶିଶୁଙ୍କୁ ଦେବାକୁ ପଡ଼ିବନି ଡବା କ୍ଷୀର। କ୍ୟାପିଟାଲ ହସ୍ପିଟାଲରେ ପ୍ରତିଷ୍ଠା ହେଲା ମିଲ୍କ ବ୍ୟାଙ୍କ। ମା' କ୍ଷୀର ଅଭାବ ଯୋଗୁଁ ନବଜାତ ଶିଶୁ ଅପପୁଷ୍ଟି ରୋଗର ଶିକାର ହେବନି। ଅତ୍ୟାଧୁନିକ ପ୍ରକ୍ରିୟାରେ କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହୋଇଛି ମା' କ୍ଷୀର ସଂଗ୍ରହ। କ୍ରମେ ଅନ୍ୟାନ୍ୟ ଡାକ୍ତର ଖାନାକୁ ରକ୍ତ ଭଣ୍ଡାର ଭଳି କ୍ଷୀର ଭଣ୍ଡାରରୁ ଯିବ ମା' କ୍ଷୀର।

କୁହାଯାଏ ମା' କ୍ଷୀର ଠାରୁ ମୂଲ୍ୟବାନ ଅନ୍ୟ କିଛି ନୁହେଁ। ଏଣୁ ଅତି କମରେ ପ୍ରଥମ ଛଅ ମାସ ଛୋଟ ଶିଶୁକୁ ମା' କ୍ଷୀର ଦେବା ନିହାତି ଜରୁରୀ। ହେଲେ ଏବେ ମା' କ୍ଷୀର ଅଭାବରୁ ପିଲାଙ୍କ ଠାରେ ଅପପୁଷ୍ଟି ରୋଗ ଦେଖିବାକୁ ମିଳୁଥିବାବେଳେ ଅନେକ ପିଲା ଏଥିରୁ ବଞ୍ଚିତ ହେଉଛନ୍ତି। ଏହାକୁ ଆଧାର କରି କ୍ୟାପିଟାଲ ହସ୍ପିଟାଲରେ ପ୍ରତିଷ୍ଠା ହୋଇଛି ରାଜ୍ୟର ପ୍ରଥମ ମିଲ୍କ ବ୍ୟାଙ୍କ।

ଯାହା ଦେଶର ୩୨ତମ ମାତୃ କ୍ଷୀର ଭଣ୍ଡାର ବୋଲି କୁହାଯାଉଛି। ପ୍ରଥମ ପର୍ଯ୍ୟାୟରେ ଏହାକୁ ଆରମ୍ଭ କରାଯାଇ ଥିବାବେଳେ ୨୦୦ ଲିଟର ପର୍ଯ୍ୟନ୍ତ କ୍ଷୀର ଏଠାରେ ସଂଗୃହିତ ହୋଇ ରହିବାର ସୁବିଧା ରହିଛି। ପାଶ୍ଚରାଇଜ ଉପାୟରେ -୨୦ଡିଗ୍ରୀ ସେଣ୍ଟିଗ୍ରେଡରେ ଛଅ ମାସ ପର୍ଯ୍ୟନ୍ତ ରହିପାରିବ ଏହି କ୍ଷୀର। ହେଲେ ନୂଆ କରି ଆରମ୍ଭ ହୋଇଥିବା ଏହି ମାତୃ କ୍ଷୀର ଭଣ୍ଡାରରେ ମାତ୍ର ୩୫ ଜଣ ମା' କ୍ଷୀର ଡୋନେଟ କରିଥିବାବେଳେ ୭୦ଜଣ ପିଲାଙ୍କ କାମରେ ଆସିଲାଣି ଏହି କ୍ଷୀର।

"ମାତୃ କ୍ଷୀର ବ୍ୟାଙ୍କ ଭାବେ କ୍ୟାପିଟାଲ ହସ୍ପିଟାଲରେ ଏହା ପ୍ରଥମ ଓ ଅଲ ଇଣ୍ଡିଆରେ ୩୨ତମ। ଧୀରେ ଧୀରେ ଆରମ୍ଭ ହୋଇଛି କ୍ଷୀର ସଂଗ୍ରହ। ବର୍ତ୍ତମାନ ସୁଦ୍ଧା ୩୫ ଜଣ ମା' କ୍ଷୀର ଡୋନେଟ କରିଛନ୍ତି। ଆଗକୁ ଏହାର ଅଧିକ ପ୍ରଚାର ପ୍ରସାର ହେଲେ ଓ ସଚେତନତା ବଢ଼ିଲେ ଅଧିକ କ୍ଷୀର ସଂଗ୍ରହ ହୋଇପାରିବ," କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ।

କ୍ୟାପିଟାଲ ହସ୍ପିଟାଲରେ ୭୦% ନବଜାତ ଶିଶୁ ବିଭିନ୍ନ କାରଣରୁ ମା' କ୍ଷୀରରୁ ବଞ୍ଚିତ ରହୁଥିବା ଶିଶୁ ରୋଗ ବିଶେଷଜ୍ଞ କହିଛନ୍ତି। ସାଧାରଣତଃ ସିଜରିୟାନ ପରେ ମା' ତୁରନ୍ତ ପିଲାଙ୍କୁ କ୍ଷୀର ଦେବାରେ ଅସମର୍ଥ ହେଉ ବା ଅନ୍ୟ କୌଣସି କାରଣରୁ ହେଉ ପିଲା ମା' କ୍ଷୀରରୁ ବଞ୍ଚିତ ହେଉଛନ୍ତି। ଏଣୁ ତାଙ୍କୁ ଡବା କ୍ଷୀର ଦିଆଯାଉଛି। ଫଳରେ ପିଲାଙ୍କ ଠାରେ ଅନେକ ସମୟରେ ଅନେକ ରୋଗ ପରିଲକ୍ଷିତ ହେଉଛି। ଏହି କ୍ଷେତ୍ରରେ ମିଲ୍କ ବ୍ୟାଙ୍କ ସାହାଯ୍ୟ କରିବ ବୋଲି ଆଶା କରାଯାଉଛି। ମିଲ୍କ ବ୍ୟାଙ୍କରେ ମହିଳାମାନଙ୍କୁ ପ୍ରଥମେ କାଉନ୍ସିଲ କରିବା ପରେ ହେପାଟାଇଟ୍ସ, ଏଚ.ଆଇ.ବି. ଭଳି କିଛି ଟେଷ୍ଟ କରାଯାଉଛି। ଏହା ପରେ ତାଙ୍କର କନସେଣ୍ଟ ନେଇ ମେସିନ ସାହାଯ୍ୟରେ କ୍ଷୀର ସଂଗ୍ରହ ପରେ ଏହାକୁ ଏହାକୁ ପ୍ରୋସେସିଂ କରି ସଂରକ୍ଷିତ କରାଯାଉଛି।

"ଆମ ପାଖକୁ ବର୍ତ୍ତମାନ ଯେଉଁ ମହିଳାମାନେ କ୍ଷୀର ଡୋନେଟ କରିବାକୁ ଆସୁଛନ୍ତି ଆମେ ପ୍ରଥମେ ତାଙ୍କୁ କାଉନସିଲିଂ କରୁଛୁ, ପରେ ତାଙ୍କର ସ୍ବାସ୍ଥ୍ୟଗତ କିଛି ଟେଷ୍ଟ କରାଯାଉଛି। ଏହା ପରେ କ୍ଷୀର ସଂଗ୍ରହ ହୋଇ ସଂଗୃହିତ ହୋଇ ରହୁଛି। ଆଗକୁ ଏହି ସଂଗ୍ରହ ବଢ଼ିଲେ ବୋଧ ହୁଏ କୌଣସି ନବଜାତ ଶିଶୁ ମା' କ୍ଷୀରରୁ ବଞ୍ଚିତ ହେବେ ନାହିଁ, କହିଛନ୍ତି ଶିଶୁ ରୋଗ ବିଶେଷଜ୍ଞ ତଥା ଇନଚାର୍ଜ ଅଫ ମିଲ୍କ ବ୍ୟାଙ୍କ ଆଲୋକ କୁମାର ସ୍ୱାଇଁ।

ରକ୍ତ ଭଣ୍ଡାର ଭଳି ମାତୃ କ୍ଷୀର ଭଣ୍ଡାରରେ ସଂରକ୍ଷିତ ରହିବ କ୍ଷୀର। ଆବଶ୍ୟକ ସ୍ଥଳେ କ୍ରମଶଃ ଅନ୍ୟ ଡାକ୍ତରଖାନା ଗୁଡ଼ିକୁ କ୍ୟାପିଟାଲ ହସ୍ପିଟାଲରୁ କ୍ଷୀର ପଠାଯିବ।
Published by:Lipina Das
First published: