ପୁରୀ ଜିଲ୍ଲାରେ ବନ୍ୟାରେ ପ୍ରଥମ ମୃତ୍ୟୁ; କୁଶଭଦ୍ରା ନଦୀରୁ ମୃତଦେହ ଉଦ୍ଧାର

ଜୀବନ ନେଇଛି ବନ୍ୟା ବିତ୍ପାତ । ଚଳିତ ବନ୍ୟାରେ ପୁରୀ ଜିଲ୍ଲାରୁ ପ୍ରଥମ ମୃତ୍ୟୁର ଖବର ଆସିଛି । ଷୋଳପୁର ଗ୍ରାମର କବିରାଜ ପଣ୍ଡା (୫୫) ବନ୍ୟାପାଣିରେ ବୁଡ଼ି ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି ।

ପୁରୀ ଜିଲ୍ଲାରେ ବନ୍ୟାରେ ପ୍ରଥମ ମୃତ୍ୟୁ; କୁଶଭଦ୍ରା ନଦୀରୁ ମୃତଦେହ ଉଦ୍ଧାର

ପୁରୀ ଜିଲ୍ଲାରେ ବନ୍ୟାରେ ପ୍ରଥମ ମୃତ୍ୟୁ; କୁଶଭଦ୍ରା ନଦୀରୁ ମୃତଦେହ ଉଦ୍ଧାର

  • Share this:
News 18 Odia Digital

ପୁରୀ; ଜୀବନ ନେଇଛି ବନ୍ୟା ବିତ୍ପାତ । ଚଳିତ ବନ୍ୟାରେ ପୁରୀ ଜିଲ୍ଲାରୁ ପ୍ରଥମ ମୃତ୍ୟୁର ଖବର ଆସିଛି । ଷୋଳପୁର ଗ୍ରାମର କବିରାଜ ପଣ୍ଡା (୫୫) ବନ୍ୟାପାଣିରେ ବୁଡ଼ି ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି । କୁଶଭଦ୍ରା ନଦୀର ଖଣ୍ଡିଆକୁଦ ନିକଟରେ ଘାଇ ହୋଇଥିଲା । ନିକଟସ୍ଥ ଷୋଳପୁର ଗ୍ରାମବାସିନ୍ଦା ପାଣି ଘେରରେ ରହିଆସୁଥିବା ବେଳେ ବନ୍ୟାପାଣିରେ କବିରାଜଙ୍କ ଶବ ଭାସୁଥିବା ଦେଖିବାକୁ ମିଳିଥିଲା ।

ଷୋଳପୁର ଗ୍ରାମର ଦିଲ୍ଲୀପ କୁମାର ସାହୁଙ୍କ ସୂଚନା ମୁତାବକ, ଗତକାଲିଠାରୁ କବିରାଜ ଘରକୁ ଫେରିନଥିଲେ । ରାତି ପ୍ରାୟ ୩ଟା ବେଳେ ଗ୍ରାମର କିଛି ଲୋକ କବିରାଜଙ୍କୁ ପାଣିରେ ଭାସୁଥିବା ଦେଖି ପରିବାରବର୍ଗଙ୍କୁ ଖବର ଦେଇଥିଲେ । ବନ୍ୟାପାଣି ଘେରରେ ସମଗ୍ର ଅଞ୍ଚଳ ରହିଥିବା ବେଳେ ସେ ବନ୍ୟାପାଣିରେ ବୁଡ଼ି ପ୍ରାଣ ହରାଇଥିବା ଅନୁମାନ କରାଯାଉଛି ।  ଏହି ଖବର ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି । ଖବର ଲେଖା‌ ହେବା ପର୍ଯ୍ୟନ୍ତ ଗୋପ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିନଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ବନ୍ୟାଜଳରେ ବୁଡ଼ି ମୃତ୍ୟୁ ହେବା ପ୍ରଥମ ଘଟଣା ସାମ୍ନାକୁ ଆସିଛି ।
Published by:Soubhagya Mishra
First published: