ତିନୋଟି ନାଁ ଭିତରୁ କଂଗ୍ରେସ ପାଇଁ ପ୍ରଥମ ଦାବିଦାର ହେଉଛନ୍ତି ବାବା ହରେକୃଷ୍ଣ ସେଠୀ

ଆଜି କଂଗ୍ରେସ ପ୍ରାର୍ଥୀଙ୍କ ନା ହେବ ଘୋଷଣା। ସଭାପତି ଶରତ ପଟ୍ଟନାୟକ ଘୋଷଣା କରିବେ ନାମ। ଅଖିଳ ଭାରତୀୟ କଂଗ୍ରେସ କମିଟି ମୋହର ଆଧାରରେ ନାମ ଘୋଷଣା କରିବେ ଶରତ।

ତିନୋଟି ନାଁ ଭିତରୁ କଂଗ୍ରେସ ପାଇଁ ପ୍ରଥମ ଦାବିଦାର ହେଉଛନ୍ତି ବାବା ହରେକୃଷ୍ଣ ସେଠୀ

ତିନୋଟି ନାଁ ଭିତରୁ କଂଗ୍ରେସ ପାଇଁ ପ୍ରଥମ ଦାବିଦାର ହେଉଛନ୍ତି ବାବା ହରେକୃଷ୍ଣ ସେଠୀ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ଭୁବନେଶ୍ୱର: କଂଗ୍ରେସରେ ତିନୋଟି ନାମକୁ ନେଇ ଚର୍ଚ୍ଚା ଜୋର ଧରିଛି। ଆଉ ଏହି ଚର୍ଚ୍ଚା ଭିତରେ ଜଣେ ଯୁବ ଚେହେରାକୁ ଦଳ ପ୍ରାର୍ଥୀ କରିବା ପାଇଁ ମନସ୍ଥ କରିଛି। ଏହି ଆଗରେ ଥିବା ନାମଟି ହେଉଛି ବାବା ହରେକୃଷ୍ଣ ସେଠୀ।

ହରେକୃଷ୍ଣ ପେଶାରେ ଓକିଲ ଓ ସମାଜ ସେବୀ। ତାଙ୍କ ପତ୍ନୀ ଧାମନଗର ଏନ୍.ଏ.ସି. ଅଧକ୍ଷା ପାଇଁ ନିର୍ବାଚନ ଲଢ଼ିଥିଲେ। ୨୦୨୨ରେ ହୋଇଥିବା ଏନ୍.ଏ.ସି. ନିର୍ବଚନରେ ଯଦିଓ ସେ ହାରିଥିଲେ କିନ୍ତୁ ଶାସକ ଦଳକୁ ପାଣି ପିଆଇ ଦେଇଥିଲେ।
ଉଭୟ ବିଜେପି ବିଜେଡିକୁ ଟକ୍କର ଦେଇଥିଲେ। ଉଭୟ ସ୍ବାମୀ-ସ୍ତ୍ରୀଙ୍କ ଏନ୍.ଏ.ସି.ରେ ବଡ଼ ପତିଆରା ଅଛି। ଦ୍ୱିତୀୟ ଦାବିଦାର ହେଉଛନ୍ତି ପଞ୍ଚାନନ ମଣ୍ଡଳ। ସେ ହେଉଛନ୍ତି ପୂର୍ବତନ ଭଣ୍ଡାରି ପୋଖରୀ ବିଧାୟକ। ତୃତୀୟ ଆଶାୟୀ ହେଉଛନ୍ତି ହୃଦାନନ୍ଦ ସେଠୀ। ୨୦୧୪ ରେ ଧାମନଗରରେ ବିଧାୟକ ପାଇଁ କଂଗ୍ରେସ ଟିକେଟରୁ ଲଢ଼ିଥିଲେ।

ଆଜି କଂଗ୍ରେସ ପ୍ରାର୍ଥୀଙ୍କ ନା ହେବ ଘୋଷଣା। ସଭାପତି ଶରତ ପଟ୍ଟନାୟକ ଘୋଷଣା କରିବେ ନାମ। ଅଖିଳ ଭାରତୀୟ କଂଗ୍ରେସ କମିଟି ମୋହର ଆଧାରରେ ନାମ ଘୋଷଣା କରିବେ ଶରତ। ପର୍ଯ୍ୟବେକ୍ଷକଙ୍କ ରିପୋର୍ଟକୁ ଆଧାର କରି ପ୍ରାର୍ଥୀ ଚୟନ କମିଟି ରିପୋର୍ଟ ଦେଇଛି ପିସିସି ସଭାପତିଙ୍କୁ।

ଧାମନଗର ପ୍ରାର୍ଥୀ ଚୂଡାନ୍ତ ନେଇ କଂଗ୍ରେସ ଭବନରେ ଏ ନେଇ ବସିଥିଲା ବୈଠକ। କଂଗ୍ରେସ ଭବନରେ ପ୍ରାର୍ଥୀ ଚୟନ କମିଟି ସହ ପିସିସି ସଭାପତିଙ୍କ ସହିତ ହୋଇଥିଲା ବୈଠକ। ବୈଠକରେ ଅଛନ୍ତି ପିସିସି ସଭାପତିଙ୍କ ସହିତ ନିରଞ୍ଜନ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ଜୟଦେବ ଜେନା, ଶରତ ରାଉତ, ଜଗନ୍ନାଥ ପଟ୍ଟନାୟକ।

କମିଟି ଚୂଡାନ୍ତ ରିପୋର୍ଟ୍ ଦେଲା ପିସିସି ସଭାପତିଙ୍କୁ। ନାଁ ଚୂଡାନ୍ତ କରି ଅଖିଳ ଭାରତୀୟ କଂଗ୍ରେସ କମିଟିକୁ ଅନୁମୋଦନ ଲାଗି ପଠାଇଲେ ପିସିସି ସଭାପତି। କଂଗ୍ରେସ ଉଚିତ୍ ଲୋକଙ୍କୁ ଟିକେଟ ଦେବ। ଯାହାର ପଲା ଭାରି ଥିବ ତାଙ୍କୁ ଟିକେଟ ଦିଆଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି।

୨୦୦୦ ମହିହା ଠାରୁ ଧାମନଗରରେ କଂଗ୍ରେସର ଭୋଟ ହାର ଖସି ଆସୁଛି। ବିଜେପି ବିଜେଡ଼ି ମେଣ୍ଟ ହୋଇଥିଲା ୨୦୦୦ ମସିହା ଓ ୨୦୦୯ରେ। ଏହି ଦୁଇଟି ନିର୍ବାଚନରେ ମେଣ୍ଟର ପ୍ରାର୍ଥୀ ଜିତିବା ପରେ କଂଗ୍ରେସ କିଛି ମାତ୍ରାରେ ଟକ୍କର ଦେଉଥିଲା। ମାତ୍ର ୨୦୦୯ରେ ମେଣ୍ଟ ଭାଙ୍ଗିବା ପରେ ବିଜେଡି ସହିତ ବିଜେପି ଭିତରେ ଫାଇଟ୍ ହେଉଛି। ସେବେଠାରୁ କଂଗ୍ରେସର ଭୋଟ ହାର କମୁଛି।
Published by:Lipina Das
First published: