ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଅନଲାଇନରେ ‘ଶ୍ରୀମନ୍ଦିର ନିର୍ମାଲ୍ୟ’ ବିକ୍ରି କରୁଥିବାରୁ ଆମାଜନ୍ ବିରୋଧରେ FIR ଦିଆଗଲା

ଅନଲାଇନରେ ‘ଶ୍ରୀମନ୍ଦିର ନିର୍ମାଲ୍ୟ’ ବିକ୍ରି କରୁଥିବାରୁ ଆମାଜନ୍ ବିରୋଧରେ FIR ଦିଆଗଲା

ବିନା ଅନୁମତିରେ ନିର୍ମାଲ୍ୟ ବିକ୍ରି କରୁଥିବା ଓ ‘‘ନକଲି ନିର୍ମାଲ୍ୟ’’ ହିଁ ବିକୁଥିବା ଅଭିଯୋଗରେ ଆମାଜନ୍ ବିରୋଧରେ ସିଂହଦ୍ୱାର ଥାନାରେ ଏତାଲା ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ଆମାଜନର MDଙ୍କୁ ପୁରୀ ଅଧିବକ୍ତା ସଙ୍ଘ ପକ୍ଷରୁ ଏକ ନୋଟିସ ବି ପଠାଯାଇଛି ।

ଅନଲାଇନରେ ‘ଶ୍ରୀମନ୍ଦିର ନିର୍ମାଲ୍ୟ’ ବିକ୍ରି କରୁଥିବାରୁ ଆମାଜନ୍ ବିରୋଧରେ FIR ଦିଆଗଲା
ମହାପ୍ରଭୁ ଜଗନ୍ନାଥଙ୍କ ନିର୍ମାଲ୍ୟ (ଫାଇଲ୍ ଫଟୋ)
  • News18 Odia
  • Last Updated: December 4, 2020, 10:45 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ବିଶ୍ୱର ଅଗ୍ରଣୀ ଇ-କମର୍ସ ୱେବସାଇଟ୍‌ ଆମାଜନରେ ଅନଲାଇନରେ ବିକ୍ରି ହେଉଛି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନିର୍ମାଲ୍ୟ । ତାହା ପୁଣି ଚଢ଼ା ଦରରେ । ଏହା ଦ୍ୱାରା ମହାପ୍ରସାଦର ‘‘ସମ୍ମାନ ହାନି ଓ ପବିତ୍ରତା ନଷ୍ଟ’’ ହେଉଛି ଓ ଲୋକଙ୍କ ଧର୍ମଭାବନାରେ ଆଘାତ ଲାଗିଛି ବୋଲି ଦାବି ବଢ଼ିବା ସହ ଏହି ମାମଲାକୁ ନେଇ ବିବାଦ ତେଜିବାରେ ଲାଗିଛି ।

ବିନା ଅନୁମତିରେ ନିର୍ମାଲ୍ୟ ବିକ୍ରି କରୁଥିବା ଓ ‘‘ନକଲି ନିର୍ମାଲ୍ୟ’’ ବିକ୍ରି କରୁଥିବା ଅଭିଯୋଗରେ ଆମାଜନ୍ ବିରୁଦ୍ଧରେ ସିଂହଦ୍ୱାର ଥାନାରେ ଏତାଲା ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ଅନଲାଇନରେ ମହାପ୍ରସାଦ ବା ବିଭିନ୍ନ ଶୁଖିଲା ଭୋଗ ବିକ୍ରିକୁ ନେଇ ସୁଆର ମହାସୁଆର ନିଯୋଗ ପକ୍ଷରୁ ମଧ୍ୟ ଏକ ଏତାଲା ଦିଆଯାଇଛି । ଆମାଜନର ଏମ୍‌.ଡି.ଙ୍କୁ ପୁରୀ ଅଧିବକ୍ତା ସଙ୍ଘ ପକ୍ଷରୁ ଏକ ଲିଗାଲ ନୋଟିସ ପଠାଯାଇଛି ।

ଏହା ବି ପଢ଼ନ୍ତୁ | ଆଉ କିଛି ଦିନ ପରେ ଆସିଯିବ କରୋନା ଭ୍ୟାକ୍ସିନ୍; ଦେଶର ସବୁ ଲୋକଙ୍କୁ ମିଳିବ ଏହି ଟିକା: PM ମୋଦି

କିଛି ଦିନ ତଳେ ‘ସୋ କୁଇକ୍’ ନାମକ ଏକ ସଂସ୍ଥା ଅନଲାଇନରେ ମହାପ୍ରସାଦ ବିକ୍ରି କରୁଥିବା ନେଇ ଅଭିଯୋଗ ଆସିଥିଲା। ଏହି ସାଇଟରେ ମହାପ୍ରଭୁଙ୍କ ମହାପ୍ରସାଦର ସବୁ ପ୍ରକାରର ବ୍ୟଞ୍ଜନର ଫଟୋଚିତ୍ର ସହ ଏକ ବିଜ୍ଞାପନ ଦେଖିବାକୁ ମିଳିଥିଲା । ଏଥି ସହିତ ଶୁଖିଲା ପ୍ରସାଦ ଓ ମହାପ୍ରସାଦର ଦର ବି ଉଲ୍ଲେଖ ରହିଥିଲା। ଖଜା କିଲୋଗ୍ରାମ ପ୍ରତି ୧୯୯ ଟଙ୍କା ଓ ଦୁଇ ଜଣଙ୍କ ପାଇଁ ମହାପ୍ରସାଦର ଦର ୪୯୯ ଟଙ୍କା ବୋଲି ଦର୍ଶା ଯାଇଥିଲା । ଏହାକୁ ନେଇ ସେତେବେଳେ ସମ୍ପୃକ୍ତ ସଂସ୍ଥାକୁ ନୋଟିସ ଦେବା ପରେ ସେ ସେଥିରୁ ଓହରିଥିଲା ବୋଲି କହିଛନ୍ତି ସୁଆର ମହାସୁଆର ନିଯୋଗ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀ  ।

ପୁରୀର ଶ୍ରୀମନ୍ଦିର


‘‘ଏବେ ପୁଣି ମହାପ୍ରଭୁଙ୍କ ନିର୍ମାଲ୍ୟ ଅନଲାଇନରେ ବିକ୍ରି ହେଉଥିବା ନଜରକୁ ଆସିଛି । ଆମାଜନ୍‌ ନାମକ ଏକ ଅନଲାଇନ ବିକ୍ରୟ ସଂସ୍ଥା ଅନଲାଇନରେ ନିର୍ମାଲ୍ୟ ବିକ୍ରି କରୁଥିବା ଅଭିଯୋଗ ଆସିଛି । ଗୋଟିଏ ପ୍ୟାକେଟ ନିର୍ମାଲ୍ୟର ଦର ୩୨୯ ଟଙ୍କା ଧାର୍ଯ୍ୟ କରିବା ସହ ୭୦ ପ୍ରତିଶତ ଡିସ୍କାଉଣ୍ଟରେ ୧୨୯ ଟଙ୍କାରେ ଏହା ଯୋଗାଇବା ପାଇଁ ବିଜ୍ଞାପନ ଦେଇଛି । ଏହା ଦ୍ୱାରା ମହାପ୍ରଭୁଙ୍କ ମହାପ୍ରସାଦର ମର୍ଯ୍ୟଦା ହାନି ହେଉଛି,’’ କହିଛନ୍ତି ପ୍ରତିହାରୀ ।

ଏହା ବି ପଢ଼ନ୍ତୁ | ଜଣ ଗର୍ଭବତୀ ଗର୍ଲଫ୍ରେଣ୍ଡଙ୍କ ସହ ବିବାହ ଉତ୍ସବରେ ଯୋଗ ଦେଲେ ଏହି ବ୍ୟକ୍ତି; ସଭିଏଁ ଚକିତ

ବର୍ତ୍ତମାନ ସମୟରେ କୋଭିଡ କଟକଣା ଥିବାରୁ କମ ମାତ୍ରାରେ ମହାପ୍ରସାଦ ରନ୍ଧନ କରାଯାଉଛି । ତେଣୁ ଅନଲାଇନରେ ବିକ୍ରି ପାଇଁ ପର୍ଯ୍ୟାପ୍ତ ପରିମାଣର ମହାପ୍ରସାଦ ଆମାଜନ କେଉଁଠୁ ପାଉଛି ଓ ତାହା ଶ୍ରୀମନ୍ଦିରର ବୋଲି କ’ଣ ପ୍ରମାଣ ରହିଛି ବୋଲି ସେ ପ୍ରଶ୍ନ କରିଛନ୍ତି ।

‘‘ଆମାଜନ୍‌ ବା ଅନ୍ୟ କୌଣସି ସଂସ୍ଥା ଅନଲାଇନରେ ମହାପ୍ରସାଦ ଭଳି ପବିତ୍ର ଦ୍ରବ୍ୟ ବିକ୍ରି କରିବା ଏକ ଗୁରୁତର ଓ ନିନ୍ଦନୀୟ ଘଟଣା । ସଂପୃକ୍ତ ସଂସ୍ଥାମାନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ଦାବିରେ ସିଂହଦ୍ଵାର ଥାନାରେ ଡିସେମ୍ବର ୨ ତାରିଖରେ ଏକ ଏତଲା ଦେଇଛି ଶ୍ରୀମନ୍ଦିର ସୁଆରମହାସୁଆର ନିଯୋଗ,’’ କହିଛନ୍ତି ନିଯୋଗର ସଭାପତି ନାରାୟଣ ମହାସୁଆର ।

ଏହା ବି ପଢ଼ନ୍ତୁ | ଘଣ୍ଟା ପୂର୍ବରୁ ମୃତ ଘୋଷିତ ହୋଇଥିଲା; ଶବ ବ୍ୟବଚ୍ଛେଦ ସମୟରେ ବଞ୍ଚି ଉଠିଲା ଏହି ବ୍ୟକ୍ତି!

ପୁରୀ ଅଧିବକ୍ତା ସଙ୍ଘ ପକ୍ଷରୁ ମଧ୍ୟ ଏହାର କଡ଼ା ବିରୋଧ କରାଯାଇଛି । ‘‘ଆମାଜନ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ଅମିତ ଅଗ୍ରୱାଲଙ୍କୁ କୋର୍ଟରୁ ଏକ ଲିଗାଲ ନୋଟିସ ଜାରି କରାଯାଇଛି । ଏଥିରେ ୨୦ ଦିନ ମଧ୍ୟରେ ନିଜର ପକ୍ଷ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି,’’ କହିଛନ୍ତି ସଙ୍ଘର ଆବାହକ ଆଇନଜିବୀ ଅନିଲ ଦାଶ ।

ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ କହିଛନ୍ତି ଯେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଡଃ କ୍ରୀଷନ କୁମାରଙ୍କ ନିର୍ଦ୍ଦେଶ କ୍ରମେ ଆମାଜନ୍ ବିରୁଦ୍ଧରେ ଏକ ଅଭିଯୋଗ ପତ୍ର ପ୍ରସ୍ତୁତ କରାଯାଇଛି । ଏହି ସଂସ୍ଥା ଭକ୍ତଙ୍କ ଧର୍ମଭାବନାଙ୍କୁ ଆଘାତ ଦେଇ ଅନଧିକାର ଭାବେ ନିର୍ମାଲ୍ୟ ପ୍ରସାଦକୁ ଅନଲାଇନରେ ବିକ୍ରି କରିବାକୁ ବିଜ୍ଞାପନ ଦେବା ଆଇନବିରୋଧୀ କାର୍ଯ୍ୟ ବୋଲି କହିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା ।

ଏହା ବି ପଢ଼ନ୍ତୁ | ଛାଡ଼ଖାଇ: ଛେଳିର ନାମ ମୋଦି’; ଗ୍ରାହକ ଦେଉଛି ୭୦ ଲକ୍ଷ ଟଙ୍କା , ହେଲେ ମାଲିକ ମାଗୁଛି . କୋଟି ଟଙ୍କା

‘‘ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଡିସେମ୍ବର ୪ ତାରିଖରେ କମ୍ପାନୀ ବିରୁଦ୍ଧରେ ସିଂହଦ୍ୱାର ଥାନାରେ ଏତାଲା ଦିଆଯାଇଛି । ଶ୍ରୀମନ୍ଦିର ପ୍ରଶାସନର ବିନା ଅନୁମତିରେ ମହାପ୍ରଭୁଙ୍କ ପ୍ରସାଦକୁ ନେଇ ଅନଲାଇନରେ ଚଢ଼ା ଦରରେ ବିକ୍ରି କରିବା ହେଉଛି ଭକ୍ତଙ୍କ ଭାବନା ସହ ଖେଳ ଖେଳିବା ସହ ଠକେଇ କରିବା । ତେଣୁ ସଂସ୍ଥା ବିରୁଦ୍ଧରେ ଆଇନ ଅନୁଯାୟୀ ଦଣ୍ଡ ବିଧାନ କରିବାକୁ ଏତାଲାରେ ଉଲ୍ଲେଖ କରାଯାଇଛି,’’ କହିଛନ୍ତି ଜେନା ।

‘‘ନିର୍ମାଲ୍ୟ ମହାପ୍ରସାଦ ଆଦି ମହାପ୍ରଭୁଙ୍କ ପୁଜା ସାମଗ୍ରୀ ଶ୍ରୀମନ୍ଦିର ପ୍ରଶାସନର ନିଜସ୍ୱ ଅଧିକାରଭୁକ୍ତ ଦୁର୍ଲଭ ପ୍ରସାଦ । ଏହାକୁ ଶ୍ରୀମନ୍ଦିର ପ୍ରଶାସନର ବିନା ଅନୁମତିରେ ବିକ୍ରି କରାଯାଇପାରିବ ନାହିଁ ବୋଲି ଆଇନ ରହିଛି । ତେଣୁ ମହାପ୍ରସାଦ ନିର୍ମାଲ୍ୟ ନାଁରେ ବିକ୍ରି ହେଉଛି ନକଲି ନିର୍ମାଲ୍ୟ । ସମ୍ପୃକ୍ତ ସଂସ୍ଥା ଏହାକୁ ନିର୍ମାଲ୍ୟ କହି ନକଲି ନିର୍ମାଲ୍ୟ ବିକ୍ରି କରୁଥିବାର ନଜିର ସୋସିଆଲ ମିଡ଼ିଆରେ ଦେଖିବା ପରେ ମଁ ପ୍ରଥମେ ସିଂହଦ୍ୱାର ଥାନାରେ ଛାମୁ ଖୁଣ୍ଟିଆ ନିଯୋଗ ପକ୍ଷରୁ ଏତାଲା ଦେଇଥିଲି,’’ କହିଛନ୍ତି ଖୁଣ୍ଟିଆ ସେବାୟତ ଶମ୍ଭୁନାଥ ଖୁଣ୍ଟିଆ ।



ଏହି ମାମଲାରେ ଆମାଜନ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି କୈଫିୟତ ଆସି ନାହିଁ । ଶ୍ରୀମନ୍ଦିର ପ୍ରଶାସନ ଓ ସୁଆର ମହାସୁଆର ନିଯୋଗ ଆମାଜନ୍ ସଂସ୍ଥା ନକଲି ନିର୍ମାଲ୍ୟ ବିକ୍ରି କରୁଛି ବୋଲି ଜୋର୍‌ ଦେଇ କହି:ନ୍ତି ଓ ସଂସ୍ଥା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ସବୁ ଇ-କମର୍ସ ସଂସ୍ଥାଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏ ସମ୍ପର୍କରେ ଏକ ଚିଠି କରିବାକୁ ଅନୁରୋଧ କରାଯାଇଛି ।
Published by: Anand Shankar Thankur Das
First published: December 4, 2020, 10:45 PM IST