ଗଞ୍ଜାମରେ ବାପ-ପୁଅଙ୍କ କଳି ବେଳେ ଫୁଟିଲା ଗୁଳି; କଳି ଛଡ଼େଇବାକୁ ଯାଇ ବୋହୂର ଜୀବନ ଗଲା

ଏହି ହତ୍ୟାକାଣ୍ଡ ପରେ ଉଭୟ ବାପା ଓ ପୁଅ ଫେରାର ହୋଇଯାଇଛନ୍ତି । ଦୁହିଁଙ୍କ ବଚସା ବେଳେ ଜଣକ ହାତରେ ବନ୍ଧୁକ ଦେଖି ବୋହୂ ମଝିରେ ପଶି ଝଗଡ଼ା ବନ୍ଦ କରିବାକୁ ଓ ବନ୍ଧୁକ ଛଡ଼ାଇ ଆଣିବାକୁ ଚେଷ୍ଟା କରୁଥିବା ବେଳେ ସେଥିରୁ ଗୁଳି ଫୁଟିଯାଇଥିଲା ।

ଗଞ୍ଜାମରେ ବାପ-ପୁଅଙ୍କ କଳି ବେଳେ ଫୁଟିଲା ଗୁଳି; କଳି ଛଡ଼େଇବାକୁ ଯାଇ ବୋହୂର ଜୀବନ ଗଲା
ଘଟଣା ପରେ ଗାଁରେ ଏକ ପୋଲିସ ଦଳ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
  • News18 Odia
  • Last Updated: June 13, 2020, 10:51 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବ୍ରହ୍ମପୁର: ପାରିବାରିକ କଳହ ଉଗ୍ର ରୂପ ନେଇ ଘର ଭିତରେ ଜଘନ୍ୟ ହତ୍ୟାକାଣ୍ଡ ହତ୍ୟା ପରି ଦୁର୍ଭାଗ୍ୟଜନକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାର ବଡ଼ଗଡ଼ ଥାନା ଅନ୍ତର୍ଗତ ମେରିକୋଟ ଗ୍ରାମ ପଞ୍ଚାୟତରେ । ବାପା ଓ ପୁଅ ଦୁହେଁ କଳିରେ ଲାଗିଥିବା ବେଳେ ଦୁହିଙ୍କ ମଧ୍ୟରୁ ଜଣେ କ୍ରୋଧରେ ଅନ୍ଧ ହୋଇ ଏକ ଦେଶୀ ବନ୍ଧୁକ ବାହାର କରି ଆଣିବାରୁ ସେହି ବନ୍ଧୁକରୁ ନିର୍ଗତ ଗୁଳିରେ ଏହି କଳିକୁ ରୋକିବାକୁ ଚେଷ୍ଟା କରୁଥିବା ବୋହୂର ଜୀବନ ଚାଲିଯାଇଛି ।

ପଞ୍ଚାୟତର ବାରଭରଣିଆ ଗାଁରେ ପ୍ରଫୁଲ୍ଲ ମଳିକ ଓ ତାଙ୍କ ପୁଅ ମିଟୁ ମଳିକଙ୍କ କଳିରେ ମିଟୁର ଯୁବତୀ ପତ୍ନୀ ରଶ୍ମିତା ପତ୍ନୀ ବଳି ପଡ଼ିଛନ୍ତି । ପ୍ରଫୁଲ୍ଲ ମଳିକ ନିଜ ଘରେ ହୋଇଥିବା ବିବାହ ଭୋଜି ପାଇଁ କରାଯାଇଥିବା ବାକି ସୁଝିବାକୁ ନେଇ ତାଙ୍କ ପୁଅ ମିଟୁ ସହିତ ଆଲୋଚନା କରିବା ବେଳେ ଝଗଡ଼ା ଆରମ୍ଭ ହୋଇଥିଲା ।

ପୋଲିସର ପ୍ରାଥମିକ ଅନୁସନ୍ଧାନ ଅନୁସାରେ ମିଟୁ ଏହି ବାକି ସୁଝିବା ପାଇଁ ଟଙ୍କା ପଇସା ଦେଉ ନ ଥିବା ପ୍ରଫୁଲ୍ଲ କହିବା ପରେ ଦୁହିଁଙ୍କ ଭିତରେ ବଚସା ଓ ଖୁବ୍‌ ଶୀଘ୍ର ହାତାହାତି ଆରମ୍ଭ ହୋଇଯାଇଥିଲା । ଏହି ସମୟରେ ଦୁହିଁଙ୍କ ମଧ୍ୟରୁ କେହି ଜଣେ ଏକ ଦେଶୀ ବନ୍ଧୁକ ବାହାର କରିଆଣିଥିଲେ । ଏ ପର୍ଯ୍ୟନ୍ତ ଜଣା ପଡ଼ିନାହିଁ ବାପା ନା ପୁଅ କିଏ ଏହି ବନ୍ଧୁକ ବାହାର କରିଥିଲେ ଓ ଏହି ବନ୍ଧୁକ କାହା ପାଖରେ ଥିଲା ।

ବୋହୂ ରଶ୍ମିତା ମଳିକଙ୍କର ଘର ଭିତରେ ହିଁ ଗୁଳି ଆଘାତରେ ମୃତ୍ୟୁ ହୋଇଥିଲା ।


‘‘ବନ୍ଧୁକ ସହିତ ଭୀଷଣ ବଚସା ହେଉଥିବା ଦେଖି ବୋହୂ ରଶ୍ମିତା ମଳିକ ମଝିରେ ପଶି ଝଗଡ଼ା ବନ୍ଦ କରିବାକୁ କହି ସେହି ବନ୍ଧୁକ ଛଡ଼ାଇ ଆଣିବାକୁ ଚେଷ୍ଟା କରୁଥିବା ବେଳେ ସେଥିରୁ ଗୁଳି ଫୁଟିଯାଇଥିଲା ବୋଲି କହିଛନ୍ତି ତାଙ୍କ ଶାଶୁ କନକ ମଳିକ । ଗୁଳି ରଶ୍ମିତାଙ୍କ ମଥାରେ ବାଜିଥିଲା ଓ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା,’’ କହିଛନ୍ତି ତଦନ୍ତରେ ସାମିଲ ଥିବା ଜଣଏ ପୋଲିସ ଅଧିକାରୀ ।

ରଶ୍ମିତାଙ୍କ ମଥାରୁ ଭୀଷଣ ରକ୍ତସ୍ରାବ ହେବା ପରେ ସେ ମୃତ୍ୟୁ ବରଣ କରିବା ଦେଖି ଉଭୟ ପ୍ରଫୁଲ୍ଲ ମଳିକ ଓ ତାଙ୍କ ପୁଅ ମିଟୁ ମଳିକ ସେଠାରୁ ଫେରାର ହୋଇଯାଉଥିଲେ । ବଡ଼ଗଡ଼ ପୋଲିସ ଓ ଆସିକା ଏସ୍‌.ଡି.ପି.ଓ. ସୂର୍ଯ୍ୟମଣି ପ୍ରଧାନଙ୍କ ନେତୃତ୍ବରେ ଏକ ପୋଲିସ୍‌ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ମୃତ ରଶ୍ମିତାଙ୍କ ଶାଶୁ କନକ ମଳିକ


‘‘ଋଣ ବାଡ଼ି ହେଇଛି ଆଉ ସେ (ପୁଅ) କାମଧାମ କରି ବି ପଇସା ପତର ଦେଉନାହିଁ ବୋଲି ତା’ ବାପା କହିଥିଲେ ଓ ଝଗଡ଼ା ଆରମ୍ଭ ହୋଇଥିଲା । ଘରଟା ବିକିଦେବାକୁ ସେ କହିଥିଲେ । ସେଇଠୁ ମାଡ଼ଗୋଳ ହେଲେ । ତା’ପରେ ଛଡ଼ାଛଡ଼ି ହେଉଥିଲେ… କେମିତି (ବନ୍ଧୁକରେ) ହାତ ବାଜିଗଲା, ଆଉ ବହୂ ପିଲାକୁ ଲାଗିଲା,‘‘ କହିଛନ୍ତି ରଶ୍ମିତାଙ୍କ ଶାଶୁ କନକ ମଳିକ । ‘‘ବନ୍ଧୁକ ପୁଅକୁ ଆଗରୁ ଥିଲା କି କଣ ହେଇଥିବ… ତା’ ପରେ ବୋପା ପୁଅ କୁଆଡ଼େ ଚାଲିଗଲେ,’’ ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ: 

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: June 13, 2020, 10:51 PM IST
corona virus btn
corona virus btn
Loading