କେନ୍ଦ୍ରାପଡ଼ାରେ ଭୟଙ୍କର ବାଣ ବିସ୍ଫୋରଣ; ୯ ଗୁରୁତର...୩୦ରୁ ଉର୍ଦ୍ଧ ଆହତ

ବୁଧବାର ଦିନ ଭଗବାନ କାର୍ତ୍ତିକେଶ୍ୱରଙ୍କ ଭସାଣି ସମାରୋହରେ ଓଡ଼ିଶାର କେନ୍ଦ୍ରାପଡା ଜିଲ୍ଲାର ବାଲିଆ ବଜାରରେ ଅଗ୍ନିକାଣ୍ଡ ଘଟି ବିସ୍ଫୋରଣରେ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ।

ବାଣ ବିସ୍ଫୋରଣ

ବାଣ ବିସ୍ଫୋରଣ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

କେନ୍ଦ୍ରାପଡ଼ା: ବୁଧବାର ଦିନ ଭଗବାନ କାର୍ତ୍ତିକେଶ୍ୱରଙ୍କ ଭସାଣି ସମାରୋହରେ ଓଡ଼ିଶାର କେନ୍ଦ୍ରାପଡା ଜିଲ୍ଲାର ବାଲିଆ ବଜାରରେ ଅଗ୍ନିକାଣ୍ଡ ଘଟି ବିସ୍ଫୋରଣରେ ଅତି କମରେ ୪୦ ଜଣ ଲୋକ ଆହତ ହୋଇଛନ୍ତି। ପୋଲିସ ସୂଚନା ଅନୁଯାୟୀ ଏଠାରୁ ପ୍ରାୟ ୮୦ କିଲୋମିଟର ଦୂରରେ ଥିବା ବାଲିଆ ବଜାରରେ ଭସାଣି ସ୍ଥାନରେ ବିଭିନ୍ନ ପୂଜାପାଠୀଙ୍କ ମଧ୍ୟରେ ବାଣ ବିସ୍ଫୋରଣ ପ୍ରତିଯୋଗିତା ହୋଇଥିଲା।

ବହୁ ରୋଗୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାବେଳେ ଗୁରୁତର ରୋଗୀଙ୍କୁ କଟକ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ବୋଲି ପୋଲିସ କହିଛି। ଭସାଣି ଉତ୍ସବ ବେଳେ ଆତସବାଜି କାର୍ଯ୍ୟକ୍ରମ ଚାଲିଥିଲା। ଏହି ସମୟରେ ବାଣର ଏକ ନିଆଁ ଷ୍ଟକ ରଖିଥିବା ବାଣ ଉପରେ ପଡିଯାଇଥିଲା । ଫଳରେ ସେଠାରେ ଭୟଙ୍କର ବିସ୍ଫୋରଣ ହୋଇଥିଲା।
Published by:Soumyashree Mishra
First published: