ଦୀପାବଳୀର ବାଣ ଫୁଟାରେ ପାଣି ଢାଳିଲା କରୋନା; ବାଣ ବ୍ୟବସାୟୀଙ୍କ ଦୁଃଖ କହିଲେ ନ ସରେ

ଦୀପାବଳୀ ପାଇଁ ଲକ୍ଷ ଲକ୍ଷ ଟଙ୍କାର ବାଣ କିଣି ସାରିଥିବା ବ୍ୟବସାୟୀମାନେ କହିଛନ୍ତି ଯେ ରାଜ୍ୟ ସରକାରଙ୍କର ଯଦି ବାଣ ଫୁଟା ବନ୍ଦ କରିବାର ଥିଲା ତାହେଲେ ମାସେ ଆଗରୁ ସେ କଥା କହି ପାରିଥାନ୍ତେ, ଫଳରେ ରାଜ୍ୟର ବ୍ୟବସାୟୀମାନେ କ୍ଷତି ସହି ନ ଥାନ୍ତେ ।

ଦୀପାବଳୀର ବାଣ ଫୁଟାରେ ପାଣି ଢାଳିଲା କରୋନା; ବାଣ ବ୍ୟବସାୟୀଙ୍କ ଦୁଃଖ କହିଲେ ନ ସରେ
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 5, 2020, 12:02 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଆଉ ଦିନ କେଇଟା ପରେ ଆଲୋକର ପର୍ବ ଦୀପାବଳୀ । ସେ ଦିନ ବାଣ ଫୁଟାଇବାର ପରମ୍ପରାରେ ଚଳିତ ବର୍ଷ ବ୍ରେକ୍‌ ଲାଗିବ । ଦୀପାବଳୀରେ ବାଣ ଫୁଟା ଓ ବିକ୍ରିକୁ ରାଜ୍ୟ ସରକାର ନିଷିଦ୍ଧ କରିବା ପରେ ଏ ବର୍ଷ ଦୀପାବଳୀରେ ପରିବେଶ ପ୍ରଦୃଷଣ ମୁକ୍ତ ରହିବ । ସରକାରଙ୍କ ଏହି ନିଷ୍ପତ୍ତିକୁ ପରିବେଶବିତଙ୍କ ଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ ବିଶେଷଜ୍ଞମାନଙ୍କ ପର୍ଯ୍ୟନ୍ତ ସମସ୍ତେ ସ୍ବାଗତ କରିଥିବା ବେଳେ ହୋଲସେଲ ବାଣ ବ୍ୟବସାୟୀଙ୍କ ମୁଣ୍ଡ ଉପରେ ଚଡ଼କ ପଡ଼ିଛି ।

ବାଣ ବ୍ୟବସାୟୀଙ୍କ ଠାରୁ ମିଳିଥିବା ତଥ୍ୟ ମୁତାବକ ଓଡ଼ିଶାରେ ପ୍ରାୟ ୨୫୦ରୁ ଉର୍ଦ୍ଧ ଜଣ ଲାଇସେନ୍ସ ପ୍ରାପ୍ତ ହୋଲସେଲ ବ୍ୟବସାୟୀ ରହିଛନ୍ତି । ଏମାନଙ୍କ ଠାରୁ ବାଣ କିଣି ହଜାର ହଜାର ଖୁଚୁରା ବ୍ୟବସାୟୀ ଦୀପାବଳୀରେ ବାଣ ବ୍ୟବସାୟ କରିଥାନ୍ତି । ଦୀପାବଳୀର ପ୍ରାୟ ଦେଢ଼ ମାସ ପୂର୍ବରୁ ଏହି ହୋଲସେଲ ବ୍ୟବସାୟୀମାନେ ବିଭିନ୍ନ ବାଣ ତିଆରି କାରଖାନାରୁ ବାଣ ଆଣି ନିଜ ନିଜ ଗୋଦାମରେ ରଖିଥା’ନ୍ତି । ପ୍ରତି ବର୍ଷ ଭଳି ଏବର୍ଷ ମଧ୍ୟ ହୋଲସେଲ ବ୍ୟବସାୟୀମାନେ ବାଣ କିଣି ସାରିଛନ୍ତି । କିନ୍ତୁ ଏହି ସରକାରୀ କଟକଣା ସେମାନଙ୍କ ହୋସ ଉଡ଼ାଇ ଦେଇଛି ।

ଏହା ବି ପଢ଼ନ୍ତୁବିହାର ନିର୍ବାଚନ ପ୍ରଚାରରୁ ଫେରି ଅଭିନେତ୍ରୀ ଅମିଶା ପଟେଲ କହିଲେ, ‘‘ସେଠି ମୋର ରେପ୍ ହୋଇଯାଇଥାନ୍ତା’’

ପ୍ରତି ବର୍ଷ ଦୀପାବଳୀ ପାଇଁ ଜଣେ ଜଣେ ହୋଲସେଲ ବ୍ୟବସାୟୀ ପ୍ରାୟ ୫୦ରୁ ୭୦ ଲକ୍ଷ ଟଙ୍କା ମୂଲ୍ୟର ବାଣ ଆଗୁଆ କିଣି ଗଚ୍ଛିତ ରଖିଥା’ନ୍ତି । ଏ ବର୍ଷ କୋଭିଡ ସ୍ଥିତି ଉପୁଜିବା ଓ ଗତ ବର୍ଷ ଦୀପାବଳୀରେ ବର୍ଷା ହେବା ଯୋଗୁଁ ବାଣ ବିକ୍ରି ନ ହୋଇ ରିଟେଲରମାନଙ୍କ ପାଖରେ ରହି ଯାଇଥିବାରୁ ଗତ ବର୍ଷ ତୁଳନାରେ କିଛି କମ୍‌ ପାରିମାଣର ବାଣ ବଡ଼ ବ୍ୟବସାୟୀମାନେ କଣିଥିଲେ । ହୋଲସେଲ ବାଣ ବ୍ୟବସାୟ ସହିତ ଜଡ଼ିତ ଲୋକଙ୍କ କହିବା ମୁତାବକ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ବଡ଼ ବ୍ୟବସାୟୀମାନେ ପାଖାପାଖି ୧୫୦ କୋଟି ଟଙ୍କାର ବାଣ କିଣି ନିଜ ନିଜ ଗୋଦାମରେ ଗଚ୍ଛିତ ରଖିସାରିଛନ୍ତି ।

ପରିବେଶବିତ ଆଶୁତୋଷ ଦେବତା


“ଦୀପାବଳୀ ପାଇଁ ଏ ବର୍ଷ ପାଖାପାଖି ୩୦ ଲକ୍ଷ ଟଙ୍କାର ବାଣ ମୁଁ କିଣିଛି । ବ୍ୟାଙ୍କରୁ ସିସି କରି ଶିବକାଶିରୁ ବାଣ ମଗାଇଥିଲି । ସବୁ ଯାକ ଗେଦାମରେ ପଡ଼ଛି । ଯଦି ଦୀପାବଳୀ ପାଇଁ ରାଜ୍ୟ ସରକାରଙ୍କ ବାଣ ବନ୍ଦ କରିବାର ଥିଲା ତାହା ହେଲେ ଏବେ କାହିଁକି କହିଲେ? ମାସେ ଆଗରୁ କହି ପାରିଥାନ୍ତେ! ଅନ୍ତତଃ ଆମେ ବାଣ କିଣି ନ ଥାନ୍ତୁ କି ଏତେ କ୍ଷତି ସହି ନଥାନ୍ତୁ,” କହିଛନ୍ତି କଟକ ନନ୍ଦି ସାହିରେ ଲାଇସେନ୍ସ ପ୍ରାପ୍ତ ବାଣ ହୋଲସେଲ ବ୍ୟବସାୟୀ ମନୋଜ ସାହୁ ।

ଏହା ବି ପଢ଼ନ୍ତୁ | ତୁର୍କୀରେ ଚମତ୍କାର: ଭୂମିକମ୍ପର ୬୫ ଘଣ୍ଟା ପରେ ବର୍ଷର କୁନି ଝିଅକୁ ଜୀବନ୍ତ ଉଦ୍ଧାର କରାଗଲା

ରାଜ୍ୟ ସରାକାରଙ୍କୁ ସ୍ବାଗତ କରିବାକୁ ଯାଇ କେବଳ ଏ ବର୍ଷ ନୁହେଁ ବରଂ କୌଣସି ବର୍ଷ ବି ଦୀପାବଳୀରେ ବାଣ ବିକ୍ରି କିମ୍ବା ଫୁଟାଇବା ପାଇଁ ଅନୁମତି ଦିଆ ନ ଯାଉ ବୋଲି କହିଛନ୍ତି ପରିବେଶବିତମାନେ । ବାଣରୁ ନିର୍ଗତ ହେଉଥିବା କାର୍ବନ୍ ଡାଇଅକ୍ସାଇଡ୍, କାର୍ବନ୍ ମୋନୋଅସାଇଡ୍ ଓ ସଲଫର୍ ଡାଇଅକ୍ସାଇଡ୍ ଭଳି ବିଷାକ୍ତ ଗ୍ୟାସ କୋଭିଡ ଆକ୍ରାନ୍ତଙ୍କ ପାଇଁ ବହୁତ କ୍ଷତିକାରକ ।

ଏହା ବି ପଢ଼ନ୍ତୁ | ପାକିସ୍ତାନରେ ପୁଣି ଏକ ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା କରାଗଲା; ଗଣେଶଙ୍କ ମୂର୍ତ୍ତି ଭାଙ୍ଗିଦିଆଗଲା – VIDEO

ତା’ ଛଡ଼ା ଦୀପାବଳୀର ଅନେକ ଦିନ ପର୍ଯ୍ୟନ୍ତ ବାୟୁମଣ୍ଡଳ ଅତିରିକ୍ତ ପ୍ରଦୁଷିତ ହୋଇଯାଉଥିବାରୁ ଏହା ସମଗ୍ର ପ୍ରାଣୀ ଜଗତ ଓ ବୃକ୍ଷଲତା ଉପରେ ମଧ୍ୟ ଅତି ଖରାପ ପ୍ରଭାବ ପକାଇଥାଏ ବୋଲି କହିଛନ୍ତି ବିଶେଷଜ୍ଞମାନେ ।



“ଦୀପାବଳୀରେ ହେଉଛି ଆଲୋକର ପର୍ବ । ଦୀପ ଜାଳି ଏହି ପର୍ବକୁ ପାଳନ କରିବା ଆମ ପରମ୍ପରାରେ ଅଛି । ତେଣୁ ଦୀପ ଜାଳି ଆମେ ଆମ ପରମ୍ପରାକୁ ରକ୍ଷା କରିବା । ତା’ ଦ୍ୱାରା ପରିବେଶ ମଧ୍ୟ ସୁରକ୍ଷିତ ରହିବ । ସେଥି ପାଇଁ ସରକାରଙ୍କ ଏହି ନିର୍ଦ୍ଦେଶ ନିହାତି ସ୍ବାଗତଯୋଗ୍ୟ । ଏ ବର୍ଷ ସମସ୍ତେ ଦୀପ ଜାଳି ସବୁଜ ଦୀପାବଳି ପାଳନ କରନ୍ତୁ ବୋଲି ମୁଁ ନିବେଦନ କରୁଛି” କହିଛନ୍ତି ପରିବେଶବିତ ଆଶୁତୋଷ ଦେବତା ।
Published by: Anand Shankar Thankur Das
First published: November 5, 2020, 12:02 AM IST
corona virus btn
corona virus btn
Loading