ଶ୍ରୀମନ୍ଦିର ମେଘନାଦ ପାଚେରୀ ନିକଟରେ ନିଆଁ; ସୁରକ୍ଷା ଉପରେ ପ୍ରଶ୍ନବାଚୀ
News 18 Odia Digital
ପୁରୀ; ଶ୍ରୀମନ୍ଦିର ପେଜନଳା ନିକଟରେ ମେଘନାଦ ପାଚେରୀ ପାଖରେ ଅଳିଆ ଗଦାରେ ନିଆଁ । ଶ୍ରୀମନ୍ଦିର ଭିତରୁ କୁଡୁଆ ଓ ରୋଷଘରୁ ବାହାରିଥିବା ଅଙ୍ଗାର ଏବଂ ଅଳିଆ ଆବର୍ଜନା ମନ୍ଦିର ଭିତରୁ ସେହି ଜାଗାରେ ଫିଙ୍ଗାଯାଏ । ସେହି ଆବର୍ଜନାରେ ଥିବା ଦୀପ ବଳିତାରୁ ନିଆଁ କୁହୁଳି ଖୁବ ଜୋରରେ ଜଳିଥିଲା ।
ନିଆଁ ଲିଭାଇବା ପାଇଁ ସେବାୟତମାନେ ପୋଲିସ ଓ ଅଗ୍ନିଶମକୁ ଖବର ଦେଲେଥିଲେ କିନ୍ତୁ ଦୁଇଘଣ୍ଟା ପର୍ଯ୍ୟନ୍ତ କେହି ଆସିନଥିଲେ । ତେଣୁ ବାଧ୍ୟ ହୋଇ ସେବାୟତ ଓ ସ୍ଥାନୀୟ ଦୋକାନୀ ଲିଭାଇବା ପାଇଁ ଅଣ୍ଟାଭିଡିଥିଲେ । ବହୁ ବିଳମ୍ୱରେ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ତେବେ ଶ୍ରୀମନ୍ଦିର ପାଖରେ ଏଭଳି ନିଆଁ ଲାଗିଥିବା ଘଟଣାକୁ ନେଇ ମନ୍ଦିର ସୁରକ୍ଷା ଉପରେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।