ରଥ ସୁରକ୍ଷା ପାଇଁ ୩ ଫାୟାରିଂ ଟିମ ମୁତୟନ ଅଛନ୍ତି (ପ୍ରତୀକାତ୍ମକ ଛବି)
News18 Odia Digital
ରଥ ସୁରକ୍ଷା ପାଇଁ ତିନୋଟି ଫାୟାର ଫାଇଟିଂ ଟିମ ସହ ଅଗ୍ନି ନିର୍ବାପକ ବ୍ୟବସ୍ଥା କରାଯାଇଛି । ସମୁଦ୍ରରେ ଦୁର୍ଘଟଣା ଜନିତ ଅଘଟଣ ରୋକିବା ପାଇଁ ୩୯ ଜଣ ଅଗ୍ନିଶମ କର୍ମଚାରୀଙ୍କୁ ନେଇ ତିନିଟି ସ୍ୱତନ୍ତ୍ର ଟିମ୍ କରାଯାଇଛି । ୯୦ ଜଣ ଲାଇଫ୍ ଗାର୍ଡ ଓ ୩୦୦ ଜଣ ଘରୋଇ ଲାଇଫ୍ ଗାର୍ଡ ମୁତୟନ ହେବେ । ଅଂଶୁଘାତ ଜନିତ ସୁରକ୍ଷା ପାଇଁ ୧୫ଟି କୁଇକ୍ ରେସପନ୍ସ ଟିମ୍ ଓ ୮ଟି ୱାଟର ଟ୍ୟାଙ୍କର ରହିବ । ଜଳ ନିଷ୍କାସନ ପାଇଁ ୧୦ଟି ଫାୟାର ପମ୍ପ ରହିବ । ଏକ ସ୍ୱତନ୍ତ୍ର ଉଦ୍ଧାରକାରୀ ଦଳ ପୁରୀ ଅଗ୍ନିଶମ କେନ୍ଦ୍ରରେ ୨୪ଘଣ୍ଟିଆ କାଯ୍ୟ କରିବ ବୋଲି ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଛନ୍ତି ।
ସେହିପରି ରଥଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ଟ୍ରାଫିକ୍ ବ୍ୟବସ୍ଥା କରାଯାଇଛି । ଭୁବନେଶ୍ୱର, ବ୍ରହ୍ମପୁର ଆଡୁ ଯାଉଥିବା ବାଇକ କୁଡିକ ମଶାଣିଚଣ୍ଡୀ ଛକ ସ୍ଥିତ ଜଗନ୍ନାଥ ବଲ୍ଲଭରେ ପାର୍କିଂ କରିବେ । କୋଣାର୍କ ପଟୁ ଆସୁଥିବା ବାଇକ୍ ଗୁଡିକ ବ୍ଲୁ ଫ୍ଲାଗ୍ ବିଚ୍ ନିକଟରେ ପାର୍କିଂ କରିବେ । ଭୁବନେଶ୍ୱରରୁ ଯାଉଥିବା କାର ଗୁଡିକ ଛପନଛକ ନିକଟ ପାର୍କିଂ ସ୍ଥଳରେ ରହିବେ । ଭୁବନେଶ୍ୱରରୁ ଆସୁଥିବା ତିନି ଚକିଆ, ଚାରି ଚକିଆ ଗାଡି ଗୁଡିକ ମାଳତୀପାଟପୁର, ତୋଷାଳୀ ଛକ, ଗ୍ରୀଡ୍ ଷ୍ଟେସନ, ଭୁଦାନ ଦେଇ ତାଳବଣିଆରେ ପାର୍କିଂ କରିବେ । ଫେରିବା ବେଳେ ଏହି ଗାଡି ଗୁଡିକ ସେଣ୍ଟ୍ରାଲ ସ୍କୁଲ, ଗ୍ରୀଡ ଷ୍ଟେସନ, ବାଲିଘାଟ, ଗୋପାଳପୁର କ୍ରସିଂ ଦେଇ ମାଳତୀପାଟପୁରରେ ପହଞ୍ଚିବ ବସ ଗୁଡିକ ମାଳତୀପୁର ନୂଆ ବସଷ୍ଟାଣ୍ଡରେ ପାର୍କିଂ କରିବ ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।