News18 Odia Digital
ପୁରୀ: ପୁରୀରେ ପୁଣି ଲାଗିଲା ନିଆଁ। ପୁରୀ ରେଳ ଷ୍ଟେସନର ୧ ନମ୍ବର ପ୍ଲାଟଫର୍ମରେ ଅଗ୍ନିକାଣ୍ଡ ଘଟିଛି। ଆଶ୍ରମ ଛକ ରେଳ ଧାରଣା କଡ଼ ଅଳିଆ ଗଦାରେ ଏହି ନିଆଁ ଲାଗିଥିବା ସୂଚନା ମିଳିଛି। ଏହି ଘଟଣାକୁ ମିଶାଇ ଏଯାବତ ପୁରୀର ତିନୋଟି ସ୍ଥାନରେ ନିଆଁ ଲାଗିସାରିଲାଣି।
ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ତୁରନ୍ତ ଅଗ୍ନିଶମ ବାହୀନି ପହଞ୍ଚି ନିଆଁକୁ ଆୟତ କରିଛି। ରେଳ ଟ୍ରାକରେ ବର୍ତ୍ତମାନ ଟ୍ରେନ ଚଳାଚଳ ବନ୍ଦ ରହିଛି। ଘଟଣାସ୍ଥଳରେ ଷ୍ଟେସନ ମ୍ୟାନେଜର ଓ ରେଳବାଇ ଅଧିକାରୀ ଉପସ୍ଥିତ ଅଛନ୍ତି।
ପ୍ରକାଶ ଥାଉକି ସମ୍ରାଟ କମ୍ପେକ୍ସକୁ ନିଆଁ ଲାଗିବାର ୩୭ ଘଣ୍ଟା ହୋଇଥିବା ବେଳେ ପୁଣି ପୁରୀରେ ନିଆଁ ଲାଗିଥିବା ସୂଚନା ମିଳିଥିଲା। ଶୁକ୍ରବାର ଦିନ ଓଡ଼ିଶା ହ୍ୟାଣ୍ଡଲୁମ ବିଲ୍ଡିଂରେ ନିଆଁ ଲାଗିଥିବା ଖବର ସାମ୍ନାକୁ ଆସିଥିଲା। ନିଳାଦ୍ରୀ କମ୍ପ୍ଲେକ୍ସରେ ରହିଛି ଓଡ଼ିଶା ହ୍ୟାଣ୍ଡଲୁମ।
ଯଦି ପୁରୀର ମରୀଚିକୋଟ ସମ୍ରାଟ ମାର୍କେଟ କମ୍ପ୍ଲେକ୍ସର ନିଆଁ ବିଷୟରେ କଥା ହେବା ତାହାଲେ ନିଆଁ ଲାଗିବାର ୩୬ ଘଣ୍ଟା ପରେ ଲିଭିଥିଲା ନିଆଁ। ଜୋତା, ଚପଲ ପରି ଦହନଶୀଳ ସାମଗ୍ରୀ ଯୋଗୁଁ ଧୂଆଁ ବ୍ୟାପିଯାଇଥିଲା। କୋଠାରେ ଅଏଲ ପେଣ୍ଟ ଥିବାରୁ ନିଆଁ ବ୍ୟାପିଥିଲା।
ପଢ଼ନ୍ତୁ ଏହି ଖବର: Rainfall: ସକ୍ରିୟ ରହିଛି ପଶ୍ଚିମା-ଝଡ; ୧୬ ଜିଲ୍ଲାରେ ବର୍ଷା ସମ୍ଭାବନାତେବେ ବୁଧବାର ରାତି ୮ଟାରେ ମାର୍କେଟ୍ କମ୍ପ୍ଲେସରେ ନିଆଁ ଲାଗିଥିଲା। ୪୨ଟି ଦୋକାନ ଓ ସମ୍ରାଟ ସପିଂ ମଲ ପୋଡ଼ି ପାଉଁଶ ହୋଇଯାଇଛି। ନିଆଁ ଲିଭା ଗାଡ଼ି, ଅଗ୍ନିଶମ କର୍ମଚାରୀ, ଓଡ୍ରାଫ୍, ପୋଲିସ ସହ ଫେଡ୍କୋ ଓ ମ୍ୟୁନିସପାଲଟି କର୍ମଚାରୀ ଲାଗିଥିଲେ କାମରେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।