ବାଲୁଖଣ୍ଡ ଆଭୟାରଣ୍ୟରେ ଲାଗିଥିବା ନିଆଁକୁ ୩ ଦିନ ପରେ ଆୟତ କଲା ଅଗ୍ନିଶମ ବାହିନୀ

ବୁଧବାର ସନ୍ଧ୍ୟାରୁ ଜଳୁଥିଲା କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟ। ଶୁକ୍ରବାର ରାତିରେ ନିଆଁକୁ ଆୟତ କରିବାରେ ସଫଳ ହୋଇଛି କୋଣାର୍କ ଅଗ୍ନିଶମ ବାହିନୀ।

ବାଲୁଖଣ୍ଡ ଆଭୟାରଣ୍ୟରେ ଲାଗିଥିବା ନିଆଁକୁ ୩ ଦିନ ପରେ ଆୟତ କଲା ଅଗ୍ନିଶମ ବାହିନୀ

ବାଲୁଖଣ୍ଡ ଆଭୟାରଣ୍ୟରେ ଲାଗିଥିବା ନିଆଁକୁ ୩ ଦିନ ପରେ ଆୟତ କଲା ଅଗ୍ନିଶମ ବାହିନୀ

  • Share this:
News18 Odia Digital

ପୁରୀ: ବୁଧବାର ସନ୍ଧ୍ୟାରୁ ଜଳୁଥିଲା କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟ। ଶୁକ୍ରବାର ରାତିରେ ନିଆଁକୁ ଆୟତ କରିବାରେ ସଫଳ ହୋଇଛି କୋଣାର୍କ ଅଗ୍ନିଶମ ବାହିନୀ। ତେବେ ରଜକୁ ନେଇ ଜଙ୍ଗଲରେ ରୋଷେଇ କରିବା ପରେ ନିଆଁ ଛାଡ଼ି ପଳାଇ ଆସୁଥିବାରୁ ଏଭଳି ଅଘଟଣ ଘଟୁଛି ବୋଲି ଆଶଙ୍କା କରିଛି ବନ ବିଭାଗ।

ଜୁନ ୧୫ ତାରିଖ ବୁଧବାର ସନ୍ଧ୍ୟାରୁ କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟରେ ଲାଗିଥିଲା ନିଆଁ । କୋଣାର୍କ ଥାନା ଅନ୍ତର୍ଗତ କୁରୁଜଙ୍ଗ ସେକ୍ସନର ମାଗୁର ଚତରା, ହରିଣ ଚତରା ନିକଟ ଓ ରାମଚଣ୍ଡୀ ନିକଟ ଜଙ୍ଗଲରେ କେହି ଦୁର୍ବୁତ୍ତ ନିଆଁ ଲଗାଇ ଦେଇଥିବା ଅନୁମାନ କରାଯାଉଛି। ପ୍ରାୟ ୩ ରୁ ୪ ଏକର ଜଙ୍ଗଲରେ ନିଆଁ ଲାଗି କାଜୁ, ଝାଉଁ ଗଛ ଜଳି ଯାଇଥିବା ବେଳେ ସ୍ଥାନୀୟ ଲୋକେ ନିଆଁକୁ ଲିଭାଇବାରେ ଅସମର୍ଥ ହୋଇଥିଲେ। ସେମାନେ ପାରମ୍ପରିକ ପଦ୍ଧତିରେ କେବଳ ଝାଉଁ ପତ୍ର ଓ କାଠ ଗୁଡିକ ଅଲଗା କରି ତାକୁ ଛଡାଇ ଖାଲି ବାଲି ପକାଇ ନିଆଁ ଲାଗିବା ଅଞ୍ଚଳରୁ ପତ୍ର ପଡ଼ିଥିବା ଅଞ୍ଚଳକୁ ବିଛିନ୍ନ କରିଥିଲେ। ତେବେ ନିଆଁ ବ୍ୟାପିବା ଯୋଗୁଁ ତାହା କାମ ଦେଲାନି। ତେଣୁ ନିଜର ଫେସବୁକରେ ବାଧ୍ୟ ହୋଇ ସହାୟତା ପାଇଁ ଓ ଜଙ୍ଗଲର ସୁରକ୍ଷା ପାଇଁ ଭିଡିଓ ଭାଇରାଲ କରିଥିଲି ବୋଲି କହିଥିଲେ କୁରୁଜଙ୍ଗ ଅଞ୍ଚଳର ବାବୁଲା ବେହେରା।

କୋଣାର୍କ ବାଲୁଖଣ୍ଡ ଅଞ୍ଚଳରେ ନିଆଁ ଲିଭା ପାଇଁ ଅଗ୍ନିଶମ ବାହିନୀର ୮ ଜଣ କର୍ମଚାରୀ ମୁତୟନ ହୋଇଥିଲେ। ନିଆଁ ବ୍ୟାପିକି କୁରୁଜଙ୍ଗ ସେକ୍ସନର ୧୦ ଏକର ଜଙ୍ଗଲରେ ନିଆଁ ଲାଗି କାଜୁ ଓ ଝାଉଁ ଗଛ ସମ୍ପୂର୍ଣ୍ଣ ପୋ଼ଡି ପାଉଁଶ ହୋଇଯାଇଛି। ଅଭୟାରଣ୍ୟରେ ଥିବା ହରିଣ ଆଦି ବନ୍ୟଜନ୍ତୁ ମଧ୍ୟ ବିପଦରେ ଥିଲେ। ଦୁଇ ଦିନରୁ ଅଧିକ ସମୟ ହୋଇଥିଲେ ବି ନିଆଁ ସମ୍ପୁର୍ଣ୍ଣ ଆୟତ ହୋଇପାରିନଥିଲା। ନିଆଁ ଲିଭାଇବାକୁ ବନ ବିଭାଗ ଓ ଅଗ୍ନିଶମ ବିଭାଗ ସହ ଇକୋ କ୍ଲବର ସଦସ୍ୟ ଓ ଗ୍ରାମ ଜଙ୍ଗଲ ସୁରକ୍ଷା କମିଟିର ସଦସ୍ୟମାନେ ପାଣି ଓ ବାଲି ସାହାର୍ଯ୍ୟରେ ଥୁଣ୍ଠା ଗଛରୁ ନିଆଁ ଲିଭାଇବାକୁ ଚେଷ୍ଟା କରୁଥିଲେ। ନିଆଁ ଏବେ ଆଉ ଅଧିକ ବ୍ୟାପୁନାହିଁ, କମିବାରେ ଲାଗିଛି ବୋଲି ବାଲୁଖଣ୍ଡ ବନାଞ୍ଚଳ ଅଧିକାରୀ ବେଣୁଧର ବେହେରା କହିଥିଲେ।

ବାଲୁଖଣ୍ଡ ଆଭୟାରଣ୍ୟରେ ଲାଗିଥିବା ନିଆଁକୁ ୩ ଦିନ ପରେ ଆୟତ କଲା ଅଗ୍ନିଶମ ବାହିନୀ


"ଜୁନ ୧୫ ତାରିଖ ରାତିରୁ ଶୁକ୍ରବାର ପର୍ଯ୍ୟନ୍ତ ତିନି ଦିନ ହେଲାଣି ୮ ଜଣ ଅଗ୍ନିଶମ କର୍ମଚାରୀ ନିଆଁ ଲିଭା କାର୍ଯ୍ୟରେ ଲାଗିପଡ଼ିଥିଲେ। ତେବେ ଜଙ୍ଗଲ ମଝିରେ ନିଆଁ ଲାଗିଥିବାରୁ ସେଠି ପହଞ୍ଚିବା ଓ ନିଆଁ ଲିଭାଇବା ଭାରି ମୁସ୍କିଲ ଥିଲା। ତଥାପି ନିଆଁକୁ ଆୟତ କରାଯାଇଛି,’’ ଏହାର ସୂଚନା ଦେଇଛନ୍ତି ଅଗ୍ନିଶମ ସେବା କେନ୍ଦ୍ର କର୍ମଚାରୀ ତୁଷାରକାନ୍ତି ପରିଜା।

ପ୍ରକାଶ ଥାଉକି ଅଭୟାରଣ୍ୟର ସୁରକ୍ଷା ଓ ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ନେଇ ବର୍ଷକୁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ତେବେ ଏଯାବତ ଅଭୟାରଣ୍ୟରେ ଫନି ସମୟର ଭଙ୍ଗା ଗଛ ଓ ଶୁଖିଲା ଗଛ ଆଦି ପଡ଼ିଥିବା ବେଳେ ଅଭୟାରଣ୍ୟ ଏବେ ଶୁଖଲା କାଠମୟ। ସେପଟେ ଅଭୟାରଣ୍ୟରେ ବେଧଡକ ରୋଷେଇ କରି ନିଆଁ ଥିବା ଚୁଲିକୁ ଛାଡ଼ି ଦେଇ ଆସିବା ଯୋଗୁଁ ଘଟୁଛି ଏଭଳି ଅଭାବନୀୟ ଘଟଣା। ତେଣୁ ଏହା ଉପରେ ଗୁରୁତ୍ୱ ନ ଦେଲେ ଆଗାମୀ ଦିନରେ ନିଶ୍ଚିହ୍ନ ହୋଇଯିବ ବାଲୁଖଣ୍ଡ ଅଭୟାରଣ୍ୟ।
Published by:Lipina Das
First published: