ଓଡିଶା ଇତିହାସରେ ପ୍ରଥମ: ୨୦ ଘଣ୍ଟାରୁ ଅଧକ ସମୟ, ୧୬୦ରୁ ଅଧିକ ଆଗ୍ନିକ; ହେଲେ ଲିଭୁନି ନିଆଁ

ଓଡିଶା ଇତିହାସରେ ପ୍ରଥମ ଘଟଣା । ୨୪ ଘଣ୍ଟାରୁ ଅଧକ ସମୟ ଲାଗିଗଲା । ୧୬୦ ରୁ ଅଧିକ ଆଗ୍ନିକ ଲାଗିଛନ୍ତି ହେଲେ ନିଆଁ ଲିଭିବାରେ ନାଁ ଧରୁନି ।

ଓଡିଶା ଇତିହାସରେ ପ୍ରଥମ

ଓଡିଶା ଇତିହାସରେ ପ୍ରଥମ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ପୁରୀ: ଓଡିଶା ଇତିହାସରେ ପ୍ରଥମ ଘଟଣା । ୨୪ ଘଣ୍ଟାରୁ ଅଧକ ସମୟ ଲାଗିଗଲା । ୧୬୦ ରୁ ଅଧିକ ଆଗ୍ନିକ ଲାଗିଛନ୍ତି ହେଲେ ନିଆଁ ଲିଭିବାରେ ନାଁ ଧରୁନି । କିନ୍ତୁ ଡିଜି କହିଛନ୍ତି ଆମେ ଖୁବ କମ ସମୟରେ ସଫଳ ହେବୁ । ସେପଟେ ନିଆଁର କରାଳ ରୂପ ଦେଖି ଛାନିଆ ହୋଇପଡିଛନ୍ତି ଦୋକାନୀମାନେ । କିଭକି ସେମାନେ ଜୀବନ ନିର୍ବାହ କରିବେ ତାକୁ ନେଇ ଚିନ୍ତାରେ । ଅନ୍ୟପଟେ ସରକାରଙ୍କ ଅଗ୍ନିଶମ ସୁରକ୍ଷା ବ୍ୟବସ୍ଥା ସପିଙ୍ଗ ମଲରେ କାହିଁକି ନଥିଲା ଓ ଏ ନେଇ କିଭକି କାର୍ଯ୍ୟାନୁଷ୍ଠାନ ନିଆଯିବ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ ।

ଜଗନ୍ନାଥଙ୍କ ନାଁ ନେଇ ଘୁଷୁରି ଘୁଷୁରି ତଳକୁ ଆସିଥିଲେ; ଲୋମଟାଙ୍କୁରା କାହାଣୀ କହିଲେ ପର୍ଯ୍ଯଟକ

୨୪ ଘଣ୍ଟା ପୁରିଲାଣି ହେଲେ ଲିଭୁନି ନିଆଁ । ନିଆଁ ଲାଗିଯିବା ଯୋଗୁଁ ପୁରୀ ମରୀଚକୋଟ ଛକ ନିକଟ ବଡଦାଣ୍ଡରେ ଥିବା ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସଟି ଗତକାଲି ରାତିରୁ ଜଳୁଛି। ଏକ ଲୁଗା ଦୋନାନରେ ସଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି। ତିନି ମହଲା ବିଶିଷ୍ଟ ଏହି କମ୍ପ୍ଲେକ୍ସରେ ଗୋଟିଏ ବ୍ଯାଙ୍କ, ଜୁଏଲେରୀ , ଲୁଗାଦୋକାନ ସହ ଅନେକ ବ୍ଯବସାୟ ପ୍ରତିଷ୍ଠାନ ରହିଥିବା ବେଳେ ବଳଭଦ୍ର ଅତିଥି ଭବନ ମଧ୍ୟ ଲାଗି ରହିଛି। ତେବେ ଅନ୍ତେବାସୀ ଭକ୍ତଙ୍କ କହିବା କଥା ହେଉଛି ହୋଟେଲ ସମ୍ରାଟରେ ରହିଥିଲେ ମହାରାଷ୍ଟ୍ର ଓ ଓଡିଶାର ପ୍ରାୟ ତିନିଶହ ଭକ୍ତ। ନିଆଁ ଲାଗି ପ୍ରବଳ ଧୂଆଁ ବାହାରିବାରୁ ଅଣନିଶ୍ୱସୀ ହୋଇପଡିଥିଲେ। ନିଆଁ ଲାଗି ଯାଇଥିବା ଜାଣି ସମସ୍ତେ ଡକାଡକି ହୋଇ ବାହାରି ଆସିଥିଲେ। ଫଳରେ ଅଳ୍ପକେ ରକ୍ଷା ପାଇଯାଇଥିବା କହିଛନ୍ତି। ତେବେ ଅଗ୍ନିକାଣ୍ଡରେ କେହି ମୃତ୍ୟୁ ବରଣ କରିନଥିଲେ ମଧ୍ୟ ଜଣେ ଭିନ୍ନକ୍ଷମଙ୍କ ସମେତ ତିନି ଜଣ ଆହତ ହୋଇଥିଲେ। ଆହତ ମାନଙ୍କୁ ପୁରୀ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସୁନା ଦୋକାନୀ ଗହଣା ଓ ତାର ସମସ୍ତ ଆସବାବପତ୍ର ଖାଲି କରିଦେଇଛନ୍ତି। ତେବେ ଗହଣା ଗାଣ୍ଠି ଚୋରି ଉଦ୍ଯମ ଓ ଉଦ୍ଧାର କାର୍ଯ୍ଯରେ ବାଧା ଦେବା ଅଭିଯୋଗରେ ୪ ଜଣଙ୍କୁ ଉଠାଇ ନେଇଛି ପୁଲିସ।

ସେପଟେ ଗତକାଲି ଠାରୁ ପୁରୀ ଅଗ୍ନିଶମ ବିଭାଗ ପକ୍ଷରୁ ପ୍ରାୟ ୧୨ଟି ଦମକଳ ବାହିନୀ ଅପରେସନ ଜାରି ରଖିଛନ୍ତି। ଉଦ୍ଧାର କାର୍ଯ୍ଯ ଚାଲିଥିବା ବେଳେ ଅଗ୍ନିଶମ ବିଭାଗର ୧୫ରୁ ଉର୍ଦ୍ଧ୍ବ କର୍ମଚାରୀ ଅଣନିଶ୍ୱସୀ ହେବା ସହ ଆହତ ହୋଇଛନ୍ତି। ପର୍ଯ୍ଯାପ୍ତ ଅକ୍ସିଜେନ ସିଲିଣ୍ଡର କିଟ୍ ଯୋଗାଇ ଦିଆଯାଇଛି। ଯାହା ଦ୍ୱାରା ନିଆଁ ଲାଗିଥିବା ସ୍ଥଳରେ ପହଞ୍ଚିବା ସମ୍ଭବ ହୋଇପାରିଛି। ଘଟଣାସ୍ଥଳରେ ଡେପୁଟି ଅଗ୍ନିଶମ ବିଭାଗ ଅଫିସର , ଉପଜିଲ୍ଲାପାଳ ଭବତାରଣ ସାହୁ, ଅତିରିକ୍ତ ଏସପି ମିହିର ପଣ୍ଡା, ସିଟିଡିଏସପି, ଟାଉନଥାନା ଆଇଆଇସି ଗୋକୁଳାନନ୍ଦ ଦାସ, କୁମ୍ଭାରପଡା ଥାନାଧିକାରୀ, ସିଂହଦ୍ୱାର ଥାନାଧିକାରୀ ପ୍ରମୁଖ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରୁଛନ୍ତି।

ହୋଲିରେ ଅଘଟଣ; ଶ୍ରୀମନ୍ଦିର ନିକଟ ସପିଂ ମଲରେ ଅଗ୍ନିକାଣ୍ଡ; ଭିତରେ ଫସିଛନ୍ତି ଲୋକ

ଦୀର୍ଘ ୨୪ ଘଣ୍ଟା ପରେ ବି ନିଆଁ ଅଣାୟତ୍ତ ରହିଛି । ପରିସ୍ଥିତି ଅସମ୍ଭାଳ ହେବାରୁ ଓଡ୍ରାଫ ଟିମ୍ ଉଦ୍ଧାର କାର୍ଯ୍ୟରେ  ନିୟୋଜିତ କରାଯାଇଛି । ଯଦିଓ କୌଣସି ଜୀବନ ହାନି ହୋଇନାହିଁ। କିନ୍ତୁ ଧୀରେ ଧୀରେ ବିପଦଶଙ୍କୁଳ ହେଉଛି ପୁରୀ ସମ୍ରାଟ ମାର୍କେଟ କମ୍ପ୍ଲେକ୍ସ କୋଠା ଓ ଆଖପାଖ କୋଠାବାଡି । ନିଆଁର ଉତ୍ତାପ ଏତେ ମାତ୍ରାରେ ରହିଛି ଭିତରକୁ ନିଆଁଲିଭା ଟିମକୁ ଯିବାପାଇଁ ନାକେଦମ ହେବାକୁ ପଡୁଛି । ଭିତର ବନ୍ଦ ରହିଥିବା କୋଠରୀର ସାମଗ୍ରୀରେ ନିଆଁ ଏଯାବତ କୁହୁଳୁଥିବାର ଜଣାପଡୁଛି । ଉତ୍ତାପ ମାତ୍ରା ଏତେ ତେଜ ରହିଛି ଯେ ଦୋକାନର ସଟର  ତରଳିବାରେ ଲାଗୁଛି । କିଛି କାଚ ମଧ୍ୟ ନିଆଁ ପ୍ରଭାବରୁ ଫାଟୁଥିବା ଜଣାପଡୁଛି । ତେଣୁ ଭିତରେ ବନ୍ଦ ରହିଥିବା ଦୋକାନ ଗୁଡିକର ସଟର କାଟି ନିଆଁ ଲିଭାଇବା ପାଇଁ ଆପ୍ରାଣ ଚେଷ୍ଟା କରାଯାଉଛି ।


ସେପଟେ ଅଗ୍ନିଶମ ବିଭାଗର ଡେପୁଟି ଫାୟାର ଅଫିସର  ଏବଂ ପୁରା ଫାୟାର ଟିମ ନିଜର ଦମ ଲଗାଇଛନ୍ତି । ଓଡ୍ରାଫ ଟିମ ମଧ୍ୟ ନିଜର ପ୍ରଚେଷ୍ଟା ଜାରି ରଖିଛି। ଅନେକ ପର୍ଯ୍ୟଟକଙ୍କ ଆସବାବପତ୍ର ଏବେ ଭିତରେ ରହିଛି । ଅନ୍ୟପଟରେ ଭିତରେ ଗୋଟିଏ  ବ୍ୟାଙ୍କର ଶାଖା ରହିଥିବାରୁ ଏବେ ସେଠି କୌଣସି କ୍ଷତି ହୋଇଛି କି ନାହିଁ ସେନେଇ ମଧ୍ୟ ଆଶଙ୍କା ରହିଛି । ସେପଟେ ଏହି କମ୍ପ୍ଲେକ୍ସଟି ବହୁ ପୁରୁଣା ହୋଇଥିବା ବେଳେ ସମ୍ପୂର୍ଣ୍ଣ ଅସୁରକ୍ଷିତ। ସ୍ୱତନ୍ତ୍ର ପାର୍କିଂ ନଥିବା ବେଳେ ଉଠାଦୋକାନୀ ମାନଙ୍କ ଭିଡ ଯୋଗୁଁ ଉଦ୍ଧାରକାର୍ଯ୍ଯ ବାଧାପ୍ରାପ୍ତ ହୋଇଥିଲା। ପ୍ରଥମେ କମ୍ପ୍ଲେକ୍ସ ସାମ୍ନାରୁ ହଟାଇବା ପରେ ଦମକଳ ବାହିନୀକୁ ଉଦ୍ଧାରକାର୍ଯ୍ଯ କରିବା ପାଇଁ ସହଜ ହୋଇଥିଲା। ତେବେ ଯେହେତୁ ସିମେଣ୍ଟ ଚଟାଣ ଓ କାନ୍ଥରେ ନିଆଁ ଲାଗିଛି ଏହା ଧିରେ ଧିରେ ବିସ୍ତାରିତ ହେବାରେ ଲାଗିଛି। ଏହି ନିଆଁକୁ ଲିଭାଇବା ପାଇଁ ଦମକଳ ବାହିନୀକୁ ନାକେଦମ ହେବାକୁ ପଡୁଛି। ତେବେ ବଡଦାଣ୍ଡରେ ଏଭଳି ଘଟଣା ସମସ୍ତଙ୍କୁ ଆତଙ୍କିତ କରିଛି।

କଳା ଧୂଆଁ ଓ ସଂକୀର୍ଣ୍ଣ ପ୍ରବେଶ ପଥ ସାଜିଛି ବାଧକ; ଜଳିଗଲା ୫୦ ଦୋକାନ

ବଡଦାଣ୍ଡ ଦୁଇପାର୍ଶ୍ୱରେ ବହୁ ବର୍ଷର ପୁରୁଣା କୋଠା ରହିଛି। ଏଥିରେ ଇଲେକ୍ଟ୍ରି ଓ ଫାୟାର ସେଫ୍ଟି ବ୍ଯବସ୍ଥା ବେଶ୍ ଦୁର୍ବଳ। ରଥଯାତ୍ରା ଓ ବିଭିନ୍ନ ପର୍ବପର୍ବାଣି ସମୟରେ ହଜାର ହଜାର ଭକ୍ତଙ୍କ ଗହଳି ହୋଇଥାଏ। ହେଲେ ଏଥିପ୍ରତି ଜିଲ୍ଲା ପ୍ରଶାସନ ଯେତିକି ଗୁରୁତ୍ୱ ଦେବା କଥା ଦିଆଯାଉନାହିଁ। ଫଳରେ ଯଦି ଏଭଳି ଦୁର୍ଘଟଣା ଘଟେ ବଡଧରଣର ଅଘଟଣ ଘଟିବାର ଆଶଙ୍କା ରହିଛି। ତେବେ ଏବେଠୁଁ ସତର୍କ ହୋଇଯିବା ଜରୁରୀ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।
Published by:Soumya Das
First published: