ଦୁର୍ଘଟଣା ପରେ ଶବାନା ଆଜମୀଙ୍କ କାର୍ ଡ୍ରାଇଭରଙ୍କ ବିରୋଧରେ ଏତାଲା ଦେଲେ ଟ୍ରକ୍ ଡ୍ରାଇଭର

ଦୁର୍ଘଟଣା ଘଟିବା ସମୟରେ କାରରେ ଶବାନା ଏବଂ ସ୍ବାମୀ ଜାଭେଦ ଅଖତର ବସିଥିଲେ । ଶବାନା ଭୀଷଣ ଆହତ ହେଇଥିଲେ, ମାତ୍ର ଜାଭେଦଙ୍କୁ କୌଣସି ଆଘାତ ଲାଗି ନ ଥିଲା । ଡ୍ରାଇଭରଙ୍କ ପାଖ ସିଟରେ ବସିଥିବା ଶବାନାଙ୍କୁ ମୁହଁ, ବେକ ଓ ଚ଼ିବୁକରେ ଆଘାତ ଲାଗିଥିଲା ।

ଦୁର୍ଘଟଣା ପରେ ଶବାନା ଆଜମୀଙ୍କ କାର୍ ଡ୍ରାଇଭରଙ୍କ ବିରୋଧରେ ଏତାଲା ଦେଲେ ଟ୍ରକ୍ ଡ୍ରାଇଭର
ଦୁର୍ଘଟଣାରେ ଆହତ ହୋଇଥିବା ଶବାନା ଆଜମୀ
  • News18 Odia
  • Last Updated: January 19, 2020, 5:45 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ଏକ ସଡ଼କ ଦୁର୍ଘଟଣାରେ ଭୀଷଣଭାବେ ଆହତ ହୋଇଥିବା ଅଭିନେତ୍ରୀ ଓ ସାମାଜିକ କାର୍ଯ୍ୟକର୍ତ୍ତା ଶବାନା ଆଜମୀଙ୍କ ଡ୍ରାଇଭର୍‌ଙ୍କ ବିରୋଧରେ ଦୁର୍ଘଟଣାରେ ସମ୍ପୃକ୍ତ ଟ୍ରକ୍‌ ଡ୍ରାଇଭର ଥାନାରେ ଏକ ଏତାଲା ଦେଇଛନ୍ତି ।

ମହାରାଷ୍ଟ୍ର ପୋଲିସର ଜଣେ ଅଧିକାରୀଙ୍କ କହିବା ଅନୁସାରେ ଟ୍ରକ୍‌ର ଡ୍ରାଇଭର ଜଣକ ଶବାନା ଆଜମୀଙ୍କ କାର୍‌ ଡ୍ରାଇଭର ଅମଳେଶ କମାତଙ୍କ ବିରୋଧରେ ଏତାଲା ଦେବା ପରେ ସେଥିରେ ଲିଖିତ ତଥ୍ୟ ଅନୁସାରେ ଏକ ଏଫ୍‌ଆଇଆର୍‌ ରୁଜୁ ହୋଇଛି ।

ଏଫ୍‌ଆଇଆର୍‌ରେ ଲେଖାଅଛି: ‘‘କାର୍‌ ଡ୍ରାଇଭର୍‌ କମଳେଶ କାମାତଙ୍କ ଦ୍ୱାରା ଦାୟିତ୍ୱହୀନଭାବେ ଗାଡ଼ି ଚ଼ାଳନା ଯୋଗୁଁ କାର୍‌ଟି ପୁଣେ-ମୁମ୍ବାଇ ଏକ୍ସପ୍ରେସ୍‌ୱେରେ ଯାଉଥିବା ଟ୍ରକ୍‌ଟି ସହିତ ପିଟି ହୋଇଥିଲା, ଯେଉଁଥି ପାଇଁ ଦୁର୍ଘଟଣା ଘଟିଥିଲା ।’’

ଗତ କାଲି (ଜାନୁଆରୀ ୧୮) ଅପରାହ୍‌ଣରେ ଖାଲାପୁର ଟୋଲ ପ୍ଲାଜା ପାଖରେ ମୁମ୍ବାଇ-ପୁଣେ ଏକ୍ସପ୍ରେସୱେରେ ପ୍ରଖ୍ୟାତ ଅଭିନେତ୍ରୀ ତଥା ବଲିଉଡ଼ର ଲୋକପ୍ରିୟ ଗୀତିକାର ଜାଭେଦ ଅଖତରଙ୍କ ସ୍ତ୍ରୀ ଶବାନା ଆଜମୀଙ୍କ କାର୍ ଏକ ଟ୍ରକ୍ ସହ ବାଡ଼େଇ ହୋଇଯାଇଥିଲା ।

ଦୁର୍ଘଟଣା ପରେ ଶବାନା ଆଜମୀ ଓ ତାଙ୍କ ଡ୍ରାଇଭରଙ୍କୁ ତୁରନ୍ତ ନିକଟସ୍ଥ ଏମଜିଏମ ହସ୍ପିଟାଲ ପନବେଲରେ ଭର୍ତ୍ତି କରାଯାଇଥିଲା । ସେଠାରୁ ଶବାନାଙ୍କୁ କୋକିଳାବେନ୍‌ ହସ୍‌ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା ।

ଦୁର୍ଘଟଣା ଘଟିବା ସମୟରେ କାରରେ ଶବାନା ଏବଂ ସ୍ବାମୀ ଜାଭେଦ ବସିଥିଲେ । ମାତ୍ର ଜାଭେଦଙ୍କୁ କୌଣସି ଆଘାତ ଲାଗି ନ ଥିବା ଜଣାପଡ଼ିଛି ।

ଡ୍ରାଇଭରଙ୍କ ପାଖ ସିଟ୍‌ରେ ବସିଥିବା ଶବାନାଙ୍କୁ ମୁହଁ, ବେକ ଓ ଚ଼ିବୁକରେ ସାମାନ୍ୟ ଧରଣର ଆଘାତ ଲାଗିଥିବା ଜଣାଯାଇଛି । ତାଙ୍କ ଅବସ୍ଥା ଏବେ ଭଲ ଥିବା ଜଣା ପଡ଼ିଛି ।

ଜାଭେଦ ଅଖତର ୧୭ ଜାନୁଆରୀରେ ନିଜର ୭୫ତମ ଜନ୍ମ ଦିନ ପାଳନ କରିଥିଲେ । ସେ ନିଜ ଜନ୍ମ ଦିନକୁ ସ୍ପେଶାଲ ଭାବେ ପାଳନ କରି ଏକ ପାର୍ଟି ମଧ୍ୟ ଦେଇଥିଲେ ।

ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଥିଲା । ଟ୍ରକରେ ପ୍ରଥମେ କାର ଯାଇ ବାଡେଇ ହୋଇଥିଲା ବୋଲି ଜଣା ପଡ଼ିଥିଲା । ଦୁର୍ଘଟଣା ପରେ ସେଠାରୁ ଆସିଥିବା କେତେକ ଫଟୋରୁ ଜଣାପଡ଼ିଥିଲା ଯେ ଦୁର୍ଘଟଣା ଭୟଙ୍କର ଥିଲା ।

‘‘ଦୁର୍ଘଟଣା ମୁମ୍ବାଇଠାରୁ ୬୦ କିମି ଦୂର ଖାଲାପୁର ନିକଟରେ ଅପରାହ୍ନ ସାଢ଼େ ୩ଟା ବେଳେ ହୋଇଥିଲା । ଶବାନା ଆଜମୀ ଯେଉଁ କାରରେ ଯାତ୍ରା କରୁଥିଲେ ସେହି ଗାଡ଼ିଟିର ଟ୍ରକ୍ ସହ ଧକ୍କା ହୋଇଯାଇଥିଲା । ତାଙ୍କୁ ତୁରନ୍ତି ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ଚିକିତ୍ସା ଚାଲିଛି,’’ ଘଟଣା ସମ୍ବନ୍ଧରେ ଶନିବାର ଦିନ ରାୟଗଡ଼ ଜିଲ୍ଲାର ପୋଲିସ ଅଧୀକ୍ଷକ ଅନିଲ ପାରସକର କହିଥିଲେ ।
First published: January 19, 2020, 5:45 PM IST
corona virus btn
corona virus btn
Loading