କଦର୍ଯ୍ୟ ଭାଷାରେ ବାଇଟ ଦେବା ପଡିଲା ମହଙ୍ଗା; ନିଶାଙ୍କ ନାମରେ ଥାନାରେ ଏତଲା

କଦର୍ଯ୍ୟ ପ୍ରତିକ୍ରିୟା ରଖି ସୋସିଆଲ ମିଡିଆରେ ଚର୍ଚ୍ଚିତ ଚେହେରା ପାଲଟିଥିବା ନିଶା ମହାରଣାଙ୍କ ନାମରେ ଥାନାରେ ଏତଲା ଦିଆଯିବା ସହ ନିଶାଙ୍କ ବିରୁଦ୍ଧରେ ପଦକ୍ଷପ ନେବାକୁ ଦାବି କରାଯାଇଛି ।

କଦର୍ଯ୍ୟ ଭାଷାରେ ବାଇଟ ଦେବା ପଡିଲା ମହଙ୍ଗା; ନିଶାଙ୍କ ନାମରେ ଥାନାରେ ଏତଲା

କଦର୍ଯ୍ୟ ଭାଷାରେ ବାଇଟ ଦେବା ପଡିଲା ମହଙ୍ଗା; ନିଶାଙ୍କ ନାମରେ ଥାନାରେ ଏତଲା

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; କିଛିଦିନ ହେବ ସୋସିଆଲ ମିଡିଆରେ ଜଣେ ଯୁବତୀଙ୍କୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଛି । ଯୁବତୀ ଜଣକଙ୍କ ନାମ ନିଶା ମହାରଣା ( Nisha Maharana ) । ସେ କିଛି ୱେବ ଚ୍ୟାନେଲକୁ ଖୁଲମଖୁଲା ପ୍ରତିକ୍ରିୟା ଦେବାବେଳେ ଭାଷାର ସଂଯମତା ବିଷୟରେ ଭୁଲିଯାଇଥିଲେ । ଯୌନ ଉତ୍ପୀଡନ କଥା ତଥା ଗୋପନ କଥା ପରିପ୍ରକାଶ କରି ଲୋକଙ୍କୁ ଖୁଲମଖୁଲା ଚ୍ୟାଲେଞ୍ଜ ( Open challenge )  ଦେଇଥିଲେ । ଏଥିସହ କହିଥିଲେ ଅଶ୍ଳୀଳ ଭିଡିଓରେ ଯଦି ଅଭିନୟ କରିବାକୁ ଅଫର ମିଳିବ ତେବେ ମୁଁ କରିବି । କାରଣ ମୁଁ ଓଡ଼ିଶାର ସନି ଲିଓନ ହେବାକୁ ଚାହୁଁଛି । କେବଳ ସେତିକି ନୁହେଁ ଆହୁରି ଅନେକ କଥା ନିଶା କହିଛନ୍ତି ଯାହାକୁ ପରିପ୍ରକାଶ କରିବା ସମ୍ଭବ ନୁହେଁ । ଏମିତି କିଛି କଥାକୁ ଅନେକ ଗୁଡିଏ ୱେବ ଚ୍ୟାନେଲ ନିଜ ସୋସିଆଲ ମିଡିଆରେ ଖୁଲମଖୁଲା ଭାବରେ କୌଣସୀ ଏଡିଟ ନକରି ପକାଇଥିଲେ । ଯାହାକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ବିଭିନ୍ନ ପ୍ରକାରର ନିଜସ୍ୱ ମତ ରଖିଥିଲେ ।

ତେବେ ଏହି ବିବାଦ ଏବେ ଥମିବାର ନାଁ ନେଉନାହିଁ । ଖୁଲମଖୁଲା ଅଭଦ୍ର ଭାଷା ପ୍ରୟୋଗ କରିବା ନିଶା ମହାରଣାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । କିଛି ବ୍ୟକ୍ତି ନିଶାଙ୍କ ନାମରେ ଥାନାରେ ( Police station ) ଅଭିଯୋଗ କରିଛନ୍ତି । ଥାନାରେ ଏଫଆଇଆର ଦେଇଥିବା ଜଣେ ଯୁବକ କହିଛନ୍ତି ଯେ, ନିଶା ମହାରଣା ଅଭଦ୍ରାମୀର ଚରମ ସୀମାରେ । ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା ତଥା ସାମାଜିକ ଦାୟୀତ୍ୱବୋଧ ଭୁଲି ସେ ଅଶ୍ଳୀଳ ଭାଷା କହିବାର ସୀମା ଟପିଛନ୍ତି । ନିଶା ମହାରଣାଙ୍କର ମନ୍ତବ୍ୟ ଅତ୍ୟନ୍ତ ଅରୁଚିକର । ଆମର ଛୋଟ ଛୋଟ ପିଲାମାନେ ପାଠ ପଢୁଛନ୍ତି, ସେମାନେ ମୋବାଇଲରେ କାର୍ଟୁନ ତଥା ଭାଇରାଲ ଭିଡିଓ ଦେଖୁଛନ୍ତି ଉକ୍ତ ସମୟରେ ନିଶାଙ୍କ ଭିଡିଓ ଆସିଯିବାରୁ ଆମେ ଲଜିତ ଅନୁଭବ କରୁଛୁ । ସୋସିଆଲ ମିଡିଆ ବ୍ୟବହାର କରୁଥିବା ଯୁବକ ଯୁବତୀଙ୍କ ଉପରେ ଏହା ଖରାପ ପ୍ରଭାବ ପକାଇବ । ସମାଜକୁ ଏହା କୁପଥଗାମୀ କରିବ । ଭାରତୀୟ ସଂସ୍କୃତିକୁ ଏହା ନଷ୍ଟ କରିବ । ତେଣୁ ବିଶ୍ୱାସ ଫାଉଣ୍ଡେସନ ତରଫରୁ ଆଜି ନିଶା ମହାରଣାଙ୍କ ନାମରେ ନିଶ୍ଚିତ କୋଇଲି ଥାନାରେ ଅଭିଯୋଗ କରିବା ସହ ଏଫଆଇଆର ( FIR ) ଦେଇଛୁ ।

ଏଥିସହ ବିଶ୍ୱାସ ଫାଉଣ୍ଡେସନର ଦାବି ରହିଛି ଯେ, ସେ ଯେଉଁଭଳି ଭାବରେ ମନ୍ତବ୍ୟ ଦେଉଛନ୍ତି ତାହା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ହେଉ । ଯେଉଁ ସୋସିଆଲ ମିଡିଆ ତଥା ୱେବ ଚ୍ୟାନେଲରେ ଏହାକୁ ଖୁଲମଖୁଲା ପ୍ରଚାର ପ୍ରସାର କରାଯାଉଛି ସେମାନଙ୍କୁ ମଧ୍ୟ ଆମେ ନିବେଦନ କରୁଛୁ ଏଭଳି ଅଭଦ୍ର ବିଷୟକୁ ପ୍ରଚାରପ୍ରସାର କରନ୍ତୁ ନାହିଁ । ଯାହାଦ୍ୱାରା ପିଲାମାନଙ୍କ ଉପରେ ଖରାପ ପ୍ରଭାବ ପଡିବ ନାହିଁ ।

କେବଳ ସେତିକି ନୁହେଁ, ସୋସିଆଲ ମିଡିଆରେ ଅନେକ ବ୍ୟକ୍ତି ନିଶାଙ୍କ ଏପରି ବ୍ୟବହାରକୁ ନାପସନ୍ଦ କରିବା ସହ କମେଣ୍ଟ ମାଧ୍ୟମରେ ଗାଳି କରିଥିବା ଦେଖିବାକୁ ମିଳିଛି ।

https://odia.news18.com/news/sport/bcci-financial-assistance-to-cricketer-rishabh-pant-6ssm-100123-ssm-147013.html
Published by:Soubhagya Mishra
First published: