ସୂର୍ଯ୍ୟ ପରାଗ ଦିନ ବିରିୟାନି ଖାଇ ହିନ୍ଦୁ ଧର୍ମକୁ ଅପମାନ କଲେ ହେତୁବାଦି ସମାଜ
- News18 Odia
- Last Updated :
- Cuttack, India
News18 Odia Digital
ପୁରୀ: ମଙ୍ଗଳବାର ସୂର୍ଯ୍ୟ ପରାଗ ସମୟରେ ହେତୁବାଦି ସମାଜ ହିନ୍ଦୁ ଧର୍ମ ଓ ପରମ୍ପରାକୁ ନିନ୍ଦା ଓ ଅପମାନିତ କରିଥିବାରୁ ଏହାକୁ ନେଇ ସମଗ୍ର ବ୍ରାହ୍ମଣ ସମାଜ ମର୍ମାହତ ଥିବା କୁହାଯାଇଛି।
ସୁର୍ଯ୍ୟ ପରାଗରେ ପାକ ତ୍ୟାଗ, ନୀତି ନିୟମ ଅନ୍ଧ ବିଶ୍ୱାସ ଓ ବ୍ରାହ୍ମଣ, ଜ୍ୟୋତିଷମାନେ ଏହାକୁ ନେଇ ଲୋକଙ୍କୁ ବିଭ୍ରାନ୍ତ କରୁଥିବା ହେତୁବାଦି ସଙ୍ଗଠନ କହିଥିଲା। ସେହିପରି ଚିକେନ ବିରିୟାନି ପରାଗ ସମୟରେ ନିଜେ କର୍ମକର୍ତ୍ତା ଖାଇବା ସହ ଅନ୍ୟ ଲୋକଙ୍କୁ ବାଣ୍ଟି ଥିଲେ। ହିନ୍ଦୁଧର୍ମକୁ ନେଇ କୋଟି କୋଟି ଲୋକଙ୍କ ଆସ୍ଥା ଥିବା ବେଳେ ହେତୁବାଦି ସଙ୍ଗଠନ ଯେଉଁ ଭଳି ଏହାକୁ ଅପମାନ କରିଛି କୋଟି କୋଟି ହିନ୍ଦୁଙ୍କ ଆସ୍ଥାକୁ କୁଠାର ଘାତ୍ ଓ ମର୍ମାହତ କରିଛି। ତେଣୁ ତୁରନ୍ତ ପୋଲିସ ହେତୁବାଦି ସମାଜ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ପୁରୀ ବ୍ରାହ୍ମଣ ସମାଜ ଅନୁଷ୍ଠାନ ଦକ୍ଷିଣ ଦ୍ଵାର ଅଧ୍ୟକ୍ଷ ଆଚାର୍ଯ୍ୟ ରତିକାନ୍ତ ଦାସ।
ସେପଟେ ଜ୍ୟୋର୍ତିବିଦମାନେ ଶାସ୍ତ୍ର ଓ ଗାଣିତିକ ଆଧାରରେ ନିର୍ଘଣ୍ଟ କରି ସୂର୍ଯ୍ୟ ପରାଗ ଗ୍ରହଣ ସମୟ ଅନୁସାରେ ହୋଇଛି। ତେଣୁ ଏହି ଜ୍ୟୋର୍ତିବିଦଙ୍କ ଗଣନା ଆବହମାନ କାଳରୁ ରହି ଆସିଛି। ଆଉ ଏହି ଅନୁସାରେ ବିଜ୍ଞାନ ଓ ବୈଦିକ ଗଣିତ ମଧ୍ୟ ଆମେ ବ୍ୟବହାର କରି ମଙ୍ଗଳ ଗ୍ରହରେ ପହଞ୍ଚିବାକୁ ସକ୍ଷମ ହୋଇଛେ । ତେଣୁ ହେତୁବାଦୀ ସମାଜ ନାଁରେ ଆମ ସଂସ୍କୃତି ଓ ପରମ୍ପରାକୁ ଧ୍ବଂସ କରିବା ହେଉଛି ଷଡ଼ଯନ୍ତ୍ର। ତେଣୁ ଏମାନେ ଅନ୍ୟ ଧର୍ମ ଉପରେ ପ୍ରଶ୍ନ କରି ଦେଖନ୍ତୁ କେତେ ସାହସ ଅଛି ବୋଲି କହିଛନ୍ତି ଜ୍ୟୋର୍ତିବିଦ ତଥା ମୁକ୍ତିମଣ୍ଡପ ପଣ୍ଡିତ ସଭା ସଦଶ୍ୟ ହରିଶଙ୍କର ମିଶ୍ର।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।