ଚିତାଲାଗି ଅମାବାସ୍ୟାରେ କାହିଁକି ଗେଣ୍ଡାକୁ ଦିଆଯାଏ ଚିତଉ ପିଠା

ମହାପ୍ରଭୁ ଆଜି ନାରାୟଣ ବେଶରେ ବିଜେ ହୋଇଥାନ୍ତି ଓ ସାଗର ଯାତ୍ରା କରିଥାନ୍ତି । ଗେଣ୍ଡା ,ସାପ ଇତ୍ୟାଦି ଯେମିତି କୃଷକର କ୍ଷତି ନକରୁ ସେଥିପାଇଁ ମଧ୍ୟ ଚିତଉପିଠା ଦେଇ ସନ୍ତୁଷ୍ଟ କରାଯାଏ ।

ମହାପ୍ରଭୁ ଆଜି ନାରାୟଣ ବେଶରେ ବିଜେ ହୋଇଥାନ୍ତି ଓ ସାଗର ଯାତ୍ରା କରିଥାନ୍ତି । ଗେଣ୍ଡା ,ସାପ ଇତ୍ୟାଦି ଯେମିତି କୃଷକର କ୍ଷତି ନକରୁ ସେଥିପାଇଁ ମଧ୍ୟ ଚିତଉପିଠା ଦେଇ ସନ୍ତୁଷ୍ଟ କରାଯାଏ ।

ମହାପ୍ରଭୁ ଆଜି ନାରାୟଣ ବେଶରେ ବିଜେ ହୋଇଥାନ୍ତି ଓ ସାଗର ଯାତ୍ରା କରିଥାନ୍ତି । ଗେଣ୍ଡା ,ସାପ ଇତ୍ୟାଦି ଯେମିତି କୃଷକର କ୍ଷତି ନକରୁ ସେଥିପାଇଁ ମଧ୍ୟ ଚିତଉପିଠା ଦେଇ ସନ୍ତୁଷ୍ଟ କରାଯାଏ ।

  • Share this:
News 18 Odia Digital

ଚିତାଲାଗି ଅମାବାସ୍ୟା ଏହା ଏକ କୃଷି ଭିତ୍ତିକ । ଏହି ସମୟରେ କୃଷିକାର୍ଯ୍ୟ ଆରମ୍ଭ ହୋଇଥାଏ । ପ୍ରତି ଓଡ଼ିଆ ଲାଗି ଏହା ଏକ ମହାନ ପର୍ବ ପ୍ରତି ଓଡ଼ିଆ ଘରେ ପିଠା ହୋଇଥାଏ । ବିଭିନ୍ନ ନିତିକାନ୍ତି ଅନୁଷ୍ଠିତ ହୋଇଥାଏ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ।

ଜାଣନ୍ତୁ ମହାପ୍ରଭୁ ଙ୍କ ପାଖରେ କଣ ସବୁ ନୀତିକାନ୍ତି ଅନୁଷ୍ଠିତ ହୁଏ

ଚିତାଲାଗି ଅମାବାସ୍ୟାରେ ମହାପ୍ରଭୁଙ୍କ କପାଳରେ ଚିତା ଲାଗିହୁଏ ।ଜଗନ୍ନାଥଙ୍କ ର ହୀରା,ବଳଭଦ୍ରଙ୍କ ର ନୀଳା, ସୁଭଦ୍ରାଙ୍କ ର ମଣି ଲାଗିହୁଏ । ଅମାବାସ୍ୟା ରେ ଜଗଦମ୍ବା ଲକ୍ଷ୍ମୀ ଆବିର୍ଭାବ ହୋଇଥିଲେ ।ଲକ୍ଷ୍ମୀ ଙ୍କ ବିବାହ ସମୟରେ ବରୁଣ ରାଜା ଅପାର ଧନ ରତ୍ନ ହୀରା ନୀଳା ମୋତି ମାଣିକ୍ୟ ଆଦି ଯୌତୁକ ଦେଇଥିଲେ ଯାହାକି ଆଜିବି ୫୨ଭଣ୍ଡାର ରେ ସାଇତା ହୋଇ ରହିଛି । ଶ୍ରୀ ମନ୍ଦିରକୁ ପଶିଗଲେ ବିରାଟ ଗୋଲାକାର ଲମ୍ବା ରୋଳ ଭଳି କାଠଟିଏ ଦକ୍ଷିଣପଟ ଭଣ୍ଡାର ପାଖରେ ଥିବ ,ଜଗନ୍ନାଥ ଙ୍କର ସମସ୍ତ ଜିନିଷ ସେଇ ଭଣ୍ଡାରରେ ଅଛି ।

ଚିତାଲାଗି ଅମାବାସ୍ୟାରେ ମନ୍ଦିରର ବଣିଆ ସେବକ ମାନେ କୀର୍ତ୍ତନ ଚକ୍କଡାରେ ବସି ମହାପ୍ରଭୁଙ୍କ ସିଂହାର ପାଇଁ ପୁରୁଣା ଅଳଙ୍କାରକୁ ମାଜି ସଫାକରି ସୁନ୍ଦର ଭାବେ ପ୍ରସ୍ତୁତ କରିଥାନ୍ତି , ଶ୍ରୀ ମୁଖ ଅବନୋଦନ ପାଇଁ ଦତ୍ତ ସେବକ ମାନେ ପ୍ରସ୍ତୁତ କରିଥାନ୍ତି , ବଡ଼ଦେଉଳ କୁ ଜହୁରୀ ମାନେ ଯିବେ ଓ ସେହି ହୀରା ନୀଳା ମାଣିକ ର ଚିତା କୁ ପରୀକ୍ଷା କରିବେ ତାପରେ ଦଇତାପତି ମାନେ ପ୍ରଭୁଙ୍କ ମଥାରେ ଚିତା ଲାଗି କରିଥାନ୍ତି ।

କଣ ପାଇଁ ପ୍ରତେକ ଘରେ ଚିତଉ ପିଠା ପ୍ରସ୍ତୁତି ହୁଏ

ମହାପ୍ରଭୁ ଆଜି ନାରାୟଣ ବେଶରେ ବିଜେ ହୋଇଥାନ୍ତି ଓ ସାଗର ଯାତ୍ରା କରିଥାନ୍ତି ।ପ୍ରଭୁ ଙ୍କ ନିକଟରେ ଚିତଉ ପିଠା ଭୋଗଲାଗି କରାଯାଏ । ଆଜି ପ୍ରତ୍ୟେକ ଓଡ଼ିଆ ଙ୍କ ଘରେ ଘରେ ଚିତଉ ପିଠା ପ୍ରସ୍ତୁତ କରାଯାଏ ।ଭୋଗ ପରେ ଅବଶିଷ୍ଟାଂଶ ଜଳକୁ ନିକ୍ଷେପ କରାଯାଏ କାରଣ ଜଳକନ୍ୟା ମା ଲକ୍ଷ୍ମୀ ଙ୍କ ଉଦ୍ଦେଶ୍ୟ ରେ ଏହି ଉତ୍ସବ ହୋଇଥାଏ ଓ ଜଳଚର ପ୍ରାଣୀ ପିଠା ଖାଇ କୃତ୍ୟ କୃତ୍ୟ ହୋଇଥାନ୍ତି ।ଏହାଦ୍ବାରା ବର୍ଷ ସାରା ଖାଦ୍ୟ ର କୌଣସି ଅଭାବ ରୁହେନାହିଁ ।

ଜାଣନ୍ତୁ କାହିଁକି ଗେଣ୍ଡାକୁ ପିଠା ଦିଆ ଯାଏ

ଏହା ଏକ କୃଷି ଭିତ୍ତିକ ପର୍ବ କହିଲେ ଅତ୍ୟୁକ୍ତି ହେବ ନାହିଁ ।ଏହି ସମୟ ରେ କୃଷିକାର୍ଯ୍ୟ ଆରମ୍ଭ ହୋଇଯାଇଥାଏ ଓ କୃଷକ କ୍ଷେତ କୁ ଯାଇ ପାଣି କାଦୁଅରେ ଧାନ ର ଚାରାରୋପଣ କରିଥାନ୍ତି ତେଣୁ ସେହି ପାଣିରେ ଥିବା ଗେଣ୍ଡା ,ସାପ ଇତ୍ୟାଦି ଜନ୍ତୁ ଯେମିତି କୃଷକ ର କ୍ଷତି ନକରୁ ସେଥିପାଇଁ ମଧ୍ୟ ଚିତଉପିଠା ଦେଇ ସେମାନଙ୍କୁ ସନ୍ତୁଷ୍ଟ କରାଯାଏ ।
Published by:Sujit Swain
First published: