• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ନବ ନିଯୁକ୍ତ ଶ୍ରୀମନ୍ଦିର ପରିଚାଳନା କମିଟିର ବସିଲା ପ୍ରଥମ ବୈଠକ: ଏଥର ଶ୍ରୀମନ୍ଦିରର ଗରିବ ସେବାୟତଙ୍କୁ ମିଳିବ ଘର

ନବ ନିଯୁକ୍ତ ଶ୍ରୀମନ୍ଦିର ପରିଚାଳନା କମିଟିର ବସିଲା ପ୍ରଥମ ବୈଠକ: ଏଥର ଶ୍ରୀମନ୍ଦିରର ଗରିବ ସେବାୟତଙ୍କୁ ମିଳିବ ଘର

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାର ସୂଚନା ଦେଇଛନ୍ତି ଯେ ଶ୍ରୀମନ୍ଦିର ଗରିବ ସେବାୟତଙ୍କୁ ମିଳିବ ଘର । ପ୍ରାଥମିକ ପର୍ୟ୍ୟାୟରେ ୪୦୦ ସେବାୟତଙ୍କୁ ମିଳିବ ଘର । ଆର୍ଥିକ ସ୍ଥିତି ଦୁର୍ବଳ ଥିବା ସେଵକଙ୍କ ଘର ପାଇଁ ନୂଆ ପରିଚାଳନା କମିଟିର ପ୍ରଥମ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ନବ ନିଯୁକ୍ତ ଶ୍ରୀମନ୍ଦିର ପରିଚାଳନା କମିଟିର ବସିଲା ପ୍ରଥମ ବୈଠକ

ନବ ନିଯୁକ୍ତ ଶ୍ରୀମନ୍ଦିର ପରିଚାଳନା କମିଟିର ବସିଲା ପ୍ରଥମ ବୈଠକ

  • Share this:
News18 Odia Digital

ପୁରୀ: ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ନିଳାଦ୍ରୀ ଭକ୍ତ ନିବାସରେ ନବ ଗଠିତ ଶ୍ରୀମନ୍ଦିର ପରିଚାଳନା କମିଟିର ହୋଇଥିଲା ପ୍ରଥମ ବୈଠକ। ବୈଠକରେ ପ୍ରଥମେ ସମସ୍ତ ସଦସ୍ୟଙ୍କୁ ସ୍ୱାଗତ କରାଯାଇଥିଲା। ଆସନ୍ତା ତିନି ବର୍ଷ ପାଇଁ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ଠାରୁ ଆରମ୍ଭ କରି ସବୁକିଛି ନିଷ୍ଠାର ସହ ତୁଲାଇବା ପାଇଁ ସଦଶ୍ୟମାନଙ୍କୁ ଉପଦେଶ ଦେଇଛନ୍ତି କମିଟ ଅଧ୍ୟକ୍ଷ ଗଜପତି ମହାରାଜ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାର ସୂଚନା ଦେଇ କହିଥିଲେ, ‘‘ଶ୍ରୀମନ୍ଦିର ଗରିବ ସେବାୟତଙ୍କୁ ମିଳିବ ଘର । ପ୍ରାଥମିକ ପର୍ୟ୍ୟାୟରେ ୪୦୦ ସେବାୟତଙ୍କୁ ମିଳିବ ଘର । ଆର୍ଥିକ ସ୍ଥିତି ଦୁର୍ବଳ ଥିବା ସେଵକଙ୍କ ଘର ପାଇଁ ନୂଆ ପରିଚାଳନା କମିଟିର ପ୍ରଥମ ବୈଠକରେ ନିଷ୍ପତ୍ତି ନିଆଯାଇଛି। ପ୍ରାୟ ୪୦୦ ପରିବାରକୁ ଘର ଦିଆଯିବା ନେଇ ନିଷ୍ପତ୍ତି ହୋଇଛି । ୮ ଏକର ଜମିରେ ଘର ନିର୍ମାଣ ହେବ। ଲ୍ୟାଣ୍ଡ ସବ କମିଟି ଏହାକୁ ଅନୁମୋଦନ କରିବ। ଘର ନିର୍ମାଣ ପାଇଁ ପ୍ରତି ସେବାୟତଙ୍କୁ ୬୦୦ ବର୍ଗଫୁଟ ଜମି ଓ ଦୁଇଲକ୍ଷ ଟଙ୍କା ଦିଆଯିବ।’’

ଆସନ୍ତା ବର୍ଷ ଠାରୁ ଶ୍ରୀମନ୍ଦିର ଗୁରୁକୁଳ ଆରମ୍ଭ ହେବ । ଗଠନ ହେବ ଶ୍ରୀମନ୍ଦିର ଆଦର୍ଶ ଗୁରୁକୂଳ ସୋସାଇଟି । ପରିଚାଳନା କମିଟି ଅଧିନରେ ସୋସାଇଟି ଗଠନ ହେବ । ଶ୍ରୀମନ୍ଦିର ଗୁରୁକୂଳ ଫଣ୍ଡ ଗଠନ ହେବ। ଫଣ୍ଡ ମାଧ୍ୟମରେ ହେବ ଗୁରୁକୂଳର ବିକାଶ। ମାଟି ତୋଟାର ୧୭ ଏକର ଜମି ଗୁରୁକୂଳ ପାଇଁ ବ୍ୟବହାର ହେବ। ସୋସାଇଟିର ଚେୟାରମ୍ୟାନ ଗଜପତି ମହାରାଜା ରହିବେ। ଗୋଟିଏ ସଂସ୍ଥା ସହ ଗୁରୁକୂଳ ପାଇ ଏମଓୟୁ ହେବ।। ଆଦର୍ଶ ଗୁରୁକୂଳ ପାଇଁ ଓଡ଼ିଶା ସରକାର ପ୍ରାୟ ୨୦ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି କହିଥିଲେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ତଥା ହାଉସିଂ ସୋସାଇଟି ସଦସ୍ୟ ମାଧବ ପୂଜାପଣ୍ଡା ।

ଏଥର ଶ୍ରୀମନ୍ଦିର ଗରିବ ସେବାୟତଙ୍କୁ ମିଳିବ ଘର


ଶ୍ରୀମନ୍ଦିର ରକ୍ଷାଣବେକ୍ଷଣ ପାଇଁ ପାଞ୍ଚ ବର୍ଷୀୟା ପ୍ଲାନିଂ ହେବ । ଏହା ବାବଦରେ ଏ.ଏସ.ଆଇ. ଠାରୁ ପ୍ଲାନ ଆହ୍ୱାନ କରାଯିବ । ଶ୍ରୀମନ୍ଦିର ପ୍ରଶାସନ ସହ ମିଶି ମନ୍ଦିର ରକ୍ଷାଣବେକ୍ଷଣ ନେଇ ନିଷ୍ପତ୍ତି ନେବ ଏ.ଏସ.ଆଇ.। ରକ୍ଷଣାବେକ୍ଷଣ ପାଇଁ ଅଧିକ ଅର୍ଥ ଦରକାର ହେଲେ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ଦେବେ। ତେବେ ଶ୍ରୀମନ୍ଦିର ପରିଚାଳନା କମିଟିର ଅନୁମୋଦନ ପାଇଲା ପରେ ଶ୍ରୀମନ୍ଦିରରେ ଯାହା କାର୍ଯ୍ୟ କରିବ ଏ.ଏସ.ଆଇ. । ସେଥିରେ ଅନ୍ୟ ମରାମତି ଓ ସଂରକ୍ଷଣ ସହ ରତ୍ନଭଣ୍ଡାର ମରାମତି ମଧ୍ୟ ରହିବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ତଥା ରତ୍ନଭଣ୍ଡାର ସବ କମିଟି ସଦସ୍ୟ ଅନନ୍ତ ତିଆଡି।

କହିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଦୁର୍ଗାଦାସ ମହାପାତ୍ର କହିଥିଲେ, "ରଥ ଯାତ୍ରା ପରେ ରଥର ଚକକୁ ମାଗଣାରେ ଯୋଗାଇ ଦିଆଯିବା ନେଇ ଆଲୋଚନା ହୋଇଥଲା । ଏ ନେଇ ସବ କମିଟିକୁ ଦାୟିତ୍ୱ ଦିଆଯାଇଛି। ରଥ ଚକକୁ ବିକ୍ରି କଲେ ଶ୍ରୀମନ୍ଦିର ପ୍ରଶାସନକୁ ଆଠ ଲକ୍ଷ ରୁ 10 ଲକ୍ଷ ଟଙ୍କା ମିଳିଥିଲା । ହେଲେ ମହାପ୍ରଭୁଙ୍କ ପ୍ରଚାର ଓ ପ୍ରସାର ସବ କମିଟି ଅନୁସାରେ ରଥର ଚକ ଓ ଅନ୍ୟାନ୍ୟ ଅଂଶକୁ ନିଶୁଳ୍କ ଦାନ ଅକାରରେ ଲଟେରୀ ମାଧ୍ୟମରେ ଦିଆଯିବ। ଆସନ୍ତା ବର୍ଷ ଠାରୁ କାର୍ଯ୍ୟକ୍ଷମ ହେବ ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ । ୨୦କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ଗୁରୁକୂଳରେ ସେବାୟତ ପିଲାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ସହ ଆଚାର ବ୍ୟବହାର ଓ ଶ୍ରୀଜଗନ୍ନାଥ ସଂସ୍କୃତି ଉପରେ ଶିକ୍ଷା ଦିଆଯିବ ।''

ଶ୍ରୀମନ୍ଦିର ପରିଚାଳନା କମିଟିର ବସିଲା ପ୍ରଥମ ବୈଠକ


ଆସନ୍ତା ପରିଚାଳନା କମିଟି ବୈଠକରେ ଅର୍ଥ ସବ କମିଟିର ବଜେଟ ଆଗତ ହେବ। ଶ୍ରୀମନ୍ଦିର ରତ୍ନଭଣ୍ତାର ଯାଞ୍ଚ ଓ ଆବଶ୍ୟକ ମରାମତି ତିନି ବର୍ଷୀୟା ପରିଚାଳନା କମିଟି ଅବଧି ମଧ୍ୟରେ ସମ୍ପର୍ଣ୍ଣ ହେବ ବୋଲି ଆଶା ରଖିଛନ୍ତି ପରିଚାଳନା କମିଟିର ସମସ୍ତ ସଦସ୍ୟ। ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାର, ଜିଲ୍ଲାପାଳ, ଏସପିଙ୍କ ସହପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ତଥା ମୁକ୍ତିମଣ୍ଡପ ସଭାପତି ଅଶୋକ ମହାପାତ୍ର କହିଥିଲେ, ‘‘ଭକ୍ତମାନେ ମନ୍ଦିରକୁ ସୁନା ଦାନ ପାଇଁ ଗୋଲ୍ଡ ବଣ୍ଡର ବ୍ୟବସ୍ଥା କରାଯାଇଛି। ୨୦୨୧ ରଥ ଯାତ୍ରା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଯାଇଥିଲା। ଶୃଙ୍ଖଳିତ ନୀତି ପରିଚାଳନା ପାଇଁ ଆଠଟି ସବ କମିଟି ଗଠନ ହୋଇଛି। ଅର୍ଥ ସବ କମିଟି, ନୀତି, ରତ୍ନଭଣ୍ଡାର ସବକମିଟି, ଅପିଲ, ଲ୍ୟାଣ୍ଡ ସବ କମିଟି, ସେବକ କଲ୍ୟାଣ ସବକମିଟି, ଶ୍ରୀଜଗନ୍ନାଥ ପ୍ରଚାର ପ୍ରସାର ସବକମିଟି, ମନ୍ଦିର ପେନସନ ସବକମିଟି ଗଠିତ ହୋଇଛି। ଗୁରୁକୂଳ ପାଇଁ ଚୂଡାନ୍ତ ନିଷ୍ପତ୍ତି ନିଆଯାଇଛି ।"
Published by:Lipina Das
First published: