ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି: ଜାରି ହେଲା ଚୂଡ଼ାନ୍ତ ଭୋଟର ତାଲିକ; ଜାଣନ୍ତୁ କେତେ ଅଛି ସଂଖ୍ୟା

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଚୂଡ଼ାନ୍ତ ଭୋଟର ତାଲିକା-୨୦୨୨ ଅନୁସାରେ ରାଜ୍ୟର ସବୁ ଜିଲ୍ଲାପାଳଙ୍କ ଅଫିସ, ୫୮ଟି ଭୋଟର ପଞ୍ଜିକରଣ ଅଧିକାରୀ ତଥା ଉପ ଜିଳ୍ଲାପାଳ ଅଫିସ ଓ ୩୭,୬୦୭ଟି ବୁଥରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି।

ଜାରି ହେଲା ଚୂଡ଼ାନ୍ତ ଭୋଟର ତାଲିକ

ଜାରି ହେଲା ଚୂଡ଼ାନ୍ତ ଭୋଟର ତାଲିକ

  • Share this:
News18 Odia Digital

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ପୂର୍ବରୁ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୨ ଜାରି ହୋଇଯାଛି। ଚୂଡ଼ାନ୍ତ ଭୋଟର ତାଲିକା ଅନୁସାରେ ରାଜ୍ୟରେ ମୋଟ ୩ କୋଟି ୨୯ ଲକ୍ଷ ୮୩ ହଜାର ୬୪୩ ଜଣ ଭୋଟର ଥିବାବେଳେ ସେଥିରେ ୧ କୋଟି ୬୭ ଲକ୍ଷ ୯୬ ହଜାର ୬୦୩ ଜଣ ପୁରୁଷ ଥିବା ବେଳେ ୧ କୋଟି ୬୧ ଲକ୍ଷ ୮୩ ହଜାର ୮୩୫ ଜଣ ମହିଳା ଭୋଟର ଓ ୩,୦୨୫ ଜଣ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି। ୨୦୨୧ ଚୂଡ଼ାନ୍ତ ଭୋଟର ତାଲିକାରେ ୩ କୋଟି ୨୫ ଲକ୍ଷ ୫୨ ହଜାର ୨୦୨ ଜଣ ଭୋଟର ଥିଲେ।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଚୂଡ଼ାନ୍ତ ଭୋଟର ତାଲିକା-୨୦୨୨ ଅନୁସାରେ ରାଜ୍ୟର ସବୁ ଜିଲ୍ଲାପାଳଙ୍କ ଅଫିସ, ୫୮ଟି ଭୋଟର ପଞ୍ଜିକରଣ ଅଧିକାରୀ ତଥା ଉପଜିଳ୍ଲାପାଳ ଅଫିସ ଓ ୩୭,୬୦୭ଟି ବୁଥରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି।

ଫଟୋ ଭୋଟର ତାଲିକା ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ସମୟରେ ୯ ଲକ୍ଷ ୫୦ ହଜାର ୭୮୯ ଜଣ ନୂଆ ଭୋଟର ତାଲିକାରେ ଅର୍ନ୍ତଭୁକ୍ତ ହୋଇଥିବାବେଳେ ୩ ଲକ୍ଷ ୪୪ ହଜାର ୯୪୪ ଜଣ ଭୋଟରଙ୍କ ନାଁ ତାଲିକାରୁ ବାଦ୍ ଦିଆଯାଇଛି। ଭୋଟର ତାଲିକାରେ ଥିବା ୩ ଲକ୍ଷ ୮୨ ହଜାର ୬୦୧ ଜଣ ଭୋଟରଙ୍କ ତ୍ରୁଟି ସଂଶୋଧନ କରାଯାଇଛି।

୨୦୨୧ ମସିହାରେ ପ୍ରକାଶ ପାଇଥିବା ଚୂଡ଼ାନ୍ତ ଭୋଟର ତାଲିକାରେ ୧୮-୧୯ ବର୍ଷ ବୟସ ବର୍ଗରେ ମୋଟ ୪ ଲକ୍ଷ ୧୦ ହଜାର ୦୭୬ ଜଣ ଭୋଟର ସାମିଲ ହୋଇଥିବାବେଳେ ଚଳିତ ବର୍ଷ ତାହା ବୃଦ୍ଧି ପାଇ ୫ ଲକ୍ଷ ୨୩ ହଜାର ୭୪୪ରେ ପହଞ୍ଚିଛି।

ପୂର୍ବ ବର୍ଷ ଭୋଟର ତାଲିକା ଅନୁସାରେ ୯୯.୧୪% ଭୋଟରଙ୍କୁ ଭୋଟ୍ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା । ସେହିପରି ଚଳିତ ବର୍ଷ ତାହା ବୃଦ୍ଧି ପାଇ ୯୯.୭୭% ହୋଇଛି । ୨୦୨୧ ମସିହାର ଚୂଡ଼ାନ୍ତ ଭୋଟର ତାଲିକାରେ ୯୮.୬୬% ଭୋଟରଙ୍କ ଫଟୋ ଥିବାବେଳେ ଚଳିତ ବର୍ଷ ୨୦୨୨ ମସିହାର ଚୂଡ଼ାନ୍ତ ଭୋଟର ତାଲିକାରେ ଫଟୋ ଥିବା ଭୋଟରଙ୍କ ସଂଖ୍ୟା ମଧ୍ୟ ୯୯.୭୪% ରହିଛି ।

ଚଳିତ ବର୍ଷ ସମସ୍ତ ଭୋଟରଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ସ୍ପିଡ୍ ପୋଷ୍ଟ ମାଧ୍ୟମରେ ଭୋଟର ପରିଚୟ ପତ୍ର ପଠାଇବାକୁ ନିର୍ବାଚନ କମିଶନ ନିଷ୍ପତ୍ତି ନେଇଛନ୍ତି । ସେହିପରି ଚୂଡ଼ାନ୍ତ ଭୋଟର ତାଲିକାରେ ଯଦି କିଛି ତ୍ରୁଟି ଥାଏ, ତା’ହେଲେ ଭୋଟରମାନେ ଚାହିଁଲେ ନିର୍ଦ୍ଧାରିତ ୱେବସାଇଟକୁ ଯାଇ ଆବଶ୍ୟକ ପ୍ରକ୍ରିୟାରେ ଏହି ସଂଶୋଧନ କରିପାରିବେ ।.

୨୦୨୧ ମସିହାରେ ଚୂଡାନ୍ତ ଭୋଟର ତାଲିକାରୁ ପୁରୁଷ ମହିଳା ଭୋଟର ଅନୁପାତ ୯୫୮ ଥିବା ବେଳେ ଚଳିତ ବର୍ଷ ଭୋଟର ତାଲିକାରେ ତାହା ବୃଦ୍ଧି ପାଇ ତାହା ୯୬୪ ହୋଇଛି ସେହି ୨୦୨୧ ମସିହାରେ ଚୂଡାନ୍ତ ଭୋଟର ତାଲିକାରେ ୩,୩୮,୪୫୮ ଜଣ ଭୋଟରଙ୍କ ଫଟୋ ତାଲିକାରେ ନଥିବା ବେଳେ ତାହା ଚଳିତ ବର୍ଷ ଭୋଟର ତାଲିକାରେ ହ୍ରାସ ପାଇ ୮୪,୬୯୪ ହୋଇଛି।

ସୂଚନାଯୋଗ୍ୟ, ଭୋଟର ତାଲିକା ସଂଶୋଧନ ପାଇଁ ଗତ ନଭେମ୍ବର ୧ରେ ଚିଠା ତାଲିକା ପ୍ରକାଶ ପାଇଥିଲା । ଭୋଟରଙ୍କ ଆପତ୍ତି ଓ ଦାବି ନଭେମ୍ବର ୧ରୁ ୩୦ତାରିଖ ପର୍ଯ୍ୟନ୍ତ ଶୁଣିବା ପାଇଁ ଧାର୍ଯ୍ୟ ହୋଇଥିଲା । ଭୋଟ ୧୮ ଲକ୍ଷ ୬୫ ହଜାର ୫୭୦ ଜଣଙ୍କ ଦାବି ଓ ଆପତ୍ତି ସଂକ୍ରାନ୍ତ ଫର୍ମ ଗ୍ରହଣ କରାଯାଇଥିଲା।
Published by:Lipina Das
First published:
)}