ଆଉ ନାହାନ୍ତି ନିର୍ଦ୍ଦେଶକ ରାଜୁ ମିଶ୍ର; ଘରେ ବସିଥିବା ବେଳେ ହଠାତ୍‌ ତଳେ ପଡ଼ି ପ୍ରାଣ ହରେଇଲେ

ପ୍ରଖ୍ୟାତ ଓଡ଼ିଆ ସିନେମା ନିର୍ଦ୍ଦେଶକ ରାଜୁ ମିଶ୍ର ୧୨ଟିରେ ଫିଲ୍ମରେ ନିର୍ଦ୍ଦେଶନା ଦେଇଥିଲେ ଓ ୨୩ଟି ଫିଲ୍ମରେ ସିନେମାଟୋଗ୍ରାଫି କରିଥିଲେ । ୨୦୧୨ ମସିହାରେ ତାଙ୍କୁ ଜୟଦେବ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।

ଆଉ ନାହାନ୍ତି ନିର୍ଦ୍ଦେଶକ ରାଜୁ ମିଶ୍ର; ଘରେ ବସିଥିବା ବେଳେ ହଠାତ୍‌ ତଳେ ପଡ଼ି ପ୍ରାଣ ହରେଇଲେ
ରାଜୁ ମିଶ୍ର
  • News18 Odia
  • Last Updated: November 2, 2020, 6:22 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ବିଶିଷ୍ଟ ସିନେ ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ (Raju Mishra) ପରଲୋକ ହୋଇଛି । ୭୨ ବର୍ଷ ବୟସରେ ଜଟଣୀସ୍ଥିତ ନିଜ ବାସଭାବନରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ସେ । ଘରେ ବସିଥିବା ବେଳେ ସେ ହଠାତ୍‌ ତଳେ ପଡ଼ି ଯାଇଥିଲେ । ହୃଦଘାତରେ ତାଙ୍କର ଦେହାନ୍ତ ହୋଇଥିବା ପରିବାର ପକ୍ଷରୁ କୁହାଯାଇଛି ।

କ୍ୟାମେରାମ୍ୟାନରୁ ନିଜ ସିନେମା କରିଅର ଆରମ୍ଭ କରି ରାଜୁ ମିଶ୍ର ଓଡ଼ିଶାର ପ୍ରଖ୍ୟାତ ସିନେମା ନିର୍ଦ୍ଦେଶକ ହୋଇଥିଲେ ଓ ଅଜସ୍ର ସଫଳତା ପାଇଥଲେ । ନିର୍ଦେଶକ ଭାବେ ତାଙ୍କର ଏକ ସ୍ୱତନ୍ତ୍ର ପରିଚୟ ଥିଲା । ‘ଉଲକା’ ଚଳଚିତ୍ର ଥିଲା ତାଙ୍କ ନିର୍ଦ୍ଦେଶିତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର । ‘ଜନନୀ’, ‘ଜଗା ହାତରେ ପଘା’, ‘ମମତା ମାଗେ ମୂଲ’, ‘ମାଣିକ’, ‘ଜୋର ଯାର ମୂଲକ ତାର’, ‘ଚକାଆଖି ସବୁ ଦେଖୁଛି’, ‘ପୁଅ ମୋର କଳା ଠାକୁର’, ‘ଆସୁଛି ମୋ କାଳିଆ ସୁନା’, ‘ଦଇବ ଦଉଡି’, ‘ହିସାବ କରିବ କାଳିଆ’, ‘ପଥର ଖସୁଛି ବଡ଼ ଦେଉଳୁ’, ‘ସାଗର ଗଙ୍ଗା’, ‘ସିଂହ ବାହିନୀ’, ‘ରୂପା ଗାଁର ସୁନା କନିଆ’, ‘ହରିଭାଇ ହାରେନା’, ‘ସତମିଛ’ ଓ ‘ଜୀବନ ମୃତ୍ୟୁ’ ଭଳି ୨୩ଟି ଫିଲ୍ମରେ ସେ ସିନେମାଟୋଗ୍ରାଫି କରିଥିବା ବେଳେ ୧୨ଟିରେ ନିର୍ଦ୍ଦେଶନା ଦେଇଥିଲେ ।

ରାଜୁ ମିଶ୍ରଙ୍କ ମର ଶରୀର ପାଖରେ ପରିବାର ଓ ବନ୍ଧୁ ବର୍ଗ


ରାଜୁ ମିଶ୍ର ୧୩ଟି ଫିଲ୍ମର କାହାଣୀ ବି ଲେଖିଥିଲେ । ଏଥି ସହ ଦୁଇଟି ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଓ ତିନେଟି ଫିଲ୍ମରେ ସୋ’ କମ୍ପୋଜର ରହିଥିଲେ ସେ । ତାଙ୍କର ଶେଷ ଚଳଚିତ୍ର ଥିଲା ‘କୋଟିଏରେ ଗୋଟିଏ ମନ’ । ୨୦୧୨ ମସିହାରେ ତାଙ୍କୁ ଜୟଦେବ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।

ରାଜୁ ମିଶ୍ରଙ୍କ ଶୋକାକୁଳା ପତ୍ନୀ


୪୪ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବର ଜୁରି ସଦସ୍ୟ ଥିଲେ ରାଜୁ ମିଶ୍ର । ଆସାମୀ ଭାଷାରେ ୧୦ରୁ ଅଧିକ ଚଳଚ୍ଚିତ୍ରର ବି ନିର୍ଦ୍ଦେଶନା ଦେଇଥଲେ ସେ । ସେ ଭିତରୁ ଛଅଟି ଫିଲ୍ମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ହାସଲ କରିଥିଲା ।



ରାଜୁ ମିଶ୍ରଙ୍କ ଦେହାନ୍ତ ଖବର ଆସିବା ପରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି । ମୁମ୍ବାଇ ସିନେମା ଜଗତରେ ଥିବା ତାଙ୍କର ଅନେକ ବନ୍ଧୁ ମଧ୍ୟ ମର୍ମାହତ ହୋଇଛନ୍ତି ଏହି ଖବରରେ । ପୁରୀ ସ୍ବର୍ଗଦ୍ବାରରେ ଶେଷକୃତ୍ୟ ପାଇଁ ରାଜୁଙ୍କ ମର ଶରୀରକୁ ଏକ ଶୋଭାଯାତ୍ରାରେ ନିଆଯାଇଛି ।
Published by: Anand Shankar Thankur Das
First published: November 2, 2020, 6:22 PM IST
corona virus btn
corona virus btn
Loading