News 18 Odia Digital
ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବନ ବିଭାଗ କାର୍ଯ୍ୟାଳୟ ସମ୍ମୁଖରୁ ଚୋରି ହୋଇଥିବା ମିକ୍ସଚର ମେସିନକୁ ତିନି ଦିନ ପରେ ଉଦ୍ଧାର କରିବା ସହ ଚୋରି କରିଥିବା ଜଣେ ଫିଲ୍ମ ପ୍ରଯୋଜକ ଓ ଚୋରି ମିକ୍ସଚର ମେସିନ କୁ କମ ମୂଲ୍ୟ ରେ କିଣିଥିବା ଜଣେ କବାଡି ଵାଲା କୁ ଗିରଫ କରିଛି ଖଲ୍ଲିକୋଟ ଥାନା ପୋଲିସ । ଖଲ୍ଲିକୋଟ କରଣ ସାହି ରେ ଚାଲିଥିବା ରାସ୍ତା କାମ ରେ ବ୍ୟବହୃତ ହେଉଥିବା ଏକ ମିକ୍ସଚର ମେସିନ ବନ କାର୍ଯ୍ୟାଳୟ ସମ୍ମୁଖରେ ରଖା ହୋଇଥିଲା। ଗତ ୬ ତାରିଖ ରାତିରେ କୌଣସି ଦୁର୍ବୁତ୍ତ ଏହାକୁ ଚୋରି କରି ନେଇଥିଲେ।
ତାରିଖରେ ମାଲିକ ପ୍ରମୋଦ ସାହୁ ତାଙ୍କର ମିକ୍ସଚର ମେସିନ ଚୋରି ହୋଇଥିବା ଖଲ୍ଲିକୋଟ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ କୁ ଭିତ୍ତି କରି ଥାନା କେସ ନମ୍ବର ୭୫୯/୨୦୨୨ ଅନୁଯାୟୀ ମାମଲା ରୁଜୁ କରି ଅନୁସନ୍ଧାନ ଆରମ୍ଭ କରିଥିଲେ ପୋଲିସ । ପ୍ରଥମେ ସିସିଟିଭି ଫୁଟେଜ ରେ ଥିବା ଅଞ୍ଚଳର ପିକପ ଗାଡ଼ି ନମ୍ବର (ଓଡ଼ି ୦୭ ଏଚ ୯୫୪୨ ) କୁ ଧରିଥିଲା ପୋଲିସ । କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ମେହେନ୍ଦି ନଗର ଗ୍ରାମର ସୁତାଅଂଶୁ ମହାନ୍ତି ଜଣେ ଫିଲ୍ମ ପ୍ରଯୋଜକ।

ତାଙ୍କର ଗୋଟିଏ ଫିଲ୍ମ ରିଲିଜ ହୋଇଥିବା ବେଳେ ଆଉ ଗୋଟିଏ ଫିଲ୍ମ ଜେଜେ ନମ୍ବର-୧ ରିଲିଜ ଅପେକ୍ଷା ରେ ରହିଛି । ଫିଲ୍ମ ରେ ହୋଇଥିବା କ୍ଷତି କୁ ଭରଣା କରିବା ପାଇଁ ସେ ଚୋରି ପନ୍ଥା କୁ ବାଛିଥିଲେ । ସେ ଭୁବନେଶ୍ୱର ରୁ ଆସିକା ଟିକେଟ କାଟି ବସ ରେ ବସିଥିଲେ ।ଖଲ୍ଲିକୋଟ ରେ ରାସ୍ତା କଡରେ ଥିବା ମିକ୍ସଚର ମେସିନ କୁ ଦେଖିବା ପରେ ଏହାକୁ ଚୋରେଇ ନେବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ସେ ବୁଢାମ୍ବର ଜଣେ ବ୍ୟକ୍ତିଙ୍କ ଜରିଆରେ ନିଜର ମିକ୍ସଚର ମେସିନ କୁ ଭୁବନେଶ୍ୱର ନେବା ପାଇଁ ପୋଲସରାର ପିକପ ଗାଡ଼ିକୁ ଯୋଗାଯୋଗ କରିଥିଲେ।
ସୁତାଅଂଶୁଙ୍କ କଥାରେ ବିଶ୍ୱାସ କରି ପିକପ ଗାଡ଼ି ଖଲ୍ଲିକୋଟରୁ ମିକ୍ସଚର ମେସିନ କୁ ଟାଣି ଭୁବନେଶ୍ୱର ମଞ୍ଚେଶ୍ୱର ନିକଟରେ ଥିବା ରାଜଧାନୀ କଣ୍ଟା ପାଖରେ ଛାଡି ଥିଲେ ।ଏଥିପାଇଁ ଆବଶ୍ୟକ ଭଡା ଦେୟ ଫୋନ ପେ ରେ ଦେଇଥିଲେ ସୁତାଅଂଶୁ ।ଏହାପରେ ମଞ୍ଚେଶ୍ୱର ସ୍ଥିତ କେନାଲ ବନ୍ଧ ନିକଟରେ ଥିବା ଏକ କବାଡି ଖାନା ରେ ମିକ୍ସଚର ମେସିନ କୁ ବିକ୍ରି କରି ଦେଲେ ।କବାଡି ଖାନାର ମାଲିକ ଉତ୍ତର ପ୍ରଦେଶ ମିର୍ଜାପୁର ଜିଲ୍ଲାର କୋଟୱାଲି ଥାନା ଅନ୍ତର୍ଗତ ସବରୀ ଗ୍ରାମର କିସାନ ଗୁପ୍ତା ଏହାକୁ କିଣି ଥିବାରୁ ତାଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ଫିଲ୍ମି ପ୍ରଯୋଜକ ସୁତାଅଂଶୁ ଓ କବାଡି ବାଲା କିସାନ କୁ ପୋଲିସ ଗିରଫ କରିବା ସହ ଚୋରି ମିକ୍ସଚର ମେସିନ କୁ ଉଦ୍ଧାର କରି ମାଲିକ ପ୍ରମୋଦ ସାହୁଙ୍କୁ ହସ୍ତାନ୍ତର କରାଯାଇଛି । ଏହାସହ ମହିନ୍ଦ୍ର ପିକପ ଗାଡ଼ିକୁ ମଧ୍ୟ ତାର ମାଲିକଙ୍କୁ ହସ୍ତାନ୍ତର କରିଛି ପୋଲିସ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।