ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଲେ ୫୦ ଜଣ ପେଷାଦାର ଅପରାଧୀ; ୩୨ ଜଣଙ୍କୁ ମିଳିଲା ନିଯୁକ୍ତି

ନିଶାଡ଼ିଙ୍କୁ ଅବାଟରୁ ବାଟକୁ ଫେରାଇ ଆଣିବାରେ ସଫଳ ହେବାପରେ ଏବେ ସେମାନଙ୍କ ଜୀବିକା କଥା ବୁଝିଛି ଡ୍ରିମ୍ସ ପ୍ରକଳ୍ପ। ନିଶା ଛାଡ଼ି ମୁଖ୍ୟସ୍ରୋତକୁ ଫେରିଥିବା ୫୦ ଜଣଙ୍କ ମଧ୍ୟରୁ ଆଜି ପ୍ରାଥମିକ ପର୍ଯ୍ୟାୟରେ ୩୨ ଜଣଙ୍କୁ ଜୀବିକା ଯୋଗାଇ ଦିଆଯାଇଛି।

ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଲେ ୫୦ ଜଣ ପେଷାଦାର ଅପରାଧୀ (ପ୍ରତୀକାତ୍ମକ ଛବି)

ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଲେ ୫୦ ଜଣ ପେଷାଦାର ଅପରାଧୀ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ ସଫଳ ହେଲା କମିଶନରେଟ ପୁଲିସର ପାଇଲଟ୍ ପ୍ରକଳ୍ପ ‘ଡ୍ରିମସ’ । ନିଶାଦ୍ରବ୍ୟ ସେବନ କରି ଅପରାଧ ପାଲଟି ଯାଇଥିବା ନିଶାଡ଼ିଙ୍କୁ ଅବାଟରୁ ବାଟକୁ ଫେରାଇ ଆଣିବାରେ ସଫଳ ହେବାପରେ ଏବେ ସେମାନଙ୍କ ଜୀବିକା କଥା ବୁଝିଛି ଡ୍ରିମ୍ସ ପ୍ରକଳ୍ପ। ନିଶା ଛାଡ଼ି ମୁଖ୍ୟସ୍ରୋତକୁ ଫେରିଥିବା ୫୦ ଜଣଙ୍କ ମଧ୍ୟରୁ ଆଜି ପ୍ରାଥମିକ ପର୍ଯ୍ୟାୟରେ ୩୨ ଜଣଙ୍କୁ ଜୀବିକା ଯୋଗାଇ ଦିଆଯାଇଛି। କମିଶନରେଟ ପୋଲିସ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଅତିରିକ୍ତ ପୋଲିସ କମିଶନର ଉମା ଶଙ୍କର ଦାଶ୍ ୩୨ ଜଣଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଛି ।

"ସମାଜର ମୁଖ୍ୟସ୍ରୋତକୁ ଫେରିଲେ ୫୦ ଅପରାଧି। ଦିନେ ନିଶା ଖାଇବାକୁ ଅପରାଧ ଭିଆଉଥିଲେ। ଏବେ ମୁଖ୍ୟସ୍ରୋତରେ ସାମିଲ ହେଲେ। ଦୀର୍ଘ ୪ମାସ ପରେ ଏବେ ଏମାନେ ପାଇଛନ୍ତି ନୂଆ ଜୀବନ। ଆରମ୍ଭ ହୋଇଛି ଜୀବନର ଲକ୍ଷ । ଅପରାଧ ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ପରେ ଏବେ ଜୀବିକା ମଧ୍ୟ ପାଇଛନ୍ତି। ନିଶା ଛାଡ଼ି ମୁଖ୍ୟସ୍ରୋତକୁ ଫେରିଥିବା ୫୦ ଜଣଙ୍କ ମଧ୍ୟରୁ ଆଜି ପ୍ରାଥମିକ ପର୍ଯ୍ୟାୟରେ ୩୨ ଜଣଙ୍କୁ ଜୀବିକା ଯୋଗାଇ ଦିଆଯାଇଛି। ଗରମାଗରମ ଫାଷ୍ଟଫୁଡ଼ରେ ଏମାନେ କାମ କରିବେ। ଦୁଇମାସ ପର୍ଯ୍ୟନ୍ତ ୮ହଜାର ଟଙ୍କା ଲେଖାଏଁ ଦରମା ଦିଆଯିବ । ପରେ ଦରମା ବୃଦ୍ଧି କରାଯିବ," କହିଛନ୍ତି ଡ୍ରିମ୍ସ ପ୍ରକଳ୍ପର ନିର୍ଦ୍ଦେଶକ ଶିଶିର କୁମାର ଦାଶ୍ ।

ସେପଟେ ନୂଆ ଜୀବନ ସାଙ୍ଗକୁ ଜୀବିକା ପାଇବା ପରେ ଖୁସି ହୋଇଛନ୍ତି ନିଶାରୁ ମୁକୁଳି ଥିବା ଯୁବକ। ନିଶା ଖାଇ କିଭଳି ସମାଜ ତଳସ୍ତରକୁ ଖସି ଯାଇଥିଲେ ସସବୁ କ୍ୟାମେରା ଆଗରେ ବଖଣିଛନ୍ତି।  ଆଗାମୀ ଦିନରେ ନିଶା ଖାଉଥିବା ଯୁବପିଢ଼ିଙ୍କୁ ସଚେତନ କରିବା ସହ ନିଶାରୁ କିଭଳି ଦୁରେଇ ରହିବାକୁ ପଡିବ ସେନେଇ ସଚେତନ କରାଯିବ ବୋଲି କହିଛନ୍ତି ମୁଖ୍ୟସ୍ରୋତକୁ ଫେରିଥିବା ଯୁବକ ।
Published by:Soumya Das
First published: