ଫେଲ ମାରିଛି ରାଜ୍ୟ ସରକାରଙ୍କ ଆଇଏଏସ କୋଚିଂ ବ୍ୟବସ୍ଥା; ୫ ବର୍ଷରେ ୫୦ ପିଲା UPSC ପାସ

ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଓଡ଼ିଶାର ପ୍ରଦର୍ଶନ ନୈରାଶ୍ୟଜନକ। କମୁଛି ଓଡ଼ିଆଙ୍କ ସଫଳତା ହାର। ରାଜ୍ଯ ସରକାରଙ୍କ ଆଇଏଏସ କୋଚିଂ କୁଆଡ଼େ ଗଲା ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି ।

୫ ବର୍ଷରେ ୫୦ ଜଣ ପିଲା UPSC ପାସ କରିଛନ୍ତି (ପ୍ରତୀକାତ୍ମକ ଛବି)

୫ ବର୍ଷରେ ୫୦ ଜଣ ପିଲା UPSC ପାସ କରିଛନ୍ତି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଓଡ଼ିଶାର ପ୍ରଦର୍ଶନ ନୈରାଶ୍ୟଜନକ। କମୁଛି ଓଡ଼ିଆଙ୍କ ସଫଳତା ହାର। ଚଳିତବର୍ଷ ମାତ୍ର ୧୪ ଜଣ ଓଡ଼ିଆ ସିଭିଲ ସର୍ଭିସରେ କୃତକାର୍ଯ୍ୟ ହୋଇଛନ୍ତି। କେବଳ ଏ ବର୍ଷ ନୁହେଁ ଗତ କିଛି ବର୍ଷ ହେବ କ୍ରମାଗତ ଭାବେ ସିଭିଲ ସର୍ଭିସ କ୍ଷେତ୍ରରେ ଓଡ଼ିଆ ପିଲାଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହୁଥିବା ଲକ୍ଷ କରାଯାଇଛି। ଶିକ୍ଷା ଦେବା ପାଇଁ ଅନେକ ଯୋଜନା ଓ ଚେଷ୍ଟା କରୁଛୁ ଛାତ୍ରଛାତ୍ରୀ କଣ ଚୟନ କରିବେ ତାହା ତାଙ୍କ ଉପରେ ନିର୍ଭର କରୁଛି ବୋଲି ରାଜ୍ୟ ସରକାର କହିଛନ୍ତି।

୨୦୧୭ରେ ୧୩ ଜଣ ଓଡ଼ିଆ ଛାତ୍ରଛାତ୍ରୀ ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବାବେଳେ ୨୦୧୮ରେ ୧୫ଜଣ, ୨୦୧୯ ରେ ୨୧ ଜଣ, ୨୦୨୦ ରେ ୧୧ଜଣ ଓ ୨୦୨୧ ରେ ମାତ୍ର ୧୪ ଜଣ ସଫଳ ହୋଇଛନ୍ତି। ଓଡ଼ିଆ ପିଲା ଆଇଏଏସ ଓ ଆଇପିଏସ ଅଫିସର ହେବେ ବୋଲି ରାଜ୍ୟ ସରକାର ୨୦୧୬-୧୭ ରେ ଆରମ୍ଭ କରିଥିଲେ ବିଶ୍ୱବିଦ୍ୟାଳୟ ରେ କୋଚିଂ ବ୍ୟବସ୍ଥା। ହେଲେ ୬ ବର୍ଷ ପରେ ଅର୍ଥାତ ଆଜି ରେଜଲ୍ଟ ଦେଖିଲେ ଜଣାପଡୁଛି ଏହା କେତେ ସୁଫଳ ଆଣିଛି। ଏପରିକି ୨୦୧୯-୨୦  ମସିହାରେ ୯୯ ଜଣ ପିଲାଙ୍କୁ କୋଚିଂ ଦେବାକୁ ମନୋନୀତ କରିଥିଲା ଉଚ୍ଚଶିକ୍ଷା ବିଭାଗ । ସେଥିରୁ ମାତ୍ର ଜଣେ ଉତ୍ତୀର୍ଣ୍ଣ ହୋଇଥିବା ଜଣାପଡିଛି। ତେବେ ସରକାରୀ କୋଚିଂ ବ୍ୟବସ୍ଥା କେଉଁଠି ନା କେଉଁଠି ଫେଲ ମାରିଛି। ଫଳରେ ରାଜ୍ୟରୁ ପ୍ରତିବର୍ଷ ହାତଗଣତି କିଛି ପିଲା ପ୍ରଶାସନିକ ସେବା ପରୀକ୍ଷାରେ ସଫଳ ହେଉଛନ୍ତି।

"ଓଡ଼ିଶାର ବହୁ ଛାତ୍ର ପ୍ରତିଷ୍ଠିତ ହେଉଛନ୍ତି। ଶିକ୍ଷାର୍ଥୀଙ୍କ ଲକ୍ଷ୍ୟ କଣ ସେଟା ଦେଖିବାକୁ ପଡ଼ିବ। ପିଲାଙ୍କ ନିଜସ୍ଵ ଇଚ୍ଛାରେ ସେମାନେ ପରୀକ୍ଷା ଦେଉଛନ୍ତି। ତାଙ୍କ ଉପରେ ଏହା ନିର୍ଭର କରୁଛି। ଆମେ କିନ୍ତୁ ଉଦ୍ୟମ କରୁଛୁ କେତେ ପଢା କ୍ଷେତ୍ରରେ ଭଲ ପଢ଼ାଯାଇପାରିବ। ନିଯୁକ୍ତି କ୍ଷେତ୍ରରେ କିଏ କଣ କରିବ ସେଟା ତାର ବ୍ୟକ୍ତିଗତ ଇଚ୍ଛା ଉପରେ ନିର୍ଭର କରେ,"କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି।

ତେବେ ଓଡ଼ିଆ ପିଲାଙ୍କ ହାର କାହିଁକି କମ? ସିଭିଲ ସର୍ଭିସ ପାଇଁ ଯୋଜନା ଅନେକ ହେଲେ ଫଳ ନୈରାଶ୍ୟଜନକ କାହିଁକି। ଶିକ୍ଷାବିତଙ୍କ ମତ ଯେ ରାଜ୍ୟରେ ସ୍କୁଲ ସ୍ତରରୁ ପିଲାଙ୍କୁ ମିଳୁନି ଉଚିତ ଶିକ୍ଷା। ପିଲାର ସଫଳତା ପାଇଁ ସ୍କୁଲ ଶିକ୍ଷା ୭୦% ଓ କଲେଜ ଶିକ୍ଷା ୩୦% ମହତ୍ୱ ରଖେ। ହେଲେ ଆଜି ସମୟରେ ସ୍କୁଲ ରେ ସେ ଶୈକ୍ଷିକ ପରିବେଶ କି ବାତାବରଣ ନାହିଁ। ଫଳରେ ପିଲାର ମୂଳଦୁଆ ଦୁର୍ବଳ ହେଉଛି।

"ଆମ ରାଜ୍ୟରେ ସ୍କୁଲ ସ୍ତରର ପାଠପଢା ଅତ୍ୟନ୍ତ ନିମ୍ନ ମାନର। ସ୍କୁଲ କଲେଜରେ ଆଉ ସେ ଶୈକ୍ଷିକ ବାତାବରଣ ନାହିଁ। ଯେଉଁ ଶିକ୍ଷା ସ୍କୁଲ ସ୍ତରରୁ ଦେବାର ଆବଶ୍ୟକ ତାହା ନଦେଇ ବିଶ୍ୱବିଦ୍ୟାଳୟରେ କୋଚିଂ ଦେଲେ ମୁଲ୍ୟନାହିଁ। ଆଜି ବି ଅନେକ ଭଲ ଛାତ୍ର ରହିଛନ୍ତି। ସଠିକ ଶିକ୍ଷାଦାନ ସଠିକ ପଥ ଦେଖାଇବ,"କହିଛନ୍ତି ପୂର୍ବତନ ପ୍ରଶାସନିକ ଅଧିକାରୀ ଅରବିନ୍ଦ ବେହେରା।
Published by:Soumya Das
First published: