ପ୍ରି-ଆକ୍ଟିଭୋଟେଡ ସିମ୍ ଜାଲିଆତି ମାମଲାରେ ପଞ୍ଚମ ଅଭିଯୁକ୍ତ ଗିରଫ
News18 Odia Digital
କଟକ: ପ୍ରି-ଆକ୍ଟିଭୋଟେଡ ସିମ୍ ଜାଲିଆତି ମାମଲାରେ ଜାରି ରହିଛି କ୍ରାଇମ ବ୍ରାଞ୍ଚ ତଦନ୍ତ। କ୍ରାଇମ ବ୍ରାଞ୍ଚର ରିମାଣ୍ଡରେ ରହି ମୁଖ୍ୟ ଅଭିଯୁକ୍ତ ଦୁଷ୍ମନ୍ତ ଖୋଲୁଛି ତାଟର ସାଇବର ଅପରାଧ ଓ ସହଯୋଗୀମାନଙ୍କ ଗୁମର। ଫଳସ୍ବରୂପ ତୃତୀୟ ଦଫାରେ ବୁଧବାର ଦିନ କ୍ରାଇମ ବ୍ରାଞ୍ଚ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି।
ଗିରଫ ଅଭିଯୁକ୍ତର ନାଁ ଦୀପକ ନାୟକ ଓ ତା'ର ଘର ମାଲକାନଗୀରି ଜିଲ୍ଲା ବାଲିମେଳା ଅଞ୍ଚଳରେ। ୨୪ ବର୍ଷୀୟ ଦୀପକ ଏକ ଟେଲିକମ୍ କମ୍ପାନୀର ଟେରିଟୋରିଆଲ ସେଲ୍ସ ମ୍ୟାନେଜର ଭାବେ ପରଳାଖେମୁଣ୍ଡି ଅଞ୍ଚଳରେ କାମ କରୁଥିଲା। ଦୁଷ୍ମନ୍ତକୁ ଜେରା ସମୟରେ ଦୀପକ ନାୟକ ବାବଦରେ ସୂଚନା ମିଳିବା ପରେ କ୍ରାଇମ ବ୍ରାଞ୍ଚ ଏହାର ଅନୁସନ୍ଧାନ କରିଥିଲା। ଅନୁସନ୍ଧାନ ପରେ ଦୁଷ୍ମନ୍ତ ଓ ଦୀପକ ମଧ୍ୟରେ ବେଆଇନ କାରବାର ସମ୍ପର୍କରେ ପ୍ରମାଣ ମିଳିବା ପରେ ଶେଷରେ ଦୀପକକୁ ଗରିଫ କରିଛି କ୍ରାଇମ ବ୍ରାଞ୍ଚର ସାଇବର ଥାନା।
କ୍ରାଇମ ବ୍ରାଞ୍ଚ ପକ୍ଷରୁ ମିଳିଥିବା ସୂଚନା ମୁତାବକ ପ୍ରି-ଆକ୍ଟିଭୋଟେଡ୍ ସିମ୍ ଜାଲିଆତି ମାମଲାର ମୁଖ୍ୟ ଅଭିଯୁକ୍ତ ଦୁଷ୍ମନ୍ତ ରାଉତ ସହିତ ଦୀପକ ୪ ମାସ ଧରି ସମ୍ପର୍କରେ ଥିଲା। ଦୁଷ୍ମନ୍ତ ଠାରୁ BSNL ଓ Vodafone ସିମର ଓଟିପିକୁ ବ୍ୟବହାର କରି ସେ ସେହି ସିମ ଗୁଡ଼ିକୁ ଏକ ନିର୍ଦ୍ଧିଷ୍ଟ ସର୍ଭିସ ପ୍ରୋଭାଇଟର ନେଟୱାର୍କକୁ ପୋରର୍ଟବୁଲ କରି ଦେଉଥିଲା। ସିମ୍ ଗୁଡ଼ିକ ପୋର୍ଟ ହେବା ପରେ ଦୀପକ ସେଗୁଡ଼ିକୁ ବିଭିନ୍ନ ଅନଲାଇନ ସାଇଟ ମଧ୍ୟରେ ସାଇବର ଠକମାନଙ୍କୁ ବିକ୍ରି କରି ଦେଉଥିଲା। ଏପରିକି ୪ ମାସ ମଧ୍ୟରେ ଉଭୟଙ୍କ ମଧ୍ୟରେ ପାଖାପାଖି ତିନି ହଜାର ସିମର ଓଟିପି କାରବାର ହୋଇଥିବା ଉଭୟ କ୍ରାଇମ ବ୍ରାଞ୍ଚ ଆଗରେ ସ୍ବୀକାର କରିଛନ୍ତି।
ଦୀପକର ଗରିଫଦାରୀକୁ ମିଶାଇ ଏହି ଘଟଣାରେ ଏପର୍ଯ୍ୟନ୍ତ ମୋଟ ୫ ଅଭିଯୁକ୍ତଙ୍କୁ ଗିରଫ କରି ସାରିଲାଣି କ୍ରାଇମ ବ୍ରାଞ୍ଚ। ନ୍ୟୁଜ 18 ଡିଜିଟାଲକୁ ପ୍ରତିକ୍ରିୟା ଦେବାକୁ ଯାଇ କ୍ରାଇମ ବ୍ରାଞ୍ଚର ଜଣେ ଅଧିକାରୀ କହିଛନ୍ତି, "ଏହି ଘଟଣାରେ ଏବେ ଆମେ ସିମ କାରବାର ନେଇ ରାଜ୍ୟ ଭିତରେ ଥିବା ନେଟୱାର୍କକୁ ଠାବ କରୁଛୁ। ଏହା ପରେ ଆମେ ରାଜ୍ୟ ବହାରକୁ ମଧ୍ୟ ଏହାର ତଦନ୍ତ ପରିସିମାକୁ ବୃଦ୍ଧି କରିବୁ। ଦୁଷ୍ମନ୍ତ ହିଁ ଓଡ଼ିଶାରେ ଚାଲିଥିବା ଏହି କାରବାରର ମାଷ୍ଟରମାଇଣ୍ଡ। ତା ଦ୍ବାରା କେତେ ସଂଖ୍ୟକ ସିମ କାହା କାହା ଜରିଆରେ ବିକ୍ରି ହୋଇଛି ସେ ନେଇ ଆମର ଅନୁସନ୍ଧାନ ଜାରି ରହିଛି।’’
Published by:Lipina Das
First published: