ପାର୍ବଣ ପାଇଁ ସ୍ୱତନ୍ତ୍ର ଅଫର; ଉନ୍ମୋଚନ ହେଲା “ଖୁସିୟୋଁ କା ତ୍ୟୋହାର”

ଗ୍ରାହକଙ୍କୁ କିଣାକିଣି ଉପରେ ମିଳିବ ସ୍ୱତନ୍ତ୍ର ଅଫର । ସବୁଠାରୁ ବଡ଼ କଥା ହେଲା ଏହି ମଲ୍‌ରେ ୨୯୯୯ ଟଙ୍କାରୁ ଉର୍ଦ୍ଧ୍ୱ କ୍ରୟ ଉପରେ ଏକ ଲକି କୁପନ୍  ଦିଆଯାଉଛି । ଏହି ସ୍ୱତନ୍ତ୍ର ଅଫର୍ ସମୟରେ ଗ୍ରାହକଙ୍କ ଅଧିକ କିଣା ଉପରେ ଅଧିକ କୁପନ ମିଳିବା ସହ ଅଧିକ ପୁରସ୍କାର ଜିତିବାର ସୁଯୋଗ ରହିଛି ।

ପାର୍ବଣ ପାଇଁ ସ୍ୱତନ୍ତ୍ର ଅଫର; ଉନ୍ମୋଚନ ହେଲା “ଖୁସିୟୋଁ କା ତ୍ୟୋହାର”

ପାର୍ବଣ ପାଇଁ ସ୍ୱତନ୍ତ୍ର ଅଫର; ଉନ୍ମୋଚନ ହେଲା “ଖୁସିୟୋଁ କା ତ୍ୟୋହାର”

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ପାର୍ବଣ ଉତ୍ସବ ଅବସରରେ କଳ୍ପନାସ୍ଥିତ ଉତ୍କଳ କନିକା ଗ୍ୟାଲେରିଆ ମଲ୍ ଏବଂ ଏଚ୍‌ଡ଼ିଏଫ୍‌ସି ବ୍ୟାଙ୍କର ମିଳିତ ଆନୁକୂଲ୍ୟରେ ମଲ୍ ପରିସରରେ ଆରମ୍ଭ ହୋଇଛି “ଖୁସିୟୋଁ କା ତ୍ୟୋହାର” ।  କୋଭିଡ କାରଣରୁ ଗତ ଦୁଇବର୍ଷ ଧରି ଫିକା ପଡିଥିଲା ପାର୍ବଣ । ଏଥର ପୁଣି ଉତ୍ସବମୁଖର ହୋଇଛି ସବୁଠି । ଏବଂ ଏହି ଉତ୍ସବର ଉତ୍ସାହକୁ ଦୁଇଗୁଣ କରିବାକୁ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ଯୋଗଦେଇ  ଓଡ଼ିଶୀ ନୃତ୍ୟଗୁରୁ ଶାସ୍ୱତ ଯୋଶୀ ଏହାକୁ ଉନ୍ମୋଚନ କରିଥିଲେ । ଗତ ସେପ୍ଟେମ୍ବର ୧୬ ତାରିଖରୁ ଆରମ୍ଭ ହୋଇଥିବା ଏହି “ଖୁସି ୟୋଁ କା ତ୍ୟୋହାର”  ଚଳିତ ମାସ ୨୮ ପର୍ଯ୍ୟନ୍ତ ଚାଲିବ । ଏହି ସମୟ ମଧ୍ୟରେ ଗ୍ରାହକଙ୍କୁ କିଣାକିଣି ଉପରେ ମିଳିବ ସ୍ୱତନ୍ତ୍ର ଅଫର । ସବୁଠାରୁ ବଡ଼ କଥା ହେଲା ଏହି ମଲ୍‌ରେ ୨୯୯୯ ଟଙ୍କାରୁ ଉର୍ଦ୍ଧ୍ୱ କ୍ରୟ ଉପରେ ଏକ ଲକି କୁପନ୍  ଦିଆଯାଉଛି । ଏହି ସ୍ୱତନ୍ତ୍ର ଅଫର୍ ସମୟରେ ଗ୍ରାହକଙ୍କ ଅଧିକ କିଣା ଉପରେ ଅଧିକ କୁପନ ମିଳିବା ସହ ଅଧିକ ପୁରସ୍କାର ଜିତିବାର ସୁଯୋଗ ରହିଛି । ଶେଷ ଦିନ ଅକ୍ଟୋବର ୨୮ରେ ଲକି ଡ୍ର କରାଯାଇ ବିଜେତାମାନଙ୍କୁ ପୁରସ୍କୃତ କରାଯିବ ।  ବିଜେତାଙ୍କୁ  ସ୍କୁଟି, ଫ୍ରିଜ୍‌, ୱାସିଂ ମେସିନ, ଏଲଇଡ଼ି ଟିଭି, ଇଣ୍ଡକ୍ସନ ଚୁଲା, ଆଇରନ, ମାଇକ୍ରୋଓଭନ୍ ଏବଂ ସୁନା ମୁଦ୍ରା ପୁରସ୍କାର ସ୍ୱରୂପ ପ୍ରଦାନ କରାଯିବ ବୋଲି ମଲର ମାର୍କେଟିଂ ମୁଖ୍ୟ ଦୁଲାଲ ଚନ୍ଦ୍ର ସାହୁ କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଏଚ୍‌.ଡ଼ି.ଏଫ୍‌.ସି. ବ୍ୟାଙ୍କ, ଓଡ଼ିଶାର ଜୋନାଲ ମ୍ୟାନେଜର  ଦୀପକ ସିଂହ, ଅରୁନ୍ଧତି ମୋଟର ବାଇକ୍ସର ସିନିୟର ସେଲସ୍ ମ୍ୟାନେଜର ସତ୍ୟବ୍ରତ ମହାନ୍ତି, ଜେ ଓ ଟି ଜେମ୍‌ସ ଓ ଜୁଏଲାରୀର ନିର୍ଦ୍ଦେଶକ  ମଧୁଶ୍ରୀ ଚୌଧୁରୀ, ଉତ୍କଳ କନିକା ଗ୍ୟାଲେରିଆ ମଲ୍‌ର ଜେନେରାଲ ମ୍ୟାନେଜର କ୍ରିଷ୍ଣେନ୍ଦୁ ପଣ୍ଡିତ୍ ପ୍ରମୁଖ ଉପସ୍ଥିତ ଥିଲେ । ଏହାକୁ ଅରୁନ୍ଧତି ମୋଟରବାଇକ୍ସ ଏବଂ ଜେ ଆଣ୍ଡ ଟି ଜେମ୍ସ ଜୁଏଲାରୀ ସହଯୋଗ କରୁଛନ୍ତି ।
ଉଦଘାଟନୀ କାର୍ଯ୍ୟକ୍ରମ ଅବସରରେ ଏଠାରେ କିଣାକିଣିକୁ ନେଇ ଗ୍ରାହକଙ୍କ ଭିତରେ ଭରପୂର  ଉତ୍ସାହ ଥିବା ଦେଖିବାକୁ ମିଳିଥିଲା । ପୂଜା ବଜାରରେ ଏହା ଭରପୁର ଉତ୍ସାହ ଦେଉଛି ବୋଲି ମତ ଦେଇଥିଲେ ଅଧିକାଂଶ ଗ୍ରାହକ । ଗ୍ରାହକ ବିଷ୍ଣୁପଦ ସାହୁଙ୍କ କହିଛନ୍ତି ମଲର ମାହୋଲ କିଣାକିଣି ପାଇଁ ଉପଯୁକ୍ତ । ଗ୍ରାହକଙ୍କ ଭିତରେ ଏହା ସ୍ବତଃ ଆଗ୍ରହ ସୃଷ୍ଟି କରିଛି। ଏହାକୁ ଆସନ୍ତା ନୂଆବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯିବା ଦରକାର । ସେହିଭଳି ଗ୍ରାହକ ମୌସୁମୀ ମହାପାତ୍ର ମଧ୍ୟ ଏହି ଅବସର ବିଭିନ୍ନ ପ୍ରକାର ଗ୍ରାହକଙ୍କୁ ଆକୃଷ୍ଟ କରିବାରେ ସଫଳ ସୋଇଛି ବୋଲି କହିଛନ୍ତି ।
Published by:Soubhagya Mishra
First published: