ରାଜ୍ୟରେ ପୁଣି ବଦନାମ ହେଲା ଖାକି ବର୍ଦି; ପୋଲିସ ବିରୋଧରେ ନାଲିସ କଲେ ମହିଳା ପୋଲିସ

ମହିଳା ଅଧିକାରୀଙ୍କ ପ୍ରଥମ ପୋଷ୍ଟିଂ ବେଳେ ସିଲୁ ତାଙ୍କ ସହ ଜୋର ଜବରଦସ୍ତ କରିଥିଲେ l ଏ ନେଇ ମହିଳା ପୋଲିସ ଅଧିକାରି ଜଣକ ଶାରଙ୍ଗଗଡ଼ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ l ହେଲେ ଶାରଙ୍ଗଗଡ ପୋଲିସ କୌଣସି କାର୍ଯ୍ୟନୁଷ୍ଠାନ ନେଇ ନଥିଲା ବୋଲି ଅଭିଯୋଗ କରିଛନ୍ତି ମହିଳା ଅଧିକାରୀ l

ରାଜ୍ୟରେ ପୁଣି ବଦନାମ ହେଲା ଖାକି ବର୍ଦି; ପୋଲିସ ବିରୋଧରେ ନାଲିସ କଲେ ମହିଳା ପୋଲିସ
ମହିଳା ଅଧିକାରୀ
  • News18 Odia
  • Last Updated: August 25, 2020, 2:08 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଭୁବନେଶ୍ୱର: ଜଣେ ପୋଲିସ ବିରୋଧରେ ଆଉଜଣେ ପୋଲିସ ଦୁଷ୍କର୍ମ ଅଭିଯୋଗ କରିଛନ୍ତି l ବିବାହର ପ୍ରତିଶୃତି ଦେଇ ଦେଇ ଜଣେ ମହିଳା ପୋଲିସ ଅଫିସରଙ୍କୁ ଜଣେ ପୋଲିସ ଅଫିସର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି l ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନାର ସବ-ଇନ୍ସପେକ୍ଟର ସିଲୁ ଧଳଙ୍କ ବିରୋଧରେ ଏହି ସଙ୍ଗିନ ଅଭିଯୋଗ ଆସିଛି l ପିଡ଼ିତା ପୋଲିସ ଅଫିସର ନ୍ୟାୟ ନ ପାଇ ନିରାଶ ହେବା ପରେ ଏବେ ଡ଼ିଜିପି ଅଭୟଙ୍କ ପାଖରେ ଫେରାଦ ହୋଇଛନ୍ତି l

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନାରେ କାର୍ଯ୍ୟରତ ପୋଲିସ ସବଇନ୍ସପେକ୍ଟର ଭାବେ ସିଲୁ ଧଳ ଚାକିରୀ କରନ୍ତି l ୨୦୧୭ ମସିହାରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ପୋଲିସ ଟ୍ରେନିଂ ସେଣ୍ଟରରେ ଉଭୟଙ୍କ ଦେଖା ହୋଇଥିଲା l ସିଲୁ ପ୍ରଥମେ ସମ୍ପୃକ୍ତା ମହିଳା ଅଫିସରଙ୍କୁ ପ୍ରେମ ନିବେଦନ କରିଥିଲେ l କିନ୍ତୁ ଏହାକୁ ମହିଳା ଅଧିକାରୀ ପ୍ରତ୍ୟାଖ୍ୟାନ କରି ଦେଇଥିଲେ l

ସମ୍ବଲପୁର ଜିଲ୍ଲାରେ ମହିଳା ଅଧିକାରୀଙ୍କ ପ୍ରଥମ ପୋଷ୍ଟିଂ ବେଳେ ସିଲୁ ତାଙ୍କ ସହ ଜୋର ଜବରଦସ୍ତ କରିଥିଲେ l ଏ ନେଇ ମହିଳା ପୋଲିସ ଅଧିକାରି ଜଣକ ଶାରଙ୍ଗଗଡ଼ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ l ହେଲେ ଶାରଙ୍ଗଗଡ ପୋଲିସ କୌଣସି କାର୍ଯ୍ୟନୁଷ୍ଠାନ ନେଇ ନଥିଲା ବୋଲି ଅଭିଯୋଗ କରିଛନ୍ତି ମହିଳା ଅଧିକାରୀ l

ସେହି ସମୟରେ ସିଲୁଙ୍କର ବଦଳି ଖଲ୍ଲିକୋର୍ଟକୁ ହୋଇଥିଲା l ଖଲ୍ଲିକୋର୍ଟକୁ ବଦଳି ହେବା ପରେ ମହିଳା ଅଫିସର ଜଣକ ପୁଣି ଥରେ ସିଲୁଙ୍କ ବିରୋଧରେ ସେହି ଖଲ୍ଲିକୋର୍ଟ ଥାନାରେ ଅଭିଯୋଗ କରିଥିଲେ l ନିଜ ଗିରଫ ହେବା ଭୟରେ ସିଲୁଙ୍କୁ ସମ୍ପୁକ୍ତା ମହିଳା ପୋଲିସ ଅଧିକାରୀଙ୍କୁ ବିବାହ କରିବାକୁ ସିଲୁ ପ୍ରତିଶୃତି ମଧ୍ୟ ଦେଇଥିଲେ l ଫଳରେ ସିଲୁ ଓ ତାଙ୍କ ପରିବାର ଲୋକଙ୍କ ସହଯୋଗରେ ଥାନାରେ ଆପୋଷ ବୁଝାମଣା ହୋଇଥିଲା l

''ଆପସ ବୁଝାମଣା ପରେ ସିଲୁ ତାଙ୍କ ରୁପ ବଦଳାଇଥିଲେ l ସ୍ଥାନୀୟ ଏକ ମନ୍ଦିରରେ ସିନ୍ଦୁର ଲଗାଇ ମୋତେ ବିବାହ କରିଥିଲେ l କିନ୍ତୁ ଏ ସବୁ ଥିଲା ଲୋକ ଦେଖାଣିଆ l ଜେଲ ଯିବା ଭୟରେ ସିଲୁ ମୋ ସହ ଏଭଳି ମିଛ ମିଛିକା ବିବାହ କରିଥିଲେ l ପରେ କୁଆଡ଼େ ଫେରାର ହୋଇଗଲେ," କହିଛନ୍ତି ସମ୍ପୃକ୍ତା ମହିଳା ପୋଲିସ ଅଧିକାରୀ l

ସିଲୁଙ୍କ ବିରୋଧରେ ଏବେ ପୋଲିସ ମୁଖିଆ ଅଭୟଙ୍କ ପାଖରେ ମହିଳା ଅଧିକାରି ନ୍ୟାୟ ପାଇଁ ଗୁହାରି କରିଛନ୍ତି l ତାଙ୍କୁ ତୁରନ୍ତ ଚାକିରିରୁ ବହିଷ୍କାର କରାଯାଇ ଗିରଫ କରିବାକୁ ସେ ଦାବି କରିଛନ୍ତି l ତେବେ ଏହି ଅଭିଯୋଗ ସମ୍ପର୍କରେ ପୋଲିସ ସବଇନ୍ସପେକ୍ଟର ସିଲୁ ଧଳଙ୍କ କୌଣସି ପତିକ୍ରିୟା ମିଳିପାରିନାହିଁ l
Published by: Jagdish Barik
First published: August 25, 2020, 2:08 PM IST
corona virus btn
corona virus btn
Loading