କେନ୍ଦୁଝରରେ ପୁଣି ବାଘ ଆତଙ୍କ: ୪ଟି ମଇଁଷି ମାରିଲା... ୨ଟି ଘାଇଲା କଲା !

ପୁଣିଥରେ ବାଘ ଆତଙ୍କ ଖବର କେନ୍ଦୁଝରବାସୀଙ୍କ ହୋସ୍ ଉଡାଇ ଦେଇଛି । ଅଟେଇ ସଂରକ୍ଷିତ ଜଙ୍ଗଲ ବଡ଼ଜାମପଶିରେ ୪ଟି ମଇଁଷିଙ୍କୁ ମାରିବା ସହ, ୨ଟି ମଇଁଷିଙ୍କୁ ଘାଇଲା କରିଛି ମହାବଳ ବାଘ !

କେନ୍ଦୁଝରରେ ପୁଣି ବାଘ ଆତଙ୍କ: ୪ଟି ମଇଁଷି ମାରିଲା... ୨ଟି ଘାଇଲା କଲା !

କେନ୍ଦୁଝରରେ ପୁଣି ବାଘ ଆତଙ୍କ: ୪ଟି ମଇଁଷି ମାରିଲା... ୨ଟି ଘାଇଲା କଲା !

  • News18 Odia
  • Last Updated :
  • Kendujhar, India
  • Share this:
News 18 Odia Digital

କେନ୍ଦୁଝର: ବେଶ୍ କିଛି ଦିନରେ ବ୍ୟବଧାନ ପରେ ପୁଣି ରାଜ୍ୟରେ ଦେଖିବାକୁ ମିଳିଛି ବାଘ (tiger) ଆତଙ୍କ । କିଛି ଦିନ ତଳେ କେନ୍ଦୁଝରରେ ବାଘ ଆତଙ୍କ ଖବର ଆସିଥିଲା ଏବେ ପୁଣିଥରେ ବାଘ ଆତଙ୍କ ଖବର କେନ୍ଦୁଝରବାସୀଙ୍କ ହୋସ୍ ଉଡାଇ ଦେଇଛି । ସୂଚନା ମୁତାବକ ଅଟେଇ ସଂରକ୍ଷିତ ଜଙ୍ଗଲ ବଡ଼ଜାମପଶିରେ ୪ଟି ମଇଁଷିଙ୍କୁ ମାରିବା ସହ, ୨ଟି ମଇଁଷିଙ୍କୁ ଘାଇଲା କରିଛି ମହାବଳ ବାଘ ।

ଅନ୍ୟପଟେ ବାଘ ଆତଙ୍କ ଖବର ପ୍ରଚାରିତ ହେବାପରେ କେନ୍ଦୁଝର ବିଭିନ୍ନ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି । ଭୟରେ ଘରୁ ପଦାକୁ ବାହାରୁ ନାହାନ୍ତି ଲୋକେ । ଅଭିଯୋଗ ଅନୁଯାୟୀ, ଶୁକ୍ରବାର (friday) ବଡଜାମପଶିର ରମେଶ ଚନ୍ଦ୍ର ବାରିକଙ୍କର ୪ଟି ମଇଁଷି ଜଙ୍ଗଲକୁ ଚକିବାକୁ ଯାଇଥିବା ବେଳେ ମହାବଳ ବାଘ ସେମାନଙ୍କୁ ମାରିଦେଇଛି । ଅନ୍ୟ ୨ଟି ମଇଁଷିଙ୍କୁ ଖଣ୍ଡିଆ ଖାବରା କରି ପକାଇଛି । ଅଭିଯୋଗ ପରେ ବନ ବିଭାଗ (forest department) ଘଟଣା ସ୍ଥଳକୁ ଯାଇ ତଦନ୍ତ (investigation) ଜାରି ରଖିଛି ।

ଅଟେଇ ସଂରକ୍ଷିତ ଜଙ୍ଗଲରେ ଲାଗିଥିବା ଟ୍ରାପ୍ କ୍ୟାମେରାରେ ଗତ ଫେବୃଆରୀ ୨୭ ତାରିଖରେ ଏକ ମହାବଳ ବାଘ ଥିବା ଜଣାପଡିଥିଲା । ଏହାପରେ, ଜଙ୍ଗଲ ମଧ୍ୟକୁ ଯିବାକୁ ଲୋକଙ୍କୁ ବାରଣ କରିଥିଲା ବନ ବିଭାଗ । ସ୍ଥାନେ ସ୍ଥାନେ ଜଙ୍ଗଲରେ ସୁରକ୍ଷାବାଡ ମଧ୍ୟ ଲଗାଯାଇଥିଲା । ଆଉ ବାଘ ଆକ୍ରମଣରେ ମଇଁଷି ମରିବା ପରେ ଗାଁରେ ତାଟିକବାଟ ପଡିଯାଇଛି । ସେପଟେ ଘଟଣାସ୍ଥଳକୁ ଡିଏଫ୍‌ଓ ଯାଇ ତଦନ୍ତ କରିଛନ୍ତି । ମହାବଳ ବାଘ ମଇଁଷଗୁଡ଼ିକୁ ଆକ୍ରମଣ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିବା କହିଛନ୍ତି ଘଟଗାଁ ରେଞ୍ଜର।

ସେହିପରି ନୂଆପଡା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟାରେ ଦୁଇ ମାସ ହେଲା ରକ୍ତମୁଖା ହୋଇଥିବା ମଣିଷଖିଆ କଲରାପତରିଆ ବାଘ ପ୍ରତିଦିନ ଜନବସତି ନିକଟକୁ ଆସୁଛି ଏବଂ ଗୃହପାଳିତ ପଶୁକୁ ଶିକାର କରୁଛି ।
କୋଦୋପାଲି ଗାଁରେ ପୁଣି ଏକ ବାଛୁରୀକୁ ମାରିଖାଇଛି ବାଘ । ଗାଁର ଶୌରା ସାହୁଙ୍କ ବାଛୁରି ନିକଟସ୍ଥ ମହୁଲଗଛକୁ ମହୁଲଫୁଲ ଖାଇବା ପାଇଁ ଯାଇଥିଲା । ପୁର୍ବରୁ ଛପିଥିବା ମଣିଷଖିଆ କଲରାପତରିଆ ବାଘ ବାଛୁରିକୁ ମାରି ଖାଇ ଦେଇଛି । ବନ ବିଭାଗ ବାଘୁଣୀକୁ କାବୁ କରିବାରେ ବିଫଳ ହେଉଥିବାରୁ ବନବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ସେପଟେ ବନ୍ୟଜନ୍ତୁ ଓ ବନ ବିଭାଗ ରାତ୍ରି ସମୟରେ ଡାକବାଜି ଯନ୍ତ୍ରଦ୍ବାରା ଗାଁ ଲୋକଙ୍କୁ ଏକୁଟିଆ ଘରୁ ନ ବାହାରିବା ପାଇଁ ସୁଚନା ଦିଆଯାଉଛି ।

କେନ୍ଦୁଝର ଓ ନୂଆପଡ଼ାରେ ଖାଦ୍ୟ ଅନ୍ବେଷଣରେ ଏବେ ଜନବସତୀ ମୁହାଁ ବାଘ । ଗୋଟିଏ ପରେ ଗୋଟିଏ ଗୃହପାଳିତ ପଶୁଙ୍କୁ କରୁଛନ୍ତି ଶିକାର । ଏବେ ଏହି ରକ୍ତମୁଖା ବାଘଙ୍କୁ କାବୁ କରିବାରେ ବିଫଳ ହୋଇଛି ବନ ବିଭାଗ ।

ଏହି ଖବର ପଢ଼ନ୍ତୁ -  ଗୀତ ରିଲିଜ୍ ଦିନ ଜୀବନ ହାରିଲେ ଅଭିନେତ୍ରୀ: ହୋଟେଲରୁ ମିଳିଲା ମୃତଦେହ 

https://www.youtube.com/watch?v=w7IE79rtErY
Published by:Soubhagya Mishra
First published: