ବାତ୍ୟା ଭୟ ! ପାଣିପାଗ ବିଭାଗ ପକ୍ଷରୁ ବଡ଼ ଖବର

ପାଣିପାଗକୁ ନେଇ ଆସୁଛି ବଡ଼ ସୂଚନା । ମେ ୧୦ ତାରିଖରେ ବଙ୍ଗୋପାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ ଅନୁମାନ କରିଛନ୍ତି ।

ବାତ୍ୟା ଭୟ ! ପାଣିପାଗ ବିଭାଗ ପକ୍ଷରୁ ବଡ଼ ଖବର

ବାତ୍ୟା ଭୟ ! ପାଣିପାଗ ବିଭାଗ ପକ୍ଷରୁ ବଡ଼ ଖବର

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ବର: ଖରା ଦିନେ ବାତ୍ୟା ଭୟ। ଗତ କିଛି ବର୍ଷ ହେବ ଗ୍ରୀଷ୍ମ ଋତୁରେ ବଙ୍ଗୋପସାଗରରେ ସୃଷ୍ଟି ହେଉଛି ବାତ୍ୟା। ଯାହା ମୁଖ୍ୟତଃ ଓଡ଼ିଶା ଏବଂ ପଡ଼ୋଶୀ ରାଜ୍ୟକୁ ପ୍ରଭାବିତ କରେ। ଗତ ୪ ବର୍ଷ ହେବ ବଙ୍ଗୋପସାଗରରେ ପ୍ରାକ୍ ମୌସମୀ ବାତ୍ୟା ଦେଖିବାକୁ ମିଳିଥିଲା। ଆସନ୍ତା ମେ ୧୦ ବେଳକୁ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ନେଇ ପାଣିପାଗ ବିଶେଷଜ୍ଞ ଆକଳନ କରୁଛନ୍ତି ।

ପାଣିପାଗ (weather)କୁ ନେଇ ଆସୁଛି ବଡ଼ ସୂଚନା । ମେ ୧୦ ତାରିଖରେ ବଙ୍ଗୋପାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ ଅନୁମାନ କରିଛନ୍ତି । ପାଣିପାଗ ବିଶେଷଜ୍ଞ ପ୍ରଫେସର ସନ୍ଦୀପ ପଟ୍ଟନାୟକ କହିଛନ୍ତି ଯେ, ଆଣ୍ଡାମାନ ସାଗର ଉପକୂଳରେ ଏହି ଘୂର୍ଣ୍ଣିଝଡ଼ ସୃଷ୍ଟି ହେବାର ସମ୍ଭାବନା ରହୁଛି । ମେ ଓ ଜୁନ୍‌ ମାସରେ ବାୟୁଚଳନର ପ୍ରବାହ, ସମୁଦ୍ର ପତନର ତାପମାତ୍ରା ଏବଂ ପ୍ରଶାନ୍ତ ମହାସାଗରରେ ରହିଯାଇଥିବା ବାତ୍ୟାର ଅବଶିଷ୍ଟାଂଶ, ବଙ୍ଗୋପସାଗରରେ ଘୂର୍ଣ୍ଣିଝଡ଼ ସୃଷ୍ଟି କରିବାକୁ ଅନୁକୂଳ ପରିବେଶ ସୃଷ୍ଟି କରିଥାଏ ।

ଏପ୍ରିଲ ମେ ମାସ ଆସିଲେ ରାଜ୍ୟବାସୀଙ୍କୁ ଘାରେ ବାତ୍ୟା ଭୟ। କାରଣ ଗତ ୪ ବର୍ଷ ହେବ ଲଗାତାର ପ୍ରାକ୍ ମୌସୁମୀ ବାତ୍ୟା ବଙ୍ଗୋପସାଗରରେ ପରିଲକ୍ଷିତ ହେଉଛି। ଯାହା ଓଡ଼ିଶା ନଚେତ୍ ପଡ଼ୋଶୀ ରାଜ୍ୟକୁ ପ୍ରଭାବିତ କରୁଛି। ତେବେ ମେ ମାସର ପ୍ରଳୟଙ୍କରୀ ବାତ୍ୟା ଫନି ଏହି ଭୟ କୁ ଦ୍ଵିଗୁଣିତ କରିଛି।

ଜାଣିବା ପକାଇବା ଗତ ୪ ବର୍ଷରେ ଆସିଥିବା ପ୍ରଳୟଙ୍କରୀ ବାତ୍ୟା ଉପରେ। ୨୦୨୨ ମେ ୭ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ଆସାନି ୧୧ ତାରିଖରେ ଆନ୍ଧ୍ରପ୍ରଦେଶରେ ହିଟ୍ କରିଥିଲା। ୨୦୨୧ ମେ ୨୩ ରେ ୟସ୍ ସୃଷ୍ଟି ହୋଇ ୨୮ ରେ ପଶ୍ଚିମବଙ୍ଗରେ ହିଟ୍ କରିଥିବାବେଳେ ଓଡ଼ିଶାରେ ପ୍ରଭାବ ପକାଇଥିଲା। ୨୦୨୦ ମେ ୧୬ରେ ସୃଷ୍ଟି ହୋଇଥିଲା ବାତ୍ୟା ଆମ୍ଫନ ଆଉ ୨୧ ରେ ପଶ୍ଚିମବଙ୍ଗରେ ପ୍ରଳୟ ରଚିଥିଲା। ସବୁଠାରୁ ଶକ୍ତିଶାଳୀ ବାତ୍ୟା ଫନି ୨୦୧୯ ଏପ୍ରିଲ ୨୬ ରେ ସୃଷ୍ଟି ହୋଇ ମେ ୫ ପର୍ଯ୍ୟନ୍ତ ରହିଥିଲା। ମେ ୩ ତାରିଖରେ ସର୍ବାଧିକ ପ୍ରଳୟ ଓଡ଼ିଶା ଉପକୂଳରେ ରଚିବା ପରେ ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶରେ ପକାଇଥିଲା ପ୍ରଭାବ।

ସାଧାରଣତଃ ବାତ୍ୟା ଋତୁ ଦୁଇଟି ଥାଏ । ପ୍ରି ମନସୁନ ଓ ପୋଷ୍ଟ ମାନଶୁନ। ପ୍ରାକ୍ ମୌସୁମୀ ଅର୍ଥାତ୍ ଏପ୍ରିଲ, ମେ ଓ ଜୁନ ମାସରେ ଆସୁଥିବା ବାତ୍ୟା । ଏହି ସମୟର ବାୟୁମଣ୍ଡଳର ତଳ ଭାଗ ଓ ଉପରି ଭାଗରେ ଯେଉଁ ବାୟୁ ରହେ ସେଥିରେ ବିଶେଷ ତାରତମ୍ୟ ନଥାଏ। ଏଣୁ ଏହି ସମୟରେ ବଙ୍ଗୋପସାଗରରେ ଯେଉଁ ଲଘୁଚାପ କିମ୍ବା ଅବପାତ ସୃଷ୍ଟି ହୁଏ ତାହା ଶକ୍ତିଶାଳୀ ହୁଏ। ଗ୍ଲୋବାଲ ୱାର୍ମିଂ ଯୋଗୁଁ ମୌସୁମୀ ପୂର୍ବରୁ ବିଶ୍ଵର ସମସ୍ତ ସମୁଦ୍ର ବା ଜଳପତ୍ତନ କ୍ରମାଗତ ଭାବେ ଉତ୍ତପ୍ତ ହେବାରେ ଲାଗିଛି। ଫଳରେ ସମୁଦ୍ର ପୃଷ୍ଠ ଗୁଡ଼ିକ ମଧ୍ୟ ଉତ୍ତପ୍ତ ହୁଏ। ଏଣୁ ପ୍ରବଳ ମାତ୍ରାରେ ଜଳୀୟବାଷ୍ପ ବାଷ୍ପୀଭୂତ ହୋଇ ସମୁଦ୍ରରୁ ବାୟୁମଣ୍ଡଳକୁ ପ୍ରବେଶ କରେ। ଯାହା ବାତ୍ୟାକୁ ଅଧିକ ଶକ୍ତିଶାଳୀ କରିବାରେ ସହାୟକ ହୁଏ।

ଆଉରି ୪ ଦିନ ରହିବ କାଳବୈଶାଖୀ ବର୍ଷା। ରାଜ୍ୟରେ ବିକ୍ଷିପ୍ତ ବର୍ଷା ରହିବ। କିଛି କିଛି ସ୍ଥାନରେ ଘଡଘଡି ବିଜୁଳି ସାଙ୍ଗକୁ ଝଡ ପବନ ହେବ। ଫଳରେ ଦିନର ତାପମାତ୍ରା ବିଶେଷ ବୃଦ୍ଧି ପାଇବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତା ୨୪ ଘଣ୍ଟାରେ ମୟୁରଭଂଜ, କେନ୍ଦୁଝର, ସୁନ୍ଦରଗଡ, ଅନୁଗୁଳ, ଢେ଼ଙ୍କାନାଳ, ଯାଜପୁର, ବାଲେଶ୍ଵର, ନୂଆପଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାଗିରିରେ ୩୦ ରୁ ୪୦ କିମି ବେଗରେ ପବନ ସହ ବର୍ଷା ହେବ। ଘଡଘଡି ବିଜୁଳି ସମ୍ଭାବନା ବି ଅଧିକ ରହିଛି। ଏହାସହ କନ୍ଧମାଳ, ଗଞ୍ଜାମ, ବଲାଙ୍ଗୀର, ନୂଆପଡା, କଳାହାଣ୍ଡି ରେ କୁଆପଥର ବର୍ଷା ହେବ। ଆସନ୍ତା ୩୦ ତାରିଖ ଯାଏଁ ଏଭଳି ସ୍ଥିତି ନେଇ ପାଣିପାଗ କେନ୍ଦ୍ର ୟଲୋ ଆଲର୍ଟ ଜାରି କରିଛି।

୨୦୧୯ ର ପ୍ରଳୟଙ୍କରୀ ବାତ୍ୟା ଫନି ଭୟ ମନରୁ ଏ ଯାଏଁ ଭୁଲି ନାହାଁନ୍ତି ଉପକୂଳ ଓଡ଼ିଶାବାସୀ। ମେ ମାସ ଆସିଲେ ଏବେ ବି ଲାଗୁଛି ଡର। ହେଲେ ଆସନ୍ତା ୧୫ ଦିନ ଯାଏଁ ସେଭଳି କୌଣସି ସ୍ଥିତି ନ ଥିବା କହିଛି ପାଣିପାଗ କେନ୍ଦ୍ର।

ଏହି ଖବର ପଢ଼ନ୍ତୁ -  Dominos pizzaରେ ମିଳିଲା ଜୀଅନ୍ତା ପୋକ ! ଫୋଟୋ ଭାଇରାଲ
Published by:Soubhagya Mishra
First published: