ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଦିଲ୍ଲୀର ପ୍ରଦ୍ୟୁଷିତ ବାୟୁକୁ ନେଇ ଓଡ଼ିଶାରେ ଭୟ; ଫେରାନ୍ତ ମୌସୁମୀକୁ ନେଇ ଚିନ୍ତାରେ ବିଶେଷଜ୍ଞ

ଦିଲ୍ଲୀର ପ୍ରଦ୍ୟୁଷିତ ବାୟୁକୁ ନେଇ ଓଡ଼ିଶାରେ ଭୟ; ଫେରାନ୍ତ ମୌସୁମୀକୁ ନେଇ ଚିନ୍ତାରେ ବିଶେଷଜ୍ଞ

ରେଭେନ୍ସା ବିଶ୍ବବିଦ୍ୟାଳୟରେ ଆୟୋଜିତ ହୋଇଥିବା ୨୨ତମ "ଓଡ଼ିଶା ବିଜ୍ଞାନ ଓ ପରିବେଶ କଂଗ୍ରେସ" କର୍ମଶାଳାରେ ବାୟୁ ପ୍ରଦୂଷଣ ସମ୍ପର୍କରେ ବିଶେଷ ଆଲୋଚନା କରାଯାଇଛି।

ଦିଲ୍ଲୀର ପ୍ରଦ୍ୟୁଷିତ ବାୟୁକୁ ନେଇ ଓଡ଼ିଶାରେ ଭୟ; ଫେରାନ୍ତ ମୌସୁମୀକୁ ନେଇ ଚିନ୍ତାରେ ବିଶେଷଜ୍ଞ
ଦିଲ୍ଲୀର ପ୍ରଦ୍ୟୁଷିତ ବାୟୁକୁ ନେଇ ଓଡ଼ିଶାରେ ଭୟ
  • News18 Odia
  • Last Updated: November 21, 2021, 5:38 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: କୋଭିଡ ମହାମାରୀ ଜନିତ ଲକଡାଉନ୍ କୋହଳ ହେବା ପରେ ପୁଣି ଥରେ ବାୟୁ ପ୍ରଦ୍ୟୁଷଣକୁ ନେଇ ଚିନ୍ତା ବଢ଼ିଛି । ପ୍ରାୟ ଦୁଇ ବର୍ଷ ତଳେ ଥିବା ପ୍ରଦ୍ୟୁଷଣର ସାଙ୍ଘାତିକ ସ୍ଥିତି ଏବେ ପୁଣି ଥରେ ଆତ୍ମ ପ୍ରକାଶ କରିଛି । ବିଶେଷ କରି ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ବୃଦ୍ଧି ପାଇଥିବା ବାୟୁ ପ୍ରଦ୍ୟୁଷଣ ଚିନ୍ତାଜନକ ସ୍ଥିତିରେ ପହଁଞ୍ଚିଛି । ତେବେ ଦିଲ୍ଲୀ ଓ ଉତ୍ତର ଭାରତରେ ଦେଖାଯାଇଥିବା ବାୟୁ ପ୍ରଦ୍ୟୁଷଣର ସିଧାସାଳଖ ପ୍ରଭାବ ଓଡ଼ିଶା ପ୍ରତି ରହିଥିବା ବିପଦକୁ ପୁଣି ଥରେ ଦୋହରାଇଛନ୍ତି ବିଶେଷଜ୍ଞ।

ରିଟର୍ଣ୍ଣ ମନସୁନ ଯୋଗୁଁ ଦିଲ୍ଲୀ ତଥା ଉତ୍ତର ଭାରତରେ ପ୍ରବାହିତ ହେଉଥିବା ବାୟୁ ବିଭିନ୍ନ ରାଜ୍ୟ ଦେଇ ଓଡ଼ିଶାକୁ ପ୍ରବାହିତ ହୋଇଥାଏ । ଏବେ ସେହି ବାୟୁ ବିଶାକ୍ତ ହୋଇସାରିଥିବାରୁ ତା'ର ପ୍ରଭାବ ମଧ୍ୟ ଓଡ଼ିଶାରେ ପଡ଼ିବ । ନଭେମ୍ବର ମାସରେ ଏହି ବାୟୁ ଓଡ଼ିଶାରେ ପହଁଞ୍ଚିବା ସହ ଏହାର ପ୍ରବାହ ଫେବୃଆରି ମାସ ପର୍ଯ୍ୟନ୍ତ ରହିବ । ତେଣୁ କରି ଏଥି ପ୍ରତି ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ । ରେଭେନ୍ସା ବିଶ୍ବବିଦ୍ୟାଳୟରେ ଆୟୋଜିତ ହୋଇଥିବା ୨୨ତମ "ଓଡ଼ିଶା ବିଜ୍ଞାନ ଓ ପରିବେଶ କଂଗ୍ରେସ" କର୍ମଶାଳାରେ ଏହି ସମ୍ପର୍କରେ ବିଶେଷ ଆଲୋଚନା କରାଯାଇଛି।

ଏହା ବ୍ୟତିତ ଓଡ଼ିଶାରେ ବିଭିନ୍ନ ଖଣିରୁ ଉତ୍ତୋଳନ ସମୟରେ ଓ ଶିଳ୍ପ ସଂସ୍ଥା ଦ୍ବାରା ନିର୍ଗତ ହେଉଥିବା ପ୍ରଦ୍ୟୁଷଣ ଯୋଗୁଁ ସୃଷ୍ଟି ହେଉଥିବା ପ୍ରଦ୍ୟୁଷଣ ସ୍ଥିତିକୁ ଗମ୍ଭିର କରିପାରେ । ତେବେ ଓଡ଼ିଶାରେ ଦିଲ୍ଲୀ ଭଳି ପରିସ୍ଥିତି ସୃଷ୍ଟି ହେବନାହିଁ କିନ୍ତୁ ଭୁବନେଶ୍ବର ଓ କଟକ ଭଳି ସହର ଗୁଡ଼ିକରେ ଦେଖା ଦେଇଥିବା ପ୍ରଦ୍ୟୁଷଣକୁ ନିୟନ୍ତ୍ରଣକୁ ଆଣିବାର ଆବଶ୍ୟକତା ରହିଥିବା କହିଛନ୍ତି Council Of Scientific And Industrial Research Institute Of Minerals And Materials Technology ବା CSIR–IMMTର ନିର୍ଦ୍ଦେଶକ ଶୁଦ୍ଧସତ୍ବ ବାସୁ।

ଫେରାନ୍ତ ମୌସୁମୀକୁ ନେଇ ଚିନ୍ତାରେ ବିଶେଷଜ୍ଞ


କହିଛନ୍ତି ଭୁବନେଶ୍ବର ସ୍ଥିତ CSIR–IMMTର ନିର୍ଦ୍ଦେଶକ ଶୁଦ୍ଧସତ୍ବ ବାସୁ, "ଦୀଲ୍ଲିର ସ୍ଥିତି ଠାରୁ ଓଡ଼ିଶାରେ ପ୍ରଦ୍ୟୂଷଣର ସ୍ଥିତି ଶିଶୁ ବହୁତ ଭଲ ଅଛି । ହେଲେ ଦିଲ୍ଲୀ ଓ ଉତ୍ତର ପ୍ରଦେଶ ପଟୁ ନଭେମ୍ବର ଓ ଡିସେମ୍ବର ମାସରୁ ଓଲଟା ବାୟୀ ପ୍ରବାହ ଆରମ୍ଭ ହୋଇଥାଏ ସେହି ସମୟରେ ସେହି ବାୟୁ ବିଭିନ୍ନ ରାଜ୍ୟ ଦେଇ ଓଡ଼ିଶାରେ ପହଁଞ୍ଚିଥାଏ । ତେଣୁ ଏବେ ଓଡ଼ିଶାରେ ସେହି ବାୟୁର ପ୍ରଭାବ ପଡ଼ିବାର ଅନେକ ସମ୍ଭାବନା କରିଛି । କିନ୍ତୁ ଭୌଗୋଳିକ ଦୃଷ୍ଟିରୁ ଓଡ଼ିଶା ସୁବିଧା ଜନକ ସ୍ଥିତିରେ ଅଛି । କାରଣ ଓଡ଼ିଶାକୁ ଲାଗି କରି ରହୁଥିବା ସମୁଦ୍ର ଓ ଏହି ସମୁଦ୍ର ପଟୁ ବହୁଥିବା ବାୟୁ ଉତ୍ତର ଭାରତ ପଟୁ ଆସୁଥିବା ବାୟୁର ଗତିପଥକୁ ଅବରୋଧ କରିଥାଏ । ହେଲେ ଓଡ଼ିଶାର ପ୍ରଦ୍ୟୁଷଣ ହାରକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟରେ ଥିବା ବିଭିନ୍ନ ଶିଳ୍ପକାରଖାନା ଓ ଖଣି ଅଞ୍ଚଳରେ ସୃଷ୍ଟି ହେଉଥିବା ବାୟୁ ପ୍ରଦ୍ୟୁଷଣକୁ ରୋକାଯିବା ନିହାତି ଜୁରୁରି।’’

ରେଭେନ୍ସା ବିଶ୍ବବିଦ୍ୟାଳୟରେ ଆୟୋଜିତ ହୋଇଥିବା ଏହି ୨୨ତମ "ଓଡ଼ିଶା ବିଜ୍ଞାନ ଓ ପରିବେଶ କଂଗ୍ରେସ" ଅବସରରେ କ୍ରମବର୍ଦ୍ଧିଷ୍ଣୁ ପ୍ରଦ୍ୟୁଷଣକୁ ନେଉ ଉଦବେଗ୍ ପ୍ରକାଶ କରାଯାଇଥିଲା । ଦେଶର ଅନ୍ୟ ପ୍ରାନ୍ତ ଭଳି ଓଡ଼ିଶାରେ ବାୟୁ, ମତ୍ତିକା ଓ ଜଳ ପ୍ରଦ୍ୟୁଷଣର ମାତ୍ର ବଢ଼ିଥିବା ପ୍ରସଙ୍ଗ ମଧ୍ୟ ଏହି ଆଲୋଚନା ଚକ୍ରରେ ସାମିଲ ହୋଇଥିଲା । ଏହା ବ୍ୟତୀତ ପରିବେଶର ସିଧାସଳଖ ପ୍ରଭାବ ମଣିଷ ସହିତ ପ୍ରାଣୀ ଓ ଉଦ୍ଭିଦ ଜଗତ ସହିତ ରହିଥିବାରୁ ପ୍ରଦ୍ୟୁଷଣର ପ୍ରଭାବ ଓ ତାପମାତ୍ରା ବୃଦ୍ଧି ଯୋଉଁ ବିଭିନ୍ନ ଭୁତାଣୁଙ୍କ ମ୍ୟୁଟେସନ ଓ କୋଭିଡରେ ଆକ୍ରାନ୍ତ ହୋଇଥିବା ରୋଗୀମାନଙ୍କ ପାଇଁ ବାୟୁ ପ୍ରଦ୍ୟୁଷଣର ପ୍ରଭାବ ଭଳି ସମ୍ପ୍ରତିକ ସମସ୍ୟା ଉପରେ ମଧ୍ୟ ଆଲୋକପାତ କରାଯାଇଥିଲା।

ରେଭେନ୍ସା ବିଶ୍ବବିଦ୍ୟାଳୟରେ ଆୟୋଜିତ ହୋଇଥିବା ୨୨ତମ "ଓଡ଼ିଶା ବିଜ୍ଞାନ ଓ ପରିବେଶ କଂଗ୍ରେସ"


ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥବା ଆଇ.ଏଲ.ଏସ. ନିର୍ଦ୍ଦେଶକ ଡାକ୍ତର ଅଜୟ ପରିଡ଼ା କହିଛନ୍ତି, "ପ୍ରଦ୍ୟୁଷଣ ଯେକୌଣସି ପ୍ରକାରର ହେଉ, ଏହାର ସିଧାସଳଖ ପ୍ରଭାବ ପ୍ରାଣୀ ଓ ଉଦ୍ଭିଦ ଜଗତ ଉପରେ ପଡ଼ିଥାଏ । ଏପରିକି ତାପମାତ୍ରା ସ୍ବାଭାବିକ ଠାରୁ ମାତ୍ର ଦୁଇ ଡିଗ୍ରୀ ବଢ଼ି ଗଲେ ବାୟୁମଣ୍ଡଳରେ ଥିବା ଭୂତାଣୁଗୁଡ଼ିକୁ ମ୍ୟୁଟେସନ ପାଇଁ ଉପଯୁକ୍ତ ବାତା ବରଣ ମିଳିଥାଏ । ତେଣୁ ଏଥି ପ୍ରତି ସଜାଗ ରହିବା ଆବଶ୍ୟବ।’’

ସେହିପରି ଏହି ଅବସରରେ ଯୋଗ ଦେଇଥିବା, "ଆର.ଏମ.ଆର.ସି"ର ନିର୍ଦ୍ଦେଶିକା ଡାକ୍ତର ସଙ୍ଘମିତ୍ର ପତି କହିଛନ୍ତି, ‘‘ବାୟୁ ପ୍ରଦ୍ୟୁଷଣର ପ୍ରଭାବ ମଣିଷର ଶ୍ବାସକ୍ରିୟା ଉପରେ ପଡ଼ିଥାଏ। ତେଣୁ କୋଭିଡରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କ ଫୁସଫୁସ ଧିରେ ଧିରେ କରି ପୁଣି ଥରେ ସ୍ବାଭାବିକ ହୋଇଥାଏ । ତେଣୁ ଯେଉଁମାନଙ୍କ ଫୁସଫୁସ ସଂକ୍ରମିତ ହୋଇସାରିଛି ସେମାନଙ୍କୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ । ମୋ ମତରେ ମାସ୍କ ପରିଧାନ ହିଁ ଏଥିରୁ ରକ୍ଷା ପାଇବାର ଏକ ମାତ୍ର ଉପାୟ।’’
Published by: Lipina Das
First published: November 21, 2021, 5:38 PM IST