ହାଇକୋର୍ଟଙ୍କ ଐତିହାସିକ ରାୟ: ବିବାହିତା ଝିଅଙ୍କୁ ମିଳିବ ଅନୁକମ୍ପାମୂଳକ ଚାକିରି

ଚାକିରିରେ ଥିବା ଅବସ୍ଥାରେ କୌଣସି ସରକାରୀ କର୍ମଚାରୀଙ୍କ ମୃତ୍ୟୁ ହେଲେ ତାଙ୍କ ବିବାହିତ ଝିଅଙ୍କୁ ମଧ୍ୟ ଅନୁକମ୍ପାମୂଳକ ନିଯୁକ୍ତି ପ୍ରଦାନ କରାଯିବ।

ହାଇକୋର୍ଟଙ୍କ ଐତିହାସିକ ରାୟ

ହାଇକୋର୍ଟଙ୍କ ଐତିହାସିକ ରାୟ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

କଟକ: ଚାକିରିରେ ଥିବା ଅବସ୍ଥାରେ କୌଣସି ସରକାରୀ କର୍ମଚାରୀଙ୍କ ମୃତ୍ୟୁ ହେଲେ ତାଙ୍କ ବିବାହିତ ଝିଅଙ୍କୁ ମଧ୍ୟ ଅନୁକମ୍ପାମୂଳକ ନିଯୁକ୍ତି ପ୍ରଦାନ କରାଯିବ। ହାଇକୋର୍ଟ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ପ୍ରଦାନ କରିଛନ୍ତି ।

ପୂର୍ବରୁ କର୍ମଚାରୀଙ୍କ ମୃତ୍ଯୁ ପରେ ପୁଅ କିମ୍ୱା ଅବିବାହିତ ଝିଅ ଚାକିରି ପାଉଥିଲେ । ବର୍ତ୍ତମାନ ଏହି ନିୟମରେ ପରିବର୍ତ୍ତନ ହୋଇଛି । ବିବାହିତ ହୋଇଥିବା କାରଣରୁ ଜଣେ ଝିଅକୁ ଅନୁକମ୍ପାମୂଳକ ନିଯୁକ୍ତି ଦିଆନଯିବା ଏକ ମନମୁଖୀ ନିଷ୍ପତ୍ତି ଓ ସମ୍ବିଧାନର ଧାରା ୧୪, ୧୫ ଓ ୧୬(୨)କୁ ଉଲ୍ଲଂଘନ କରୁଛି ବୋଲି ହାଇକୋର୍ଟ କହିଛନ୍ତି।

ସୂଚନାଯୋଗ୍ଯ, ଆବେଦନକାରୀ ବାସନ୍ତି ନାୟକଙ୍କ ବାପା ପ୍ରାଥମିକ ଶିକ୍ଷକ ଭାବେ ଶିକ୍ଷକତା କରୁଥିବା ସମୟରେ ୨୦୦୧ରେ ଫେବୃଆରୀରେ ତାଙ୍କର ମୃତ୍ଯୁ ହୋଇଥିଲା । ତାଙ୍କର ଦୁଇ ଝିଅ ଥିଲେ । ବାସନ୍ତୀ ବିବାହିତ ଥିବାରୁ ତାଙ୍କୁ ବିଦ୍ଯାଳୟ ଇନସ୍ପେକ୍ଟର ଚାକିରି ଦେଇନଥିଲେ । ଏହା ପରେ ବାସନ୍ତୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଶେଷରେ ହାଇକୋର୍ଟ ଏହି ଶୁଣାଣୀ କରିଛନ୍ତି ।
Published by:Soumya Das
First published: