News18 Odia Digital
ଭୁବନେଶ୍ୱର: ଏ ଥର ଫାଦର୍ସ ଡେ’କୁ କେହି ଘରେ ପାଳନ କରିଥିଲେ ତ ଆଉ କେହି ବାହାରେ ରହି ବାପା ମା’ଙ୍କୁ ମିସ୍ କରୁଥିବାରୁ ଭିଡିଓ କଲରେ ୱିସ୍ କରିଥିଲେ । ହେଲେ ପିତୃ ଦିବସରେ ଏମିତି ବାପା ମା’ ବି ଥିଲେ ଯେଉଁମାନଙ୍କୁ ନିଜ ଜନ୍ମକଲା ସନ୍ତାନ ପର କରି ଦେବା ପରେ ସେମାନେ ଘରଠୁ ଦୂରରେ ରହି ନିଜ ସନ୍ତାନକୁ ମିସ୍ କରୁଥିଲେ । ଏମିତି ଜଣେ ଦୁଃଖୀ ବାପାଙ୍କ ଜୀବନ କାହାଣୀ ଦେଖିବାକୁ ମିଳିଥିଲା ରସୁଲଗଡ଼ରେ ଥିବା ଏକ ଜରା ନିବାସରେ।
୭୮ ବର୍ଷୀୟ ନିର୍ମଳ ନାୟକଙ୍କ ଆଖିରୁ ଥପ୍ ଥପ୍ ହୋଇ ଝରି ପଡ଼ୁଥିଲା ଲୁହ । ଅତୀତକୁ ସ୍ମରଣ କରି ଛାତିର କୋହକୁ ଚାପି ରଖି ପାରୁ ନ ଥିଲେ ସେ । ଦିନେ ସେ ପାଞ୍ଚ ମାଣ ଜମିର ମାଲିକ ଥିଲେ । ତାଙ୍କ ପାଖକୁ ଲୋକେ ମଜୁରୀ ଲାଗିବା ପାଇଁ ଆସୁଥିଲେ ଓ ହସ ଖୁସିରେ ତାଙ୍କ ସଂସାର ଚାଲୁଥିଲା । ହେଲେ ଆଜି ସେ ବେସହାରା ହୋଇ ଏହି ଜରାଶ୍ରମରେ ଜୀବନ କାଟୁଛନ୍ତି ।
ଏହା ବି ପଢ଼ନ୍ତୁ | ମୋଦି ସରକାର ଏହି ମାସ ମାଗଣା LPG ଗ୍ୟାସ୍ କନେକ୍ସନ୍ ଦେବେ; କେମିତି ଆବେଦନ କରିବେ ଜାଣନ୍ତୁକେନ୍ଦ୍ରାପଡ଼ା ଟାଉନ୍ ନିକଟସ୍ଥ ଜୟୀପୁରର ମୂଳ ବାସିନ୍ଦା ନିର୍ମଳ ନାୟକଙ୍କର ପୁଅ ନ ଥିବାରୁ ସେ ପୁତୁରା ମନୋଜକୁ ପୁଅ କରିଥିଲେ । ହେଲେ ତାଙ୍କର ସବୁ ସମ୍ପତ୍ତି ହାତେଇ ନେଇ ନିଜ ନାମରେ କରିନେବା ପରେ ମନୋଜ ପାଇଁ ଦାଦା ବୋଝ ପାଲଟିଯାଇଥିଲେ । ଠିକ୍ ୧୫ ବର୍ଷ ପୂର୍ବେ ହଠାତ୍ ଦିନେ କେନ୍ଦ୍ରାପଡ଼ାରୁ ଏକ ଅଟୋରେ ଆଣି ନିର୍ମଳଙ୍କୁ ଭୁବନେଶ୍ବରର ପଳାଶୁଣିରେ ଛାଡି଼ ପଳାଇଲେ ମନୋଜ । ସେବେଠୁ କର୍ମକୁ ଆଦରି ମୋହିନୀ ମୋହନ ପ୍ରମିଳା ଜରା ନିବାସରେ ଆଶ୍ରୟ ନେଇଛନ୍ତି ନିର୍ମଳ ।

ଶୁକଦେବ ପାଢ଼ୀ
‘‘ଗୁହାଳରେ ବଳଦ ହଡ଼ା ହୋଇଗଲେ ବାହାରେ ତା’ର ମୂଲ କମିଯାଏ । ଭେଣ୍ଡିଆ ଥିବା ବେଳେ ତାକୁ ସମସ୍ତେ କାମ କରିବା ପାଇଁ ଖୋଜନ୍ତି । ଆଜି ମୋ’ର ଅବସ୍ଥା ସେହି ଭଳି,’’ ନିଜ ସ୍ଥିତି ବିଷୟରେ କହିଛନ୍ତି ନିର୍ମଳ ।
ଏହା ବି ପଢ଼ନ୍ତୁ | କରୋନାର Delta ରୂପ ଚିନ୍ତା ବଢ଼ାଇଲା; ମାତ୍ର ୩୦ ଦିନ ପରେ ଦ୍ୱିତୀୟ ଥର ସଂକ୍ରମିତ ହେଲେ ବ୍ୟକ୍ତିଏହି ଜରା ନିବାସରେ ରହୁଥିବା କଟକ ନିଆଳି ଅନ୍ତର୍ଗତ ହାଟ ଗାଆଁର ମୂଳ ବାସିନ୍ଦା ଶୁକଦେବ ପାଢ଼ୀଙ୍କର ବି ଠିକ୍ ସେହି ଅବସ୍ଥା । ତାଙ୍କର ଗୋଟିଏ ବୋଲି ପୁଅ, ଯାହାକୁ ଅନେକ ପୂଜାର୍ଚ୍ଚନା କରିବା ପରେ ସେ ‘‘ମଣିଷ’’ କରାଇଥିଲେ । ପୁଅ ବି ଗୋଟିଏ ପ୍ରତିଷ୍ଠିତ ସଂସ୍ଥାରେ ଚାକିରି କରିଥିଲା । କିନ୍ତୁ ନିଶା ଖାଇ ନିଜ କରିଅର୍ ନଷ୍ଟ କରିବା ପରେ ସେ ବାପା ମା’ଙ୍କୁ ପିଟିବା ଆରମ୍ଭ କରିଥିଲା ।
ଏହା ବି ପଢ଼ନ୍ତୁ | ‘ବାବା କା ଢାବା’ର ମାଲିକ ୮୧ ବର୍ଷର ବୁଢ଼ା ଆତ୍ମହତ୍ୟା ଉଦ୍ୟମ କଲେ; ହସପିଟାଲରେ ଭର୍ତ୍ତି ହୋଇଛନ୍ତି‘‘ପରିସ୍ଥିତି ଏ ଭଳି ହେଲା ଯେ ଆମେ ବାପା ମାଆଙ୍କୁ ଆଉ ସେ ଘରେ ରଖାଇ ଦେଲାନି । ଏବେ ଚାରି ବର୍ଷ ହେବ ଆମେ ଦୁହେଁ ଜରା ନିବାସରେ ଆଶ୍ରୟ ନେଇଛୁ । ଘର କଥା ମନେ ପଡ଼ୁଛି । କିନ୍ତୁ ଫେରିବାର ଆଉ ଚାରା ନାହିଁ। ସେଥି ପାଇଁ ଆଖିରୁ ଝରୁଚି ଲୁହ, ହେଲେ କିଛି କରିବାର ବାଟ ନାହିଁ,’’ କହିଛନ୍ତି ପାଢ଼ୀ ।
ରସୁଲଗଡରେ ଥିବା ମୋହିନୀ ପ୍ରମିଳା ଜରା ନିବାସରେ ଏଭଳି ଅନେକ ବାପା ଅଛନ୍ତି ଯାହାଙ୍କ କାହାଣୀ ଶୁଣିଲେ କେହି ବି ଆଖିରେ ଲୁହକୁ ଅଟକାଇ ରଖିପାରିବେନି । ଅଭାବ ଅନଟନ କାରଣରୁ ହେଉ ବା ଲୋଭ କାରଣରୁ ସେମାନଙ୍କ ସନ୍ତାନ ନିଜ ଜନ୍ମଦାତାଙ୍କୁ ଘରୁ ବାହାର କରିଦେଇଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।