ବାଲିପାଟଣାରେ କୁନି ଝିଅଟିକୁ ନିର୍ଯ୍ୟାତନା ଦେଇଥିବା ବାପା ଓ ସାବତ ମା’ ଗିରଫ ହେଲେ

‘‘ମୋ’ ସ୍ୱାମୀ ଓ ସଉତୁଣୀଙ୍କୁ ଗିରଫ କରାଯାଇଛି ବୋଲି ଶୁଣି ମୋତେ ଖୁସି ଲାଗୁଛି । ସେମାନେ ମୋ’ ପିଲାକୁ ଅକଥନୀୟ ଯନ୍ତ୍ରଣା ଦେଇଛନ୍ତି । ଏହି ମାମଲାରେ ମୋ’ ଶାଶୁ ଥିଲେ ଖଳନାୟିକା,’’ କହିଛନ୍ତି ରୋଜିଆନା ପରବୀନ୍ ।

ବାଲିପାଟଣାରେ କୁନି ଝିଅଟିକୁ ନିର୍ଯ୍ୟାତନା ଦେଇଥିବା ବାପା ଓ ସାବତ ମା’ ଗିରଫ ହେଲେ
(ବାମରୁ ଡାହାଣ) ଏବେ ହସପିଟାଲରେ ଶିଶୁ କନ୍ୟା; ପୂର୍ବରୁ ସେ; ନିର୍ଯ୍ୟାତିତ ହେଉଥିବା ବେଳେ ସେ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଦେଢ଼ ବର୍ଷ ଧରି ଜଣେ ଶିଶୁ କନ୍ୟାକୁ ଅର୍ଦ୍ଧାହାର ଓ ଅନାହାରରେ ରଖିବା ଓ ତାକୁ ନିର୍ଯ୍ୟାତନା ଦେବା ମହଙ୍ଗା ପଡ଼ିଛି ତା’ ବାପା ଓ ସାବତ ମା’ଙ୍କୁ । ନିଜ ସନ୍ତାନ ଉପରକୁ ଗରମ ପାଣି ଫୋପାଡ଼ିବା ଓ ତାଖୁ ପଚା ଭାତ ଓ ବାସି ଖାଦ୍ୟ ଦେଇ କଙ୍କାଳସାର ଶିଶୁରେ ପରିଣତ କରିବା ଘଟଣାରେ ଆକ୍ସନ୍ ନେଇଛି କମିଶନରେଟ୍‌ ପୋଲିସ୍‌ ।

ବାଲିପାଟଣାରେ ଶିଶୁ ନିର୍ଯାତନାର ଏହି ଲୋମହର୍ଷକ ଘଟଣା ସାମ୍ନାକୁ ଆସିବା ପରେ ଶିଶୁଟିର ବାପା ବିଲାଲ୍‌ ଖାଁ ଓ ସାବତ ମାଆ ଫାତିମା ବିବିଙ୍କୁ ଗିରଫ କରାଯାଇଛି । ଶିଶୁ କଲ୍ୟାଣ ସମିତି ଏ ନେଇ ତନାଘନ କରିବା ପରେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ନିର୍ଦ୍ଦେଶରେ କମିଶନରେଟ୍ ପୋଲିସ୍‌ ତଦନ୍ତ ଆରମ୍ଭ କରିଥିଲା । ଏବେ ଶିଶୁ କନ୍ୟାଟିର ବାପା ଓ ମାଆଙ୍କୁ ଗିରଫ କରାଯାଇଛି ।

ଏହା ବି ପଢ଼ନ୍ତୁ | English ଶିଖନ୍ତୁ []: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ଥାନ୍ତା,… If gangster Hyder…

ବାଲିପାଟଣା ନିକଟସ୍ଥ ବାରହଲ୍ ଗ୍ରାମର ବିଲାଲ୍‌ ଖାଁ ପିପିଲି ବଜାରର ରୋଜିୟାନା ପରବୀନଙ୍କୁ ୨୦୧୩ ମସିହାରେ ବିବାହ କରିଥିଲେ । ବିବାହର ବର୍ଷକ ପରେ ତାଙ୍କର ଏହି କନ୍ୟା ସନ୍ତାନ ଜନ୍ମ ହୋଇଥିଲା । ମାତ୍ର ପୁତ୍ର ବଦଳରେ କନ୍ୟାଟିଏ ଜନ୍ମ କରିଥିବାରୁ ପରବୀନଙ୍କ ଉପରେ ବିଲାଲ ଓ ତାଙ୍କ ପରିବାର ଅତ୍ୟାଚାର ଆରମ୍ଭ କରିଥିଲେ । ମାଡ଼ ଗାଳି ସହି ନ ପାରି ନିଜ ବାପଘରକୁ ଝିଅଟି ସହ ଚାଲିଯାଇ ସେଇଠି ରହୁଥିଲେ ପରବୀନ୍‌ ।

ଶିଶୁଟିର ବାପା ବିଲାଲ୍ ଖାଁ ଓ ସାବତ ମାଆ ଫାତିମା ବିବି


କିଛି ବର୍ଷ ପରେ ବିଲାଲଙ୍କ ଗାଁରେ ପଞ୍ଚାୟତ ବସିଥିଲା ଓ ତା’ ପରେ ଦେଢ଼ ବର୍ଷ ପୂର୍ବେ କେବଳ ଶିଶୁ କନ୍ୟାକୁ ପାଠ ପଢ଼ାଇବେ ଓ ଭଲରେ ରଖିବେ ବୋଲି ପ୍ରତିଶୃତି ଦେଇ ନିଜ ଘରକୁ ନେଇଆସିଥିଲେ ବିଲାଲ୍‌ । ହେଲେ ୟା ଭିତରେ ଆଉ ଥରେ ବିବାହ କରିସାରିଥିବା ବିଲାଲ୍‌ ଓ ତାଙ୍କ ନୂଆ ପତ୍ନୀ ଶିଶୁ କନ୍ୟାଟି ଉପରେ ଆରମ୍ଭ କରିଥିଲେ ନିର୍ଯାତନା । ପରବୀନଙ୍କ ଅଭିଯୋଗ ଅନୁସାରେ ତାକୁ ପଚା ଭାତ ଓ ଅଖାଦ୍ୟ ଖାଇବାକୁ ଦେଉଥିଲେ ଓ ମାଡ଼ ମାରୁଥିଲେ ।

ଏହା ବି ପଢ଼ନ୍ତୁ | ଦିଲୀପ କୁମାରଙ୍କର କୌଣସି ସନ୍ତାନ ନ ଥିଲା, ହେଲେ ତାଙ୍କର ଓ ସାଇରାଙ୍କର ସେଥି ପାଇଁ ଦୁଃଖ ନ ଥିଲା

ରୋଜିୟାନା ପରବୀନ୍‌ ହେଉଛନ୍ତି ବିଲାଲଙ୍କ ଦ୍ୱିତୀୟ ପତ୍ନୀ । ତାଙ୍କ ପୂର୍ବରୁ ଜଣକୁ ବିବାହ କରିଥିଲେ ବିଲାଲ, ଆଉ ତାଙ୍କ ପରେ ଜଣକୁ ବିବାହ କରିଛନ୍ତି ।

‘‘ମୋ’ ସ୍ୱାମୀ ଓ ସଉତୁଣୀଙ୍କୁ ଗିରଫ କରାଯାଇଛି ବୋଲି ଶୁଣି ମୋତେ ଖୁସି ଲାଗୁଛି । ଖୁସି ମାନେ ବହୁତ ଖୁସି । ସେମାନେ ମୋ’ ପିଲାକୁ ଅକଥନୀୟ ଯନ୍ତ୍ରଣା ଦେଇଛନ୍ତି । ଏହି ମାମଲାରେ ମୋ’ ଶାଶୁ ଥିଲେ ଖଳନାୟିକା । ତାଙ୍କୁ ବି ବନ୍ଧାଯିବା ଉଚିତ୍ । ସେ ହିଁ କହୁଥିଲେ ମୋ’ ଜାଗାରେ ଆଉ ଜଣଙ୍କ ସହ ତାଙ୍କ ପୁଅକୁ ବାହା କରେଇବେ,’’ କହିଛନ୍ତି ପରବୀନ୍‌ ।

ଏହା ବି ପଢ଼ନ୍ତୁ | Modiଙ୍କ ମନ୍ତ୍ରୀମଣ୍ଡଳ ବିସ୍ତାର: ଗୋଟିଏ ଫୋନ୍ କଲ୍, ଆଉ ସଙ୍ଗେ ସଙ୍ଗେ ୧୧ ମନ୍ତ୍ରୀ ଇସ୍ତଫା ଦେଇଦେଲେ

ଶିଶୁ କଲ୍ୟାଣ ସମିତି ଏହି ସାତ ବର୍ଷୀୟା କଙ୍କାଳସାର କୁନି ଝିଅଟି ପାଇଁ ଆଇନଗତ ସହାୟତା, ତା’ ସୁରକ୍ଷା ଓ ଭବିଷ୍ୟତକୁ ନେଇ ଏକ ବୈଠକ କରିଛି । ପିଲାର ଭବିଷ୍ୟତ ପାଇଁ ବାହାରୁ କେମିତି ଅନୁଦାନ ମିଳିବ ସେ ନେଇ ପ୍ରୟାସ କରାଯାଉଛି ବୋଲି କହିଛନ୍ତି ସମିତିର ଭୁବନେଶ୍ୱର ନିର୍ଦ୍ଦେଶକ ବେଣୁଧର ସେନାପତି। ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ଶିଶୁଟିର ଯତ୍ନ ନେବା ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ (ଡି.ସି.ପି.ଓ.) ନିର୍ଦ୍ଦେଶ ଦେଇଛନ୍ତି । କୁନି ଝିଅଟି ଏବେ କ୍ୟାପିଟାଲ୍‌ ହସପିଟାଲରେ ଚିକିତ୍ସାଧୀନ ଅଛି ।



‘‘ଆମେ ଏହି ଶିଶୁଟିର ସୁରକ୍ଷା, ପାଠ ପଢ଼ା ଓ ଭବିଷ୍ୟତ ଗଠନ ପାଇଁ ସବୁ ଚେଷ୍ଟା କରିବୁ । ତା’ ପାଇଁ ମୁଖ୍ୟ ମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ ପାଣ୍ଠି ଓ ଜିଲ୍ଲାପାଳଙ୍କ ତରଫରୁ ସାହାଯ୍ୟ ପାଇଁ ବି ଆମେ ସୁପାରିସ କରିବୁ । ଶିଶୁଟି କେମିତି ଜଲଦି ସୁସ୍ଥ ହେବ ତା’ ଉପରେ ଆମେ ଗୁରୁତ୍ବ ଦେଉଛୁ । ସେ ସୁସ୍ଥ ହେବା ପରେ ନିଜ ମା’ ପାଖରେ ରହିବ ନହେଲେ ଶିଶୁ କଲ୍ୟାଣ ସମିତି ତାକୁ ରଖିବାର ବନ୍ଦୋବସ୍ତ କରିବ,’’ କହିଛନ୍ତି ପ୍ରଧାନ ।
Published by: Anand ST Das
First published: July 9, 2021, 11:59 PM IST