୪ ବର୍ଷର ଝିଅ ସାମ୍ନାରେ ମା'କୁ ହତ୍ୟା କଲା ବାପା; ଅଭିଯୁକ୍ତ ସ୍ୱାମୀକୁ ଗିରଫ କଲା ପୋଲିସ

ରାତି ଅଧରେ ୪ବର୍ଷର ଝିଅ ସମ୍ମୁଖରେ ପତ୍ନୀଙ୍କୁ ହତ୍ୟା କରିଛି ସଇତାନ ସ୍ୱାମୀ । ସହିଦନଗର ଥାନା ଦୁର୍ଗାପୁର ପାଟଣା ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ମୃତା ପତ୍ନୀ ଲିଲି ଦାଶ ଓ ଅଭିଯୁକ୍ତ ସ୍ୱାମୀ ସୌଭାଗ୍ୟ ରଞ୍ଜନ ଦାଶ

ମୃତା ପତ୍ନୀ ଲିଲି ଦାଶ ଓ ଅଭିଯୁକ୍ତ ସ୍ୱାମୀ ସୌଭାଗ୍ୟ ରଞ୍ଜନ ଦାଶ

  • Share this:
News18 Odia Digital

ଭୁବନେଶ୍ବର: ରାଜଧାନୀରେ ପୁଣି ଏକ ହତ୍ୟାକାଣ୍ଡ ହୋଇଛି । ପାରିବାରିକ କଳହରୁ ଏକ କରୁଣ ପରିଣତି ଲୋମଟାଙ୍କୁରା ଚିତ୍ର ସାମ୍ନାକୁ ଆସିଛି । ରାତି ଅଧରେ ୪ବର୍ଷର ଝିଅ ସମ୍ମୁଖରେ ପତ୍ନୀଙ୍କୁ ହତ୍ୟା କରିଛି ସଇତାନ ସ୍ୱାମୀ । ସହିଦନଗର ଥାନା ଦୁର୍ଗାପୁର ପାଟଣା ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମୃତକ ହେଲେ ଲିଲି ଦାଶ୍ (୨୭) । ପତ୍ନୀଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ସ୍ୱାମୀ ସୌଭାଗ୍ୟ ରଞ୍ଜନ ଦାଶ (୩୫)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ସହିଦନଗର ଥାନା ପୋଲିସ ।ସୌଭାଗ୍ୟ ପେସାରେ ଜଣେ ୧୦୮ ଆମ୍ବୁଲାନ୍ସ ଡ୍ରାଇଭର୍ ବୋଲି ଜଣା ପଡ଼ିଛି ।

"ସାଇଣ୍ଟିଫିକ ଟିମ ହତ୍ୟା ସ୍ଥାନରେ ପହଞ୍ଚି ପ୍ରମାଣ ସଂଗ୍ରହ କରିଛି। ଅଭିଯୁକ୍ତକୁ ପୋଲିସ ଅଟକ ରଖା ଯାଇଛି। ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି ଏହା ପାରିବାରିକ କଳହ। ଯାହା ଫଳରେ ବିଳମ୍ବିତ ରାତିରେ ଲିଲିକୁ ହତ୍ୟା କରାଯାଇଥିବା ସୂଚନା ମିଳିଛି । ତେବେ ପରିବାର ଲୋକଙ୍କ ଅଭିଯୋଗ ପରେ ମାମଲା ରୁଜ୍ଜୁ କରି ତଦନ୍ତ କରାଯିବ," କହିଛନ୍ତି ଭୁବନେଶ୍ୱର ଜୋନ-୫ ଏସିପି ସଂଜୀବ ଶତପଥୀ ।

ପରିବାର ଲୋକଙ୍କ ସୂଚନା ଅନୁସାରେ ସୌଭାଗ୍ୟ ଲିଲିଙ୍କୁ ଦ୍ଵିତୀୟ ବିବାହ  କରିଥିଲେ । ସେମାନଙ୍କର ଚାରି ବର୍ଷର ଏକ କନ୍ୟା ସନ୍ତାନ ଅଛି । ସୌଭାଗ୍ୟ ପ୍ରତି ଦିନ ମଦ ପିଇ ଘରେ ଗଣ୍ଡଗୋଳ କରେ । ଗତକାଲି ସନ୍ଧ୍ୟାରେ ସୌଭାଗ୍ୟର ମୁଣ୍ଡ ଦୋଷ ବାହାରି ଥିଲା । ସେ ଘରେ ସମସ୍ତଙ୍କୁ ମାରପିଟ କରିଥିଲା । ଯାହାକୁ ପାରିଲା ପିଟି ଚାଲିଲା । ନିଜ ବାପା ମାଆ ଭାଇ ଭାଉଜ ସ୍ତ୍ରୀକୁ କାଠ ଫାଲିଆରେ ଆକ୍ରମଣ କରିଥିଲା। ଏହା ଦେଖିବା ପରେ ପୁରା ପରିବାର ଛତ୍ରଭାଙ୍ଗ ଦେଇଥିଲେ ।  ଏହା ପରେ ସେ ନିଜ ସ୍ତ୍ରୀକୁ ଏକ ପଥରରେ ଛେଚି ଚାଲିଥିଲା। ଯନ୍ତ୍ରଣାରେ ଲିଲି ଚିତ୍କାର କରୁଥିବା ବେଳେ ନିଜ ୪ ବର୍ଷର ଝିଅ ଏହା ଦେଖୁଥିଲା। କୁନି ଝିଅ ଆଗରେ ବାପା ମାଆଙ୍କୁ ପିଟିପିଟି ମାରି ଦେଇଥିଲା।
Published by:Soumya Das
First published: