କେଡେ ନୃଶଂସ ବାପା; ନିଜ ହାତରେ ନିଜ ଝିଅକୁ କଚାଡି ମାରିଦେଲା !

ସ୍ୱାମୀ ଓ ସ୍ତ୍ରୀର କଳିକୁ ନେଇ ବଳି ବଡିଲା ୨ ବର୍ଷର କୋମଳମତୀ ଶିଶୁ କନ୍ୟା । ନିଜେ ଜନ୍ମକଲା ବାପା ସାଜିଛି ନିଜ ଝିଅର ହତ୍ୟାକାରୀ । ନିଜ ଝିଅକୁ ତଳେ କଚାଡି ମାରିଛି ବାପା ।

କେଡେ ନୃଶଂସ ବାପା; ନିଜ ହାତରେ ନିଜ ଝିଅକୁ କଚାଡି ମାରିଦେଲା !

କେଡେ ନୃଶଂସ ବାପା; ନିଜ ହାତରେ ନିଜ ଝିଅକୁ କଚାଡି ମାରିଦେଲା !

  • News18 Odia
  • Last Updated :
  • Debagarh, India
  • Share this:
News 18 Odia Digital

ଦେବଗଡ଼; କୁହାଯାଏ ବାପା ଝିଅର ସମ୍ପର୍କ ଖୁବ ଭିନ୍ନ । ସ୍ନେହ, ଆଦରରେ ଝିଅକୁ ବାପା ଖୁବ ଗେହ୍ଲୀରେ ବଢାଇଥାନ୍ତି । କିନ୍ତୁ ଆଜି ଯେଉଁ ଘଟଣା ସାମ୍ନାକୁ ଆସିଛି ତାହା ଜାଣିଲେ ଆପଣଙ୍କ ହୃଦୟ ତରଳିଯିବ । କାରଣ ନିଜେ ଜନ୍ମକଲା ବାପା ସାଜିଛି ନିଜ ଝିଅର ହତ୍ୟାକାରୀ । ନିଜ ଝିଅକୁ ତଳେ କଚାଡି ମାରିଛି ବାପା ।

ସ୍ୱାମୀ ଓ ସ୍ତ୍ରୀର କଳିକୁ ନେଇ ବଳି ବଡିଲା ୨ ବର୍ଷର କୋମଳମତୀ ଶିଶୁ କନ୍ୟା । ମା’ କୋଳରୁ ଛଡାଇ ଆଣି ତଳେ କଚାଡି କଚାଡି ମାରିଦେଲା ନିଷ୍ଠୁର ବାପା । ଦେବଗଡ ଜିଲ୍ଲା ଲମ୍ବଡୁରା ଗ୍ରାମରେ ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି । ଅଭିଯୁକ୍ତକୁ ପୋଲିସ ଗିରଫ କରିଥିବା ବେଳେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ମୃତ ଶିଶୁକନ୍ୟାର ମା’ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

ନିଶାସକ୍ତ ଅବସ୍ଥାରେ ରାକ୍ଷସ ପାଲଟିଗଲା ନିଷ୍ଠୁର ବାପା । ସ୍ନେହ ମମତା ଭୁଲିଯାଇ ଜନ୍ମ କଲା ଝିଅକୁ ନିଜ ହାତରେ ମାରିଦେଲା ବାପା । ସବୁ ଦେଖି ବି ଝିଅକୁ ବଞ୍ଚାଇ ପାରିଲାନି ମା’ ।  ବିଜୁ କିସାନ ନାମକ ବ୍ୟକ୍ତି ଏପରି କାଣ୍ଡ କରିଥିବା ସାମ୍ନାକୁ ଆସିଛି । ପ୍ରାୟ ୩ ବର୍ଷ ହେଲା ବିଜୁ ସୁନ୍ଦରଗଡ ଜିଲ୍ଲା କୁଲକୁତା ଗ୍ରାମର ଶକ୍ନଳଙ୍କୁ ବିବାହ କରିଥିଲେ । ମାତ୍ର ଉଭୟଙ୍କ ମଧ୍ୟରେ ବାରମ୍ବାର ବଚସା ଲାଗି ରହୁଥିବାରୁ ଶକ୍ନଳ ନିଜ ଝିଅକୁ ନେଇ ତାଙ୍କ ମାଆଙ୍କ ଘରେ ରହି ଆସୁଥିଲେ । ମାତ୍ର ଝିଅର ଆଧାରକାର୍ଡ ନେବା ପାଇଁ ଲମ୍ବଡୁରା ଗ୍ରାମକୁ ଆସିଥିବା ବେଳେ ଆଜି ସକାଳୁ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପୁଣି ବଚସା ହୋଇଥିଲା । କିଛି ସମୟ ପରେ ଶକ୍ନଳଙ୍କ କୋଳରୁ ୨ ବର୍ଷର ଝିଅକୁ ଛଡାଇ ଆଣି ବାରମ୍ବାର ତଳେ କଚାଡି କଚାଡି ବିଜୁ ମାରି ଦେଇଥିବା ଅଭିଯୋଗ ହୋଇଛି ।

ଝିଅର କାନ୍ଦ ଶୁଣି ଜଣେ ପଡୋଶୀ ଦୌଡି ଆସି ବିଜୁ ପାଖରୁ ଶିଶୁ କନ୍ୟାକୁ ଉଦ୍ଧାର କରିଥିଲେ । ପରେ ଗ୍ରାମବାସୀଙ୍କ ସହାୟତାରେ ତାଙ୍କୁ ସଙ୍ଗେ ସଙ୍ଗେ ଲଇମୁରା ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ମାତ୍ର ଡାକ୍ତର ସେଠାରେ ଶିଶୁଟିକୁ ମୃତ ଘୋଷଣା କରିଥିଲେ । ଅନ୍ୟପଟେ ହତ୍ୟାକାରୀ ବାପାକୁ ଗ୍ରାମବାସୀ କାବୁ କରି ପୋଲିସକୁ ହସ୍ତାନ୍ତର କରିଥିଲେ । ଏନେଇ ବିଜୁଙ୍କ ସ୍ତ୍ରୀ ଶକ୍ନଳ କିସାନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ବିଜୁଙ୍କୁ ଗିରଫ କରିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ କରିଥିବା ବେଳେ ଅଧିକ ତଦନ୍ତ ଜାରି ରହିଥିବା ଦେବଗଡ ଏସଡିପିଓ ସୂଚନା ଦେଇଛନ୍ତି ।

ଯେଉଁ ହାତ ଧରି ନନ୍ଦିନୀ ବାଟ ଚାଲିଥାନ୍ତା ସେହି ହାତରେ କଚାଡି ମାରିଦେଲା ରାକ୍ଷସ ବାପା । ସେପଟେ ଜନ୍ମ କଲା ଝିଅକୁ ନିଜ ଆଖି ସାମ୍ନାରେ ହରାଇ ବାହୁନି ବାହୁନି କାନ୍ଦୁଛି ମା’ । ଏଭଳି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଅଭିଯୁକ୍ତ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି ।
Published by:Soubhagya Mishra
First published: