ନୃଶଂସ ସ୍ବାମୀ; ପତ୍ନୀଙ୍କୁ ହାଣିବା ପରେ ଝିଅର ତଣ୍ଟି କଟିଲା ବାପା

ରାଜ୍ୟ ରାଜଧାନୀରେ ଚାଞ୍ଚଲ୍ୟ। ସ୍ତ୍ରୀକୁ ବିଭତ୍ସ ହତ୍ୟା ପରେ ୫ ବର୍ଷ ଝିଅର ତଣ୍ଟି କାଟିଲା ବାପା। ଘଟଣା ସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ କୁନି ଝିଅକୁ ଗୁରୁତର ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପତ୍ନୀଙ୍କୁ ହାଣିବା ପରେ ଝିଅର ତଣ୍ଟି କଟିଲା ବାପା

ପତ୍ନୀଙ୍କୁ ହାଣିବା ପରେ ଝିଅର ତଣ୍ଟି କଟିଲା ବାପା

  • Share this:
News18 Odia Digital

ଭୁବନେଶ୍ବର: ରାଜ୍ୟ ରାଜଧାନୀରେ ଚାଞ୍ଚଲ୍ୟ। ସ୍ତ୍ରୀକୁ ବିଭତ୍ସ ହତ୍ୟାପରେ ୫ ବର୍ଷ ଝିଅର ତଣ୍ଟି କାଟିଲା ରାକ୍ଷସ ବାପା। ଘଟଣା ସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ କୁନି ଝିଅକୁ ଗୁରୁତର ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ଘଟଣା ସ୍ଥଳରେ ଭୁବନେଶ୍ୱର ଡିସିପିଙ୍କ ସମେତ ସାଇଣ୍ଟିଫିକ ଟିମ ବରିଷ୍ଠ ପୋଲିସ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ ସ୍ଵାମୀକୁ ଗିରଫ କରିଛି ଭରତପୁର ଥାନା ପୋଲିସ।

ନୃଶଂସ, ଅମାନବୀୟ, ପିଶାଚ। ନିଶାଶକ୍ତ ଯୁବକର ଜଙ୍ଘନ୍ୟ କାଣ୍ଡ। ପତ୍ନୀଙ୍କୁ ହାଣିଲା, ଝିଅର ତଣ୍ଟି କାଟିଲା। ରାତି ଅଧରେ ରକ୍ତ ରଞ୍ଜିତ ହେଲା ବନ୍ଦ ଘର। ଏଭଳି ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି ଭରତପୁର ଥାନା ଘାଟିକିଆ ଗାଁ ଭିତରୁ। ବନ୍ଦ ଘର ଭିତରେ ରାତିରେ ହୋଇଛି ଜଙ୍ଘନ୍ୟ ହତ୍ୟାକାଣ୍ଡ। ଘରର ଚଟାଣ ସାରା ପଡ଼ିଛି ରକ୍ତର ଛିଟା। ଘରର ଗୋଟିଏ କଣରେ ପଡ଼ିଛି ମହିଳାଙ୍କ ମୃତଦେହ। ହତ୍ୟାକାଣ୍ଡ ଏତେ ଭୟଙ୍କର ଥିଲା ଯେ ମହିଳା ଜଣଙ୍କ ବଞ୍ଚିବା ପାଇଁ ଚିତ୍କାର କରୁଥିବାର କିଛି ଛାପ ଦେଖିବାକୁ ମଧ୍ୟ ମିଳିଛି।

ପୋଲିସ ସୂଚନା ଅନୁସାରେ, ଏ ଘର ହେଉଛି ଘାଟିକିଆ ଗାଁର ସଞ୍ଜିତ ଦାସଙ୍କର। ଘରେ ପଡ଼ି ରହିଥିବା ମୃତଦେହଟି ସଞ୍ଜିତ ପତ୍ନୀ ସରସ୍ୱତୀଙ୍କର। ବୁଧବାର ବିଳମ୍ବିତ ରାତିରେ କୌଣସି କାରଣ ପାଇଁ ଏକ କଟୁରି ସାହାଯ୍ୟରେ ସରସ୍ୱତୀଙ୍କୁ ସଞ୍ଜିତ ହତ୍ୟା କରିଛି। ପତ୍ନୀଙ୍କୁ ହତ୍ୟା କରିବା ପରେ ଘରେ ସୋଇଥିବା ୫ ବର୍ଷର ଝିଅର ତଣ୍ଟି କାଟି ଦେଇଥିଲା ନୃଶଂସ ବାପା। ଗୁରୁତର ଅବସ୍ଥାରେ ନାବଳିକା ଝିଅକୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ଘଟଣା ସ୍ଥଳରେ ଭରତପୁର ଥାନା ପୋଲିସ ଓ ଖଣ୍ଡଗିରି ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ।

ସ୍ତ୍ରୀକୁ ବିଭତ୍ସ ହତ୍ୟା ପରେ ୫ ବର୍ଷ ଝିଅର ତଣ୍ଟି କାଟିଲା ବାପା


ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ସଞ୍ଜିତ କୌଣସି କାମଧନ୍ଦା କରୁ ନଥିବା ବେଳେ, ପତ୍ନୀ ସରସ୍ୱତୀ ଏକ ଘରୋଇ ହସ୍ପିଟାଲରେ ନର୍ସ ଭାବେ କାମ କରନ୍ତି। ସଞ୍ଜିତ ନିଶା ଖାଇବା ପାଇଁ ପ୍ରତିଦିନ ସରସ୍ବତୀଙ୍କ ଠାରୁ ଟଙ୍କା ନିଅନ୍ତି। ଟଙ୍କା ନେଦେଲେ ମାଡ଼ ମାରିବା ସହ ଗାଳି ଗୁଳଜ କରନ୍ତି। ତାଙ୍କର ଏକ ୫ ବର୍ଷର ଝିଅ ଥିବାବେଳେ ଗତ ୪ ଦିନ ତଳେ ଏକ ନବଜାତ ଶିଶୁ କନ୍ୟା ଜନ୍ମ ହୋଇଛି।

ବୁଧବାର ରାତିରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଝଗଡା ହୋଇଥିଲା। ଆଉ ଯାହାର ଫଳ ସ୍ୱରପ ଏକ କଟୁରିରେ ପତ୍ନୀଙ୍କୁ ହାଣିବା ସହ ୫ ବର୍ଷର ଝିଅର ତଣ୍ଟି କାଟିଥିଲା ସଞ୍ଜିତ। ଘଟାଣ ସ୍ଥଳରେ ସରସ୍ଵତୀଙ୍କ ମୃତ୍ୟୁ ହୋଇଥିବା ବେଳେ କୁନି ଝିଅକୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହେଲେ ପିଶାଚ ବାପା ଠାରୁ ଅଳ୍ପକେ ବର୍ତ୍ତିଗଲା ୪ ଦିନର ଶିଶୁ କନ୍ୟା।

"ସାଇଣ୍ଟିଫିକ ଟିମ ଜରିଆରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଘଟଣା ସ୍ଥଳରୁ ରକ୍ତ ନମୁନା ସଂଗ୍ରହ କରିଛି ସାଇଣ୍ଟିଫିକ ଟିମ। କେଉଁ କାରଣ ପାଇଁ ପତ୍ନୀଙ୍କୁ ହତ୍ୟା କରିବା ସହ ଝିଅର ତଣ୍ଟି କାଟିଲା ଅଭିଯୁକ୍ତ ତାହା ସ୍ପଷ୍ଟ ହୋଇନି। ଅଭିଯୁକ୍ତ ସଞ୍ଜିତକୁ ପୋଲିସ ଅଟକ ରଖି ପଚରାଉଚରା କରୁଛି। ସ୍ଥାନୀୟ ଲୋକଙ୍କ ବୟାନ ରେକର୍ଡ ହୋଇଛି। ଶବ ବ୍ୟବଚ୍ଛେଦ ପାଇଁ ମୃତଦେହର କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଛି। ତେବେ ଅଭିଯୁକ୍ତକୁ ପଚରାଉଚରା ପରେ ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହେବ," କହିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ।

ପ୍ରଶ୍ନ ଉଠୁଛି କାହିଁକି ପତ୍ନୀଙ୍କୁ ହତ୍ୟାକଲା ସଞ୍ଜିତ? ହତ୍ୟା ପଛରେ ପାରିବାରିକ କଳହ ନା ନିଶା? ନିଶା ଖାଇବାକୁ ଟଙ୍କା ନ ଦେବାରୁ ସ୍ତ୍ରୀକୁ ହତ୍ୟା କରିଛି କି ସଞ୍ଜିତ? ଯଦି ନିଶା ଖାଇବାକୁ ନେଇ ହତ୍ୟା, ତେବେ ୫ ବର୍ଷ ଝିଅର ତଣ୍ଟି କାହିଁକି କାଟିଲା? ଏହାରି ମଧ୍ୟରେ ଆଉ ଏକ ଖବର ସାମ୍ନାକୁ ଆସିଛି। ୪ ଦିନ ତଳେ ସରସ୍ୱତୀ ପୁଣି ଏକ ଶିଶୁ କନ୍ୟା ଜନ୍ମ କରିଥିବାରୁ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଝଗଡା ହୋଇଥିଲା। ଯାହାରର ପରିଣାମ ଏତେ ଭୟଙ୍କର ଥିଲା।
Published by:Lipina Das
First published: