ନାବାଳିକା ଝିଅକୁ ଲକ୍ଷେ ଟଙ୍କାରେ ବିକ୍ରି କରିଥିଲେ ବାପା ମାଆ; ଉଦ୍ଧାର କଲା ପୋଲିସ

ଜଣେ ୧୬ ବର୍ଷର ମେଧାବୀ ନାବାଳିକା ମାଟ୍ରିକ ପରୀକ୍ଷାରେ ପାସ କରିବା ପରେ ତାର ବାପା ମାଆ ଝିଅକୁ ଲକ୍ଷେ ଟଙ୍କାରେ ବିକ୍ରି କରିଦେଇଥିଲେ ।

ନାବାଳିକା ଝିଅକୁ ଲକ୍ଷେ ଟଙ୍କାରେ ବିକ୍ରି କରିଥିଲେ ବାପା ମାଆ; ଉଦ୍ଧାର କଲା ପୋଲିସ

ନାବାଳିକା ଝିଅକୁ ଲକ୍ଷେ ଟଙ୍କାରେ ବିକ୍ରି କରିଥିଲେ ବାପା ମାଆ; ଉଦ୍ଧାର କଲା ପୋଲିସ

  • News18 Odia
  • Last Updated :
  • Jagatsinghapur, India
  • Share this:
News 18 Odia Digital

ଜଗତସିଂହପୁର; ତିର୍ତ୍ତୋଲ ଅଞ୍ଚଳର ଜଣେ ମେଧାବୀ ନାବାଳିକା ଛାତ୍ରୀଙ୍କୁ ଏକ ଲକ୍ଷ ଟଙ୍କାରେ ତାର ବାପା ମାଆ ବିକ୍ରି କରିବା ସହ ବାର ମାଲିକକୁ ବିବାହ କରାଇଥିବା ଘଟଣା ଏବେ ସାରା ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସୂଚନା ଅନୁସାରେ ଜଣେ୧୬ ବର୍ଷୀୟା ମେଧାବୀ ନାବାଳିକା ମାଟ୍ରିକ ପରୀକ୍ଷାରେ ପାସ କରିବା ପରେ ତାର ବାପା ମାଆ ଝିଅକୁ ଲକ୍ଷେ ଟଙ୍କାରେ ବିକ୍ରି କରି ଦେଇଥିବା ଅଭିଯୋଗ ଆସିଥିଲା।

ଭଦ୍ରକରେ ନଜରବନ୍ଦୀ ଥିବା ଅବସ୍ଥାରେ ସଂପୃକ୍ତ ନାବାଳିକା କୌଶଳରେ ଏକ ଚିଠିକୁ ଜଣେ ଟ୍ରକ ଚାଳକଙ୍କ ହାତରେ କଟକର ସ୍ବେଚ୍ଛାସେବୀ ଅନୁଷ୍ଠାନ ବସୁନ୍ଧରା ଠିକଣାରେ ପଠାଇ ଥିଲେ । ଏନେଇ ସମ୍ପୃକ୍ତ ନାବାଳିକା ବିପଦରେ ଥିବା ନେଇ ଜଣାଇବା ସହିତ ଉଦ୍ଧାର ପାଇଁ ବସୁନ୍ଧରାକୁ ଚିଠି ଲେଖିଥିବା ଜଣାପଡିବା ପରେ ଜଗତସିଂହପୁର ଚାଇଲ୍ଡ ଲାଇନ ପକ୍ଷରୁ ତିର୍ତ୍ତୋଲ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ଏହା ପୋଲିସ ତନାଘନା କରିବା ନାବାଳିକାକୁ ଉଦ୍ଧାର କରିଛି । ଏବେ ପୋଲିସ ନାବାଳିକାକୁ ଶିଶୁ ଆଶ୍ରମରେ ରଖି ଅଧିକ ତଦନ୍ତ ଚଳାଇଥିବା ଚାଇଲଡ଼ ଲାଇନର ସଦସ୍ୟା କହିଛନ୍ତି ।

ତେବେ ଏହି ଅଭିଯୋଗପରେ ତିର୍ତ୍ତୋଲ ଥାନା ପୋଲିସ ତନାଘନା କରିବା ସହିତ ନାବାଳିକାର ବାପା ମାଆକୁ ଥାନାକୁ ଡାକି ପଚରାଉଚରା କରିବା ସହିତ ଝିଅ କୋଉଠି ଅଛି ପଚାରି ଥିଲେ । ହେଲେ ପରିବାର ପକ୍ଷରୁ କହିଥିଲେ ଯେ ତାଙ୍କର ଝିଅ ତାର ମାମୁଁ ଘରେ ଅଛି ଓ ପରଦିନ ଝିଅକୁ ଆଣିବୁ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପ୍ରତିଶ୍ରୁତି ଅନୁସାରେ ତିର୍ତ୍ତୋଲ ଥାନାକୁ ଝିଅକୁ ଆଣି ହାଜିର ହୋଇଥିଲେ । ପରେ ଚାଇଲଡ଼ ଲାଇନର ଏତଲାକୁ ଆଧାର କରି ପୋଲିସ ଜଗତସିଂହପୁର ଜିଲ୍ଲା ଚାଇଲଡ଼ ଲାଇନକୁ ନାବାଳିକାକୁ ହସ୍ତାନ୍ତର କରିଥିଲେ । ସେପଟେ ଏହି ଅଭିଯୋଗକୁ ପରିବାର ପକ୍ଷରୁ ମିଥ୍ୟା ବୋଲି କୁହାଯାଇଥିବା ବେଳେ ଚାଇଲଡ଼ ଲାଇନ ପକ୍ଷରୁ ସମ୍ପୃକ୍ତ ନାବାଳିକାକୁ ଶିଶୁ ଆଶ୍ରମରେ ରଖାଯାଇ ଅଧିକ ତଦନ୍ତ ଚଳାଇଥିବା ଜଣାପଡିଛି । ତଦନ୍ତ ପରେ ସମ୍ପୂର୍ଣ୍ଣ ସତ୍ୟ ଜଣା ପଡିବ ବୋଲି ଅନୁମାନ କରାଯାଉଛି ।
Published by:Soubhagya Mishra
First published: