ଅ।ସିକା ନଳବଣ୍ଟା ଗାଁରେ ପୋଲିସର ଅଚାନକ ଚଢାଉ; ୪୦ଲକ୍ଷରୁ ଅଧିକ ଟଙ୍କାର ବେଅ।ଇନ ବାଣ ଜବତ
- News18 Odia
- Last Updated :
- Ganjam, India
News 18 Odia Digital
ଗଂଜାମ; ଅ।ସିକା ଥାନା ଅନ୍ତର୍ଗତ ନଳବଣ୍ଟା ଗ୍ରାମରେ ହଜାର ହଜାର ଲୋକ ବସବାସ କରନ୍ତି । ଗ୍ରାମଟି ମିନି ଶିବକାଶି ଭାବେ ପରିଚିତ । କାରଣ କାହିଁ କେଉଁ କାଳରୁ ଏଠାକାର କିଛି ଲୋକ ବାଣ ତିଅ।ରି କରିଥାନ୍ତି । ଏଠାରୁ ପ୍ରସ୍ତୁତ ହେଉଥିବା ବାଣ ଜିଲ୍ଲା ତଥା ଜିଲ୍ଲା ବାହାରକୁ ମଧ୍ୟ ଚାଲାଣ କରାଯାଇଥାଏ । ହେଲେ ଅ।ସିକା ପୋଲିସ ପ୍ରଶାସନ ପକ୍ଷରୁ ଏହି ଗାଁରେ ଅଚାନକ ଚଢାଉ କରାଯାଇ ବହୁ ପରିମାଣର ବାଣ ଜବତ କରିବା ସହ ଜଣକୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଜବତ ହୋଇଥିବା ବାଣ ଚାଳିଶି ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ଏସଡିପିଓ ସୂଚନା ଦେଇଛନ୍ତି ।
ଗାଁରେ ଘରେ ଘରେ ବହୁ ପରିମାଣର ବାଣ ରହିଥିବା ସୂଚନା ପାଇ ଅଚାନକ ଅ।ସିକା ପୋଲିସ ପ୍ରଶାସନ ପକ୍ଷରୁ ଚଢାଉ କରାଯାଇଥିଲା । ଏହି ଚଢାଉରେ ବହୁ ପରିମାଣର ବାଣ ଜବତ କରିବାରେ ପୋଲିସ ସକ୍ଷମ ହୋଇଛି । ଅନେକ ବାଣ ମାଫିଅ। ଫେରାର ହୋଇଯାଇଥିବା ସୂଚନା ମିଳିଛି । ତେବେ ଏହି ଗ୍ରାମରେ ବହୁ ବର୍ଷ ହେଲା ବାଣ ତିଅ।ରି ହେଉଥିବାର ସୂଚନା ରହିଛି । “ ଏହି ଗ୍ରାମରେ ବାଣ ବ୍ୟବସାୟକୁ ବନ୍ଦ କରିବାକୁ ହେଲେ ଗାଁରେ ପୋଲିସ ପ୍ରଶାସନ ପକ୍ଷରୁ ସଚେତନତା କରାଯିବାର ଅ।ବଶ୍ୟକତା ରହିଥିବା ବରିଷ୍ଠ ଅ।ଇନଜିବୀ ଦ୍ଵୀତିକୃଷ୍ଣ ସାବତ ସୂଚନା ଦେଇଛନ୍ତି । ”
ଖାଲି ସେତିକି ନୁହେଁ । ଏହି ଗାଁର ପୂର୍ବ କଥାକୁ ଯଦି ନଜର ଦିଅ।ଯାଏ ତେବେ ଅତୀତରେ ମଧ୍ୟ ବାଣରେ ନିଅଁ। ଲାଗି ଅନେକ ଲୋକ ଧନଜୀବନ ନଷ୍ଟ ହୋଇଛି । ତଥାପି ବିପଦପୂର୍ଣ୍ଣ ବ୍ୟବସାୟକୁ ଛାଡିନାହାନ୍ତି ଏଠାକାର ପେଶାଦାର ବ୍ୟବସାୟୀ । ବର୍ଷତମାମ ଏଠାରେ ବାଣ ଭିଡାଯାଉଥିବା ସୂଚନା ରହିଛି । ପ୍ରଶାସନର ଉଦ୍ୟମରେ ଏହାକୁ ରୋକାଯାଇପାରିବ । ସାମାନ୍ୟ ସୂଚନା ମିଳିଲେ କେବଳ ନଳବଣ୍ଟା ନୁହେଁ ଅନ୍ୟ ସ୍ଥାନ ଗୁଡିକରେ ମଧ୍ୟ ଚଢାଉ ପାଇଁ ପୋଲିସ ପ୍ରସ୍ତୁତ ଥିବା କହିଛନ୍ତି ଏସଡିପିଓ ଉମା ଶଙ୍କର ସିଂ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।