ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»କଟକର ଡାଲି ବ୍ୟବସାୟୀ ମହମ୍ମଦ୍ ଫାରୁକ୍ ହତ୍ୟାକାଣ୍ଡର ୭ ବର୍ଷ ପରେ ଅଭିଯୁକ୍ତ ଧରା ପଡ଼ିଲା

କଟକର ଡାଲି ବ୍ୟବସାୟୀ ମହମ୍ମଦ୍ ଫାରୁକ୍ ହତ୍ୟାକାଣ୍ଡର ୭ ବର୍ଷ ପରେ ଅଭିଯୁକ୍ତ ଧରା ପଡ଼ିଲା

ବ୍ୟବସାୟୀ ଫାରୁକଙ୍କ ଉପରକୁ ପ୍ରଥମେ ଗୁଳି ଚଳାଇଥିଲା ଶଙ୍କର । ତା’ର ତିନିଟି ଯାକ ଗୁଳି ତାଙ୍କ ଦେହରେ ବାଜିଥିଲା ଓ ସେ ସେଇଠି ଟଳି ପଡ଼ିଥିଲେ । କୁଖ୍ୟାତ ଅପରାଧୀ ଭ୍ରାତା ଡି-ବ୍ରଦର୍ସଙ୍କ ଇସାରାରେ ଘଟିଥିଲା ଏହି ହତ୍ୟାକାଣ୍ଡ ।

କଟକର ଡାଲି ବ୍ୟବସାୟୀ ମହମ୍ମଦ୍ ଫାରୁକ୍ ହତ୍ୟାକାଣ୍ଡର ୭ ବର୍ଷ ପରେ ଅଭିଯୁକ୍ତ ଧରା ପଡ଼ିଲା
ବ୍ୟବସାୟୀ ମହମ୍ମଦ ଫାରୁକ ୟାକୁବ; (ଡାହାଣ) ଅଭିଯୁକ୍ତ ଶଙ୍କର
  • News18 Odia
  • Last Updated: September 1, 2021, 11:54 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: କଟକର ବହୁଚର୍ଚ୍ଚିତ ମାଲଗୋଦାମ ଡାଲି ବ୍ୟବସାୟୀ ମହମ୍ମଦ ଫାରୁକ ୟାକୁବ ହତ୍ୟାକାଣ୍ଡ ମାମଲାରେ ପୋଲିସ ହାତରେ ଧରା ପଡ଼ିଛି ଡି-ବ୍ରଦର୍ସ ଗ୍ୟାଙ୍ଗର ପ୍ରମୁଖ ସାର୍ପ-ସୁଟର୍‌ ଶଙ୍କର ଓରଫ ଦୀପକ ନାୟକ । ଏହି ହତ୍ୟାକାଣ୍ଡର ସାତ ବର୍ଷ ପର ପର୍ଯ୍ୟନ୍ତ ପୋଲିସ ଆଖିରେ ଧୁଳି ଦେଇ ଫେରାର୍‌ ରହିବା ପରେ ତା’ କାରସାଦି ଆଉ କାମ କରି ନ ଥିଲା ।

ଶଙ୍କରକୁ ଗିରଫ କରି ତାକୁ ଘଟଣା ସ୍ଥଳକୁ – ମାଲଗୋଦାମ ସ୍ଥିତ ଫାରୁକଙ୍କ ଦୋକାନକୁ – ନେଇଥିଲା ଓ ସେଠାରେ ସିନ୍ ରିକ୍ରିଏସନ୍ କରାଇଥିଲା ପୋଲିସ । ହତ୍ୟାକାଣ୍ଡ ଭିଆଇବା ପାଇଁ କେତେ ଜଣ ବାଇକରେ ଆସିଥିଲେ, ଫାରୁକ କେଉଁଠି ବସିଥିଲେ, କିଏ କିଏ ଗୁଳି ମାଡ଼ କରିଥିଲେ ଓ ହତ୍ୟାକାଣ୍ଡ ପରେ କେଉଁ ବାଟ ଦେଇ ସେମାନେ ଖସି ଯାଇଥିଲେ ସବୁ କଥା ଗଣମାଧ୍ୟମ ଉପସ୍ଥିତିରେ ପୋଲିସ ଓ ଦୋକାନରେ ବସିଥିବା ଫାରୁକଙ୍କ ପୁଅ ଆଗରେ ବଖାଣିଥିଲା ଶଙ୍କର ।

ଏହା ବି ପଢ଼ନ୍ତୁ | କଶ୍ମୀରରେ ବିଚ୍ଛିନ୍ନତାବାଦୀ ରାଜନୀତିର ପୁରୋଧା ସୈଦ୍ ଅଲୀ ଶାହ ଗିଲାନୀଙ୍କ ଦେହାନ୍ତ ହେଲା

୨୦୧୪ ମସିହା ନଭେମ୍ବର ୧୨ ତାରିଖ ଅପରାହ୍ଣ ପ୍ରାୟ ୪ଟା ବେଳେ ଘଟିଥିଲା ଏହି ହତ୍ୟାକାଣ୍ଡ । ଏହି ମାମଲାରେ ପୂର୍ବରୁ ଡି-ବ୍ରଦର୍ସଙ୍କ ସହ ମୋ’ଟ ପାଞ୍ଚ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଫେରାର ଥିବା ଅନ୍ୟ ତିନି ଅଭିଯୁକ୍ତଙ୍କ ମଧ୍ୟରେ ଥିଲା ଶଙ୍କର । ବ୍ୟବସାୟୀ ମହମ୍ମଦ ଫାରୁକଙ୍କୁ ତାଙ୍କ ଦୋକାନ ଭିତରେ ପଶି ଗୁଳିକାଣ୍ଡ କରିଥିବା ପାଞ୍ଚ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଶଙ୍କର ଥିଲା ଅନ୍ୟତମ । ହତ୍ୟାକାଣ୍ଡ ସମୟରେ ଓ ତା’ର ଠିକ୍‌ ପରେ ପରେ ଲୋକଙ୍କୁ ଭୟଭୀତ କରିବା ପାଇଁ ପ୍ରାୟ ୨୦ ରାଉଣ୍ଡ୍‌ ଗୁଳି ଚଳାଇଥିଲେ ଦୃର୍ବୃତ୍ତ । କିନ୍ତୁ ବ୍ୟବସାୟୀ ଫାରୁକଙ୍କ ଉପରକୁ ପ୍ରଥମେ ଗୁଳି ଚଳାଇଥିଲା ଶଙ୍କର । ସେ ଚଳାଇଥିବା ତିନିଟି ଯାକ ଗୁଳି ଫାରୁକଙ୍କ ଦେହରେ ବାଜିଥିଲା । ଫଳରେ ଘଟଣା ସ୍ଥଳରେ ହିଁ ସେ ଟଳି ପଡ଼ିଥିଲେ ।

ଶଙ୍କରଠାରୁ ଜବତ ହୋଇଥିବା ବନ୍ଧୁକ ଓ ଗୁଳି


ଏହା ବି ପଢ଼ନ୍ତୁ | ଖାଦ୍ୟ ଅର୍ଡ଼ରରେ ବିଳମ୍ବ ହେବାରୁ ହୋଟେଲ୍ ମାଲିକଙ୍କୁ ହତ୍ୟା କଲା ସ୍ୱିଗି ଡେଲିଭରି ବୟ; ଗିରଫ

‘‘ଡାଲି ବ୍ୟବସାୟୀ ମହମ୍ମଦ ଫାରୁକ ହତ୍ୟାକାଣ୍ଡ ମାମଲାରେ ଶଙ୍କର ଅନ୍ୟତମ ଅଭିଯୁକ୍ତ ଥିଲା । ସେ ଜଣେ କୁଖ୍ୟାତ ଅପରାଧୀ । ତା’ ନାଁରେ ପୂର୍ବରୁ ଦୁଇଟି ମାମଲା ଥିଲା । ତା’ର ଡି-ବ୍ରଦର୍ସଙ୍କ ସହିତ ଘନିଷ୍ଟ ଆପରାଧିକ ସମ୍ପର୍କ ଥିଲା ବୋଲି ତଦନ୍ତରୁ ଜଣା ପଡ଼ିଥିଲା । ଶଙ୍କରକୁ ଧରିବା ପରେ ତାକୁ ପଚରା ଉଚରା କରାଯାଉଛି । ଏହି ଘଟଣାରେ ଆଉ କିଏ ରହିଗଲେ ସେମାନଙ୍କୁ ଠାବ କରି ଗିରଫ କରିବା ପାଇଁ ଆମେ ପ୍ରଚେଷ୍ଠା ଜାରି ରଖିଛୁ,’’ କଟକରେ ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

ଏହା ବି ପଢ଼ନ୍ତୁ | ସରିଲା ଆମେରିକାର ମିଶନ୍ କାବୁଲ୍; ଆଫଗାନିସ୍ତାନର ଆକାଶରେ ପୁଣି ଉଇଁଲା ତାଲିବାନୀ ସୂର୍ଯ୍ୟ

କୁଖ୍ୟାତ ଅପରାଧୀ ଭ୍ରାତା ଡି-ବ୍ରଦର୍ସଙ୍କ ଇସାରାରେ ଘଟିଥିଲା ଏହି ବହୁଚର୍ଚ୍ଚିତ ହତ୍ୟାକାଣ୍ଡ । ଦଶ ଲକ୍ଷ ଟଙ୍କାର ବଟି ଦେବାକୁ ମନା କରିବାରୁ ଫାରୁକଙ୍କୁ ହତ୍ୟା କରାଯାଇଥିଲା । ଏହି ହତ୍ୟାକାଣ୍ଡ ଯେତିକି ଲୋମହର୍ଷଣକାରୀ ଥିଲା ସେତିକି ସାଙ୍ଘାତିକ ଥିଲା ଏହା ପଛରେ ଥିବା ଷଡ଼ଯନ୍ତ୍ର । ହତ୍ୟାକାଣ୍ଡ ପରେ ସାହା ସବୁ ଘଟିଲା ଓ ଏବେ ଶଙ୍କର ଧରା ପଡ଼ିବା ଘଟଣା କୌଣସି ସିନେମା କାହାଣୀ ଠାରୁ କମ ରୋଚକ ନୁହେଁ ।

ଶଙ୍କରର ଗିରଫଦାରୀ ଉପରେ କହୁଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ (ଡାହାଣ) ।


ଏହା ବି ପଢ଼ନ୍ତୁ | ପତ୍ନୀଙ୍କ ଇଚ୍ଛା ବିରୋଧରେ ସ୍ୱାମୀ ତାଙ୍କ ସହ Sex କରିବା ବଳାତ୍କାର ନୁହେଁ: ଛତିଶଗଡ଼ ହାଇ କୋର୍ଟ

ପୋଲିସଠାରୁ ମିଳିଥିବା ସୂଚନା ମୁତାବକ କଟକ ରାଣୀହାଟ ବାସିନ୍ଦା ଶଙ୍କର ହତ୍ୟାକାଣ୍ଡ ଘଟାଇବା ପରେ ଅନ୍ୟ ପାଞ୍ଚ ଜଣ ସହଯୋଗୀଙ୍କ ସହ ପ୍ରଥମେ ଭୁବନେଶ୍ବର ଓ ପରେ ଭାଇଜାଗ୍‌ ଚାଲିଯାଇଥିଲା । ସେଠାରେ କିଛି ଦିନ ଏକାଠି ରହିବା ପରେ ଜଣ ଜଣ କରି ଚାରି ଜଣ ଅଭିଯୁକ୍ତ ଭିନ୍ନ ଭିନ୍ନ ସ୍ଥାନକୁ ଚାଲିଯାଇଥିଲେ । ଶଙ୍କର ଚାଲି ଯାଇଥିଲା ବେଙ୍ଗାଲୁରୁ । ସେଠାରେ ଛୋଟ ମୋଟ କାମ କରିବା ସହ ଛଦ୍ମ ନାମରେ ଗଲା ସାତ ବର୍ଷ ଧରି ରହି ଆସୁଥିଲା ସେ ।

ଏହା ବି ପଢ଼ନ୍ତୁ | ଦେଶର ପ୍ରଥମ ମହିଳା ପ୍ରଧାନ ବିଚାରପତି ହୋଇ ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି ଏହି ଜଜ୍

ଏହି ହତ୍ୟାକାଣ୍ଡରେ ପୋଲିସ ପୂର୍ବରୁ ଡି-ବ୍ରଦର୍ସଙ୍କ ସହ ଅନ୍ୟ ତିନି ଜଣଙ୍କୁ ଗିରଫ କରିଥିବା ବେଳେ ଫେରାର ଥିବା ଶଙ୍କର ବାବଦରେ କୌଣସି ସୁରାକ ପାଉ ନ ଥିଲା । ଶଙ୍କର ନିର୍ଦ୍ଦିଷ୍ଟ ଭାବେ କେଉଁ ରାଜ୍ୟରେ ରହୁଛି ସେ ନେଇ ପୋଲିସ ପାଖରେ ସଠିକ୍‌ ସୂଚନା ନ ଥିଲେ ମଧ୍ୟ ଶଙ୍କର ମଝିରେ ମଝିରେ କଟକ ଓ ଆଖପାଖ ଅଞ୍ଚଳକୁ ଆସୁଥିବା ପୋଲିସ ଜାଣିବାକୁ ପାଇଥିଲା । ଦୁଇ ଦିନ ତଳେ ଜଗତସିଂପୁର ଜିଲ୍ଲା ରଘୁନାଥପୁର ଅଞ୍ଚଳରେ ଥିବା ନିଜ ମାମୁଁ ଘରକୁ ଆସି ପୁଣି ଟ୍ରେନ୍‌ ଯୋଗେ ଚେନ୍ନାଇ ଚାଲିଯିବାକୁ ଯୋଜନା କରୁଥିବା ନେଇ ସଠିକ୍‌ ସୂଚନା ପୋଲିସ ପାଖରେ ପହଞ୍ଚିଥିଲା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଘର ଉପରେ ଖସି ପଡ଼ିଲା ବାୟୁ ସେନାର ମିଗ୍୨୧ ଫାଇଟର୍ଜେଟ୍‌; ଜଳିଗଲା ବିମାନ ସହ ଘର

ତା’ ପରେ ଶଙ୍କରକୁ ଧରିବା ପାଇଁ କଟକ କମିଶନେଟ ପୋଲିସ ଏକ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିଲା । ବୁଧବାର ପୂର୍ବାହ୍ନ ପ୍ରାୟ ସାଢେ ୧୦ଟା ବେଳେ ଶଙ୍କର କଟକ ରେଳ ଷ୍ଟେସନକୁ ଆସିଥିବା ସମୟରେ ସେଠାରେ ସାଧା ପୋଷାକରେ ଉପସ୍ଥିତ ଥିବା ପୋଲିସ ଅଧିକାରୀମାନେ ତାକୁ କାବୁ କରି ନେଇଥିଲେ ।



ଶଙ୍କର ପାଖରୁ ଗୋଟିଏ ବନ୍ଧୁକ ଓ ଦୁଇ ରାଉଣ୍ଡ୍‌ ଗୁଳି ଜବତ କରିଛି ପୋଲିସ । ଶଙ୍କର ସାତ ବର୍ଷ ପରେ କଟକ ଫେରିବା ଓ ତା’ ପାଖରୁ ବନ୍ଧୁକ ମିଳିବା ଘଟଣାକୁ ପୋଲିସ ଗୁରୁତର ସହ ନେଇଛି ।
Published by: Anand S.T. Das
First published: September 1, 2021, 11:54 PM IST