ଫାରୁକ୍ ଅବଦୁଲ୍ଲା କହିଲେ: ମୁଁ ମୋ ପତ୍ନୀଙ୍କୁ 'କିସ୍' କରିବାକୁ ଭୟ କରେ; ଦେଖନ୍ତୁ ଭାଇରାଲ୍ ଭିଡିଓ
ଫାରୁକ୍ ଅବଦୁଲ୍ଲା (Farooq Abdullah) ଏହି କାର୍ଯ୍ୟକ୍ରମରେ ଏହା ମଧ୍ୟ କହିଛନ୍ତି ଯେ କରୋନା ଟିକା ଆସିସାରିଛି । କିନ୍ତୁ ଏହା ସମୟ କହିବା ଯେ ଏହି ଟିକା କେତେ ପ୍ରଭାବଶାଳୀ ଅଟେ । ଆଲ୍ଲା କରନ୍ତୁ ଏହି ରୋଗ ସମାପ୍ତ ହୋଇଯାଉ ।

ଫାରୁକ୍ ଅବଦୁଲ୍ଲା କହିଲେ: ମୁଁ ମୋ ପତ୍ନୀଙ୍କୁ 'କିସ୍' କରିବାକୁ ଭୟ କରେ
- News18 Odia
- Last Updated: January 18, 2021, 9:38 AM IST
ଜମ୍ମୁ: ଜାତୀୟ ସମ୍ମିଳନୀ ସଭାପତି ଫାରୁକ୍ ଅବଦୁଲ୍ଲା (Farooq Abdullah) ରବିବାର ଦିନ ଏଠାରେ ଏକ ପୁସ୍ତକ ଉନ୍ମୋଚନ କରି ଲୋକଙ୍କୁ ବହୁତ ହସାଇଥିଲେ । ସେ କହିଛନ୍ତି, "କରୋନା ଭାଇରସ (Coronavirus) ଏକ ଅଦ୍ଭୁତ ପରିସ୍ଥିତି ସୃଷ୍ଟି କରିଦେଇଛି । ଯେବେଠାରୁ ଏହି ମହାମାରୀ ଆସିଛି ସେବେଠାରୁ ଆଜି ପର୍ଯ୍ୟନ୍ତ ନିଜ ପତ୍ନୀଙ୍କୁ କିସ୍ ମଧ୍ୟ କରିନାହିଁ ।" ଏହା ଶୁଣି ସେଠାରେ ଉପସ୍ଥିତ ଦର୍ଶକମାନେ ହସିବାକୁ ଲାଗିଥିଲେ । ଫାରୁକ୍ ଅବଦୁଲ୍ଲାଙ୍କର ଏହି ଭିଡିଓ ଭାଇରାଲ୍ (Video Viral) ହେବାରେ ଲାଗିଛି ।
Dr #FarooqAbdullah is old by age but he is young by heart. 🥰 pic.twitter.com/kG59toErlV
— Sajjad Kargili (@Sajjad_Kargili) January 17, 2021
"ଆଲ୍ଲା କରନ୍ତୁ ଏହି ରୋଗ ସମାପ୍ତ ହୋଇଯାଉ"
ଏହି କାର୍ଯ୍ୟକ୍ରମରେ ଫାରୁକ୍ ଅବଦୁଲ୍ଲା (Farooq Abdullah) ଏହା ମଧ୍ୟ କହିଛନ୍ତି ଯେ କରୋନା ଟିକା ଆସିସାରିଛି । କିନ୍ତୁ ଏହା ସମୟ କହିବା ଯେ ଏହି ଟିକା କେତେ ପ୍ରଭାବଶାଳୀ ଅଟେ । ଆଲ୍ଲା କରନ୍ତୁ ଏହି ରୋଗ ସମାପ୍ତ ହୋଇଯାଉ । କିନ୍ତୁ ଆଜିକାଲି ମୁଁ ହାତ ମିଳାଇବା ଓ ଆଲିଙ୍ଗନ କରିବାକୁ ଭୟ କରୁଛି । ଏହାକୁ ନେଇ ସେଠାରେ ଉପସ୍ଥିତ ଦର୍ଶକମାନେ ଜୋରରେ ହସିବାକୁ ଲାଗିଲେ । ତାଙ୍କ ମନ୍ତବ୍ୟର ଏକ ଭିଡିଓ କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
ଜମ୍ମୁ କାଶ୍ମୀରରେ କରୋନା
ଜମ୍ମୁ କାଶ୍ମୀରରେ କୋଭିଡ -୧୯ ସଂକ୍ରମଣର ୧୨୬ ଟି ନୂଆ ମାମଲା ଆସିବା ପରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୧,୨୩,୩୪୩ କୁ ବୃଦ୍ଧି ପାଇଛି। ସଂକ୍ରମଣର ନୂଆ ମାମଲାର ୬୨ଟି ମାମଲା ଜାମ୍ମୁ ଡିଭିଜନ ଓ କାଶ୍ମୀର ଡିଭିଜନରୁ ୬୧ଟି ମାମଲା ଆସିଛି ।