କେନ୍ଦ୍ରର PM-KISAN ଯୋଜନାରେ ଚାଷୀଙ୍କୁ ମିଳିବ ଷଷ୍ଠ କିସ୍ତିର ଟଙ୍କା; କାଳିଆ ଟଙ୍କା ଅପେକ୍ଷାରେ ଚାଷୀ

କାଳିଆ ଯୋଜନାରେ ପୂର୍ବରୁ ଦୁଇଟି କିସ୍ତିରେ ୧୦,୦୦୦ ଟଙ୍କା ଓ ପିଏମ କିସାନ ଯୋଜନାରେ ୩ଟି କିସ୍ତିରେ ୬,୦୦୦ ଟଙ୍କା ଦିଆଯିବ ବୋଲି ଘୋଷଣା ହୋଇଥିଲା । କିନ୍ତୁ ଉଭୟ ଯୋଜନାର ମିଶ୍ରଣ ପ୍ରକ୍ରିୟା ଚାଲିଥିବାରୁ ଆଗାମୀ ଦିନରେ ଚାଷୀଙ୍କୁ ରାଜ୍ୟ ସରକାର ବାର୍ଷିକ ୪,୦୦୦ ଟଙ୍କା ଓ କେନ୍ଦ୍ର ସରକାର ୬,୦୦୦ ଟଙ୍କା ଦେବେ।

କେନ୍ଦ୍ରର PM-KISAN ଯୋଜନାରେ ଚାଷୀଙ୍କୁ ମିଳିବ ଷଷ୍ଠ କିସ୍ତିର ଟଙ୍କା; କାଳିଆ ଟଙ୍କା ଅପେକ୍ଷାରେ ଚାଷୀ
ପ୍ରତୀକାତ୍ମକ ଛବି
  • News18 Odia
  • Last Updated: August 12, 2020, 2:47 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଭୁବନେଶ୍ୱର: ପିଏମ କିସାନ ନିଧି ଯୋଜନାରେ ଷଷ୍ଠ କିସ୍ତି ପାଇଁ ପ୍ରଧାନ ମନ୍ତ୍ରୀ ୧୭ ହଜାର କୋଟି ଟଙ୍କା ଘୋଷଣା କରିବା ପରେ କାଳିଆ ଯୋଜନାର ପରବର୍ତ୍ତୀ କିସ୍ତିକୁ ନେଇ ରାଜ୍ୟର ଚାଷୀମାନେ ଆଶା ବାନ୍ଧିଛନ୍ତି । ଏହି ଯୋଜନାରେ ପ୍ରଥମ କିସ୍ତିରେ ସମସ୍ତ ଚାଷୀଙ୍କୁ ସହାୟତା ପ୍ରଦାନ କରାଯାଇଥିବା ବେଳେ ଦ୍ୱିତୀୟ କିସ୍ତିରେ କିଛି ଚାଷୀଙ୍କ ନିକଟକୁ ଯାଇଥିଲା ସହାୟତା । ଅବଶିଷ୍ଟ ହିତାଧିକାରୀଙ୍କୁ ଦ୍ୱିତୀୟ କିସ୍ତି ସହ ଖରିପ ଚାଷ ଚାଲିଥିବାରୁ ତୃତୀୟ କିସ୍ତି କେବେ ମିଳିବ ତାହାକୁ ଚାହିଁ ବସିଛନ୍ତି ଚାଷୀ।ଏହାରି ଭିତରେ ଦ୍ୱିତୀୟ କିସ୍ତିରେ ଅବଶିଷ୍ଟ ଚାଷୀଙ୍କ ସହ ତୃତୀୟ କିସ୍ତି ପାଇଁ ସରକାର ପ୍ରକ୍ରିୟା ଆରମ୍ଭ କରିଥିବା ସୂଚନା ମିଲିଛି। ଖୁବ ଶୀଘ୍ର ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରାଯାଇପାରେ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି।

ପ୍ରଧାନ ମନ୍ତ୍ରୀ କିସାନ ନିଧି ଯୋଜନାରେ ରେ ଷଷ୍ଠ କିସ୍ତି ପାଇଁ ୧୭ ହଜାର କୋଟି ଘୋଷଣା ପରେ କିନ୍ତୁ କାଳିଆ ସହାୟତା ପାଇଁ ଚାଷୀ ଆଶାରେ ରହିଛନ୍ତି।

"ପ୍ରଥମ କିସ୍ତିରେ କାଳିଆ ସହାୟତା ସହ ପିଏମ କିସାନ ସହାୟତା ବି ମିଳିସାରିଛି। କିନ୍ତୁ କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଏ ପର୍ଯ୍ୟନ୍ତ ମିଳି ନାହିଁ,'' କହିଛନ୍ତି କେନ୍ଦ୍ରାପଡ଼ାର ଜଣେ ଚାଷୀ ମଧୁସୂଦନ ଥଟୋଇ ।

''ବର୍ତ୍ତମାନ ଚାଷ କାର୍ଯ୍ୟ ଜାରି ରହିଛି। ଗତ ରବିବାର ପ୍ରଧାନ ମନ୍ତ୍ରୀ କିଷାନ ଯୋଜନାରେ ଷଷ୍ଠ କିସ୍ତି ଦେବାକୁ ସରକାର ଘୋଷଣା କରିଛନ୍ତି। କାଳିଆ ର ପରବର୍ତ୍ତୀ କିସ୍ତି ମିଳିଲେ ଚାଷ କାର୍ଯ୍ୟ ପାଇଁ ବେଶ ସହାୟକ ହୁଅନ୍ତା,'' କହିଛନ୍ତି ଅନ୍ୟ ଜଣେ ଚାଷୀ ପ୍ରଦୀପ ଜେନା କହିଛନ୍ତି ।

ଅଯୋଗ୍ୟ ହିତାଧିକାରୀଙ୍କ ସହାୟତା ଫେରସ୍ତ ପ୍ରକ୍ରିୟା ନିଷ୍ପତ୍ତିକୁ ସ୍ଥଗିତ ରଖିବାକୁ ସରକାର ଏହି ପଦକ୍ଷେପକୁ ନେଇ ଚାଷୀ ସାମାନ୍ୟ ଆଶ୍ୱସ୍ତି ପାଇଛନ୍ତି। କିନ୍ତୁ ବିରୋଧୀ ଦଳ ଏହାକୁ ସହଜରେ ହଜମ କରି ପାରିନାହାଁନ୍ତି । ପ୍ରକ୍ରିୟାକୁ ସ୍ଥଗିତ ନୁହେଁ ବରଂ ଚାଷୀଙ୍କୁ ପୁରା ଛାଡ କରିବାକୁ ଦାବି କରିଛନ୍ତି ବିରୋଧୀ।

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି, ''ଚାଷୀ ଟଙ୍କା ମାଗି ନ ଥିଲେ। ନିର୍ବାଚନ ପୂର୍ବରୁ ଟଙ୍କା ଦେଇ ଏବେ କାହିଁକି ମାଗୁଛ? ଏବେ ପ୍ରକ୍ରିୟାକୁ ସ୍ଥଗିତ ରଖିଲେ ହେବନି । ଟଙ୍କା ପୁରା ଛାଡ଼ କରି ଯେଉଁମାନେ ଟଙ୍କା ଦେଇଛନ୍ତି ସମ୍ପୃକ୍ତ ଅଧିକାରୀଙ୍କ ଠାରୁ ଏହା ଭରଣା କରାଯାଉ''। ଏହା ସହ କୋଭିଡ ପରିସ୍ଥିତିରେ କୃଷି ପାଇଁ ସହାୟତା ଘୋଷଣା କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ମଧ୍ୟ ଜଣାଇଛନ୍ତ।

"ଚାଷୀଙ୍କୁ ସମ୍ପୂର୍ଣ ଛାଡ଼ ସହ ଯୋଗ୍ୟ ହିତାଧିକାରୀଙ୍କୁ ବାକି କିସ୍ତି ପ୍ରଦାନ କରିବାକୁ ବ୍ୟବସ୍ଥା କରନ୍ତୁ। ଗତକାଲି ପ୍ରଧାନ ମନ୍ତ୍ରୀ କିସାନ ଯୋଜନାରେ ଟଙ୍କା ଘୋଷଣା ସାରିଥିବାରୁ ରାଜ୍ୟ ସରକାର ପରବର୍ତ୍ତୀ କିସ୍ତି ଦେବାକୁ ସରକାର ଶୀଘ୍ର ବ୍ୟବସ୍ତା କରନ୍ତୁ,'' କହିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି।

ବିରୋଧୀଙ୍କ ଅଭିଯୋଗର ଜବାଵ ରଖି ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଳିକ କହିଛନ୍ତି, "ବର୍ତ୍ତମାନ ପରିସ୍ଥିତିରେ କୃଷକଙ୍କ ସ୍ଥିତିକୁ ଦେଖି ସରକାର ଟଙ୍କା ଫେରାଇବା ପ୍ରକ୍ରିୟାକୁ ସ୍ଥଗିତ ରଖିବାକୁ ଏପରି ନିଷ୍ପତ୍ତି ନେଇଛନ୍ତି । କୃଷକମାନେ ଅସୁବିଧାରେ ଅଛନ୍ତି। ସୁବିଧା ହେଲେ ଫେରାଇବେ। ସମ୍ପୂର୍ଣ ଛାଡ କଥା ବିରୋଧୀ ଦାବି କରୁଛନ୍ତି ସରକାର ବିଚାର କରିବେ। ସରକାରଙ୍କ ଆର୍ଥିକ ଅବସ୍ଥା ଦେଖି ବିଚାର କରିବେ।’’

ଏହା ବି ପଢ଼ନ୍ତୁ | ରୁଷିଆ ଆଣିଲା ବିଶ୍ୱର ପ୍ରଥମ କରୋନା ଟିକା; ରାଷ୍ଟ୍ରପତି ପୁଟିନଙ୍କ ଝିଅଙ୍କୁ ପ୍ରଥମେ ଦିଆଗଲା

ଏହା ବି ପଢ଼ନ୍ତୁ | ପଶ୍ଚିମ ବଙ୍ଗରେ କରୋନା ରୋଗୀଙ୍କୁ ଲୁଟୁଛନ୍ତି ଘରୋଇ ହସପିଟାଲ; ଚିକିତ୍ସା ବିଲ୍ ୧୦.୩୯ ଲକ୍ଷ ଟଙ୍କା!

ପିଏମ କିସାନ ପରେ କାଳିଆ ଯୋଜନାର ପରବର୍ତ୍ତୀ କିସ୍ତି ପ୍ରସଙ୍ଗରେ କହିଛନ୍ତି ଆର୍ଥିକ ସ୍ଥିତିକୁ ଦେଖି ସରକାର ନିଷ୍ପତି ନେବେ। ସରକାର ସଦାବେଳେ ଚାଷୀଙ୍କ ସହିତ ସବୁ ସୁଖ ଦୁଃଖରେ ଅଛନ୍ତି । କୋଭିଡ଼ ପାଇଁ ସବୁ ବିଭାଗ କାମ ବନ୍ଦ ଅଛି। ନୂଆ କାମ ହୋଇପାରିନି। ତେଣୁ ପରିସ୍ଥିତି କୁ ଦେଖି ସରକାର ନିଷ୍ପତ୍ତି ନେବେ ।



କାଳିଆରେ ପୂର୍ବରୁ ଦୁଇଟି କିସ୍ତିରେ ୧୦ ହଜାର ଓ ପିଏମ କିସାନ ରେ ୩ କିସ୍ତିରେ ୬ ହଜାର ପ୍ରଦାନ କରିବାକୁ ଘୋଷଣା କରିଥିଲେ ରାଜ୍ୟ ଓ କେନ୍ଦ୍ର ସରକାର। ଏହି କ୍ରମରେ ରାଜ୍ୟ ସରକାର ପ୍ରଥମ କିସ୍ତି ସହ କିଛି ଚାଷୀଙ୍କୁ ଦ୍ୱିତୀୟ କିସ୍ତି ପ୍ରଦାନ କରିଥିବା ବେଳେ ପିଏମକି ସାନ ରେ ସହାୟତା ପାଇଥିଲେ ଚାଷୀ। ତେବେ କାଳିଆ ଓ କିସାନ ଯୋଜନାର ମିଶ୍ରଣ ନେଇ ପ୍ରକ୍ରିୟା ଚାଲିଥିବାରୁ ଆଗାମୀ ଦିନରେ ରାଜ୍ୟ ସରକାର ଚାଷୀଙ୍କୁ ବାର୍ଷିକ ୪ ହଜାର ଓ କେନ୍ଦ୍ର ସରକାର ଚାଷୀଙ୍କୁ ୬ ହଜାର ଟଙ୍କା ଦେବେ।
Published by: Jagdish Barik
First published: August 12, 2020, 2:00 PM IST
corona virus btn
corona virus btn
Loading