ଚାଷୀଙ୍କୁ ହୋଲି ପୂର୍ବରୁ ମିଳିବ ଉପହାର! PM-KISANର ଅଷ୍ଟମ କିସ୍ତି ତାଲିକାରେ ନିଜ ନାଁ ଦେଖନ୍ତୁ

ମୋଦୀ ସରକାର ହୋଲି ପୂର୍ବରୁ ଚାଷୀମାନଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର୍‌ କରିପାରନ୍ତି । ସରକାର ଆଉ ଏକ ଅଭିଯାନ ଆରମ୍ଭ କରି PM-KISAN ଯୋଜନାର ଲାଭ ନେବାକୁ ଅଯୋଗ୍ୟ ଥିବା ଚାଷୀମାନଙ୍କ ନାଁ ଏହି ତାଲିକାରୁ ହଟାଇବାକୁ ପ୍ରସ୍ତୁତ ହେଉଛନ୍ତି ।

ପି.ଏମ୍. କିସାନ୍ ଯୋଜନାରେ ମୋଟ ୧୧.୭୧ କୋଟି କୃଷକ ଅର୍ଥିକ ସହାୟତା ପାଇଲେଣି ।

ପି.ଏମ୍. କିସାନ୍ ଯୋଜନାରେ ମୋଟ ୧୧.୭୧ କୋଟି କୃଷକ ଅର୍ଥିକ ସହାୟତା ପାଇଲେଣି ।

  • Share this:
News18 Odia Digital

ନୂଆ ଦିଲ୍ଲୀ: କୃଷକଙ୍କ ଆୟ (Farmers' Income) ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାର ଅନେକ ପଦକ୍ଷେପ ନେଇଛନ୍ତି । ଏହି କ୍ରମରେ କୃଷକମାନଙ୍କୁ ଆର୍ଥିକ ସହାୟତା ଦେବାକୁ ପ୍ରଧାନ ମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା (PM-KISAN) ଆରମ୍ଭ ହୋଇଥିଲା । ଏହି ଯୋଜନା ଅଧୀନରେ କୃଷକମାନଙ୍କୁ ପ୍ରତି ବର୍ଷ ତିନୋଟି କିସ୍ତିରେ ଛଅ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା (Financial Support) ଦିଆଯାଉଛି । ଏଥିରେ ୨,୦୦୦ ଟଙ୍କାର ତିନୋଟି କିସ୍ତି ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଉଛି । ଆଶା କରାଯାଉଛି ଯେ ଏଥର କେନ୍ଦ୍ର ସରକାର ହୋଲି ପର୍ବ ପୂର୍ବରୁ କୃଷକଙ୍କ ଆକାଉଣ୍ଟକୁ ଅଷ୍ଟମ କିସ୍ତିର ୨,୦୦୦ ଟଙ୍କା ପଠାଇବେ ।

୧୨ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ପ୍ରଧାନ ମନ୍ତ୍ରୀ କିଷାନ ଯୋଜନାରେ ମୋଟ ୧୧.୭୧ କୋଟି କୃଷକ ଅର୍ଥିକ ସହାୟତା ପାଇଛନ୍ତି । ମୋଦୀ ସରକାର ହୋଲି ପୂର୍ବରୁ ଚାଷୀମାନଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରିପାରନ୍ତି ବୋଲି ଜଣାପଡ଼ିଛି । ଏଥି ସହିତ କେନ୍ଦ୍ର ସରକାର ଏକ ଅଭିଯାନ ଆରମ୍ଭ କରି ସେହି ସବୁ କୃଷକଙ୍କ ନାମ ଏହି ତାଲିକାରୁ ହଟାଇବାକୁ ପ୍ରସ୍ତୁତ ହେଉଛନ୍ତି ଯେଉଁମାନେ ଏହି ଯୋଜନାର ଲାଭ ନେବାକୁ ଯୋଗ୍ୟ ନୁହଁନ୍ତି ।

ଏହା ବି ପଢ଼ନ୍ତୁ ଫଟୋ ଦେଖନ୍ତୁ | ନବରଙ୍ଗପୁରରୁ ଭୁବନେଶ୍ଵର ଆସୁଥିବା ବସ୍ ଟିପର୍ ମଧ୍ୟରେ ମୁହାଁମୁହିଁ ଧକ୍କା; ହେଲପର୍ ମୃତ; ଆହତ

ଏହି ଯୋଜନା ପାଇଁ ସମ୍ପୂର୍ଣ୍ଣ ଅର୍ଥ କେନ୍ଦ୍ର ସରକାର ପ୍ରଦାନ କରୁଛନ୍ତି । ଯଦି ପିଏମ୍ କିସାନ୍ ସମ୍ମାନ ନିଧିର କିସ୍ତି ଏ ପର୍ଯ୍ୟନ୍ତ ଆପଣଙ୍କ ବ୍ୟାଙ୍କ୍‌ ଆକାଉଣ୍ଟକୁ ଆସିନାହିଁ, ତେବେ ଆପଣ ଘରେ ବସି ତାଲିକାକୁ ଦେଖି ନିଜ ସ୍ଥିତି ବିଷୟରେ ସୂଚନା ପାଇପାରିବେ । ଏଥି ପାଇଁ ସର୍ବ ପ୍ରଥମେ PM କିସାନ୍‌ ଅଫିସିଆଲ୍ ୱେବସାଇଟ୍ https://pmkisan.gov.in/ କୁ ଯିବାକୁ ପଡି଼ବ ।

ଏହା ବି ପଢ଼ନ୍ତୁ | ବିଜେପି MLAଙ୍କ ଆତ୍ମହତ୍ୟା ଉଦ୍ୟମ ପର ଠାରୁ କ୍ଷମା ମାଗିବା ଦାବିରେ ରାଜ୍ୟ ବିଧାନ ସଭାରେ ଅଚଳାବସ୍ଥା ଜାରି

ୱେବସାଇଟରେ ପହଞ୍ଚିବା ପରେ ଡାହାଣ ପାର୍ଶ୍ୱରେ ଥିବା ‘ଫାର୍ମର୍ସ କର୍ଣ୍ଣର’ରେ (Farmers Corner) କ୍ଲିକ୍ କରନ୍ତୁ । ତା’ ପରେ ‘ହିତାଧିକାରୀ ସ୍ଥିତି’ (Beneficiary Status) ବିକଳ୍ପ ଉପରେ କ୍ଲିକ୍ କରନ୍ତୁ । ଏବେ ଏକ ନୂତନ ପୃଷ୍ଠା ଖୋଲୁଥିବା ଆପଣ ଦେଖିପାରିବେ । ବର୍ତ୍ତମାନ ଆପଣଙ୍କର ଆଧାର ନମ୍ବର ଓ ମୋବାଇଲ୍ ନମ୍ବର ଟାଇପ୍‌ କରନ୍ତୁ । ତା’ପରେ ଏଠାରେ ଆପଣ ନିଜ ସ୍ଥିତି ବିଷୟରେ ସମ୍ପୂର୍ଣ୍ଣ ସୂଚନା ପାଇପାରିବେ ।

ଏହା ବି ପଢ଼ନ୍ତୁ | ଗଞ୍ଜାମରେ ହତ୍ୟାର ୨୦ ବର୍ଷ ପରେ ଧରାପଡ଼ିଲା ଅଭିଯୁକ୍ତ; ନାଁ ବଦଳାଇ ରାଜମିସ୍ତ୍ରୀ କାମ କରୁଥିଲା

ପ୍ରଧାନ ମନ୍ତ୍ରୀ କିସାନ୍ ସମ୍ମାନ ନିଧି ଯୋଜନା ପାଇଁ ଆପଣ ଘରେ ବସି ନିଜକୁ ପଞ୍ଜୀକୃତ କରିପାରିବେ । ଏଥି ପାଇଁ ଆପଣଙ୍କ ପାଖରେ ନିଜ ଚାଷର ପ୍ରମାଣ, ଆଧାର କାର୍ଡ, ମୋବାଇଲ୍ ନମ୍ବର ଓ ବ୍ୟାଙ୍କ ଆକାଉଣ୍ଟ ନମ୍ବର ରହିଥିବା ଆବଶ୍ୟକ । ଏଥି ପାଇଁ ଆପଣ ପି.ଏମ୍‌. କିସାନ୍‌ ଯୋଜନାର ଆଧିକାରିକ ୱେବସାଇଟକୁ (pmkisan.nic.in) ଯାଇ ନିଜକୁ ପଞ୍ଜୀକୃତ କରିପାରିବେ ।

ଏହା ବି ପଢ଼ନ୍ତୁ | ଭୁବନେଶ୍ୱରରେ ଆତଙ୍କ ରାଜ୍‌: ଦିନ ଦ୍ବିପହରରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣି ମାରିଦେଲେ ଦୁର୍ବୃତ୍ତ

ପ୍ରଧାନ ମନ୍ତ୍ରୀ କିସାନ ସମ୍ମାନ ନିଧି ଅଧୀନରେ ଦେଶର ସବୁ କୃଷକଙ୍କୁ ଆର୍ଥିକ ସୁବିଧା ମିଳେ ନାହିଁ । ଏହି ଯୋଜନା ଅଧୀନରେ ପି.ଏମ୍‌.-କିସାନ ଯୋଜନାର କିସ୍ତି କେବଳ ସେହି ଚାଷୀଙ୍କ ନିକଟକୁ ପଠାଯାଏ ଯେଉଁମାନଙ୍କର ଦୁଇ ହେକ୍ଟର ଅର୍ଥାତ୍‌ ପାଞ୍ଚ ଏକର ଚାଷ ଜମି ରହିଛି ।



ଏବେ କେନ୍ଦ୍ର ସରକାର ଏହି ଯୋଜନା ପାଇଁ ଚାଷ ଜମିର ପରିମାଣ ସୀମାକୁ ବାତିଲ୍‌ କରିଛନ୍ତି । କେହି ଚାଷୀ ଯଦି ଆୟକର ରିଟର୍ଣ୍ଣ ଦାଖଲ କରୁଥାନ୍ତି ତେବେ ତାଙ୍କୁ ପ୍ରଧାନ ମନ୍ତ୍ରୀ କିସାନ ସମ୍ମାନ ନିଧିରୁ ବାଦ୍‌ ଦିଆଯାଇଛି । ଓକିଲ, ଡାକ୍ତର ଓ ସି.ଏ.ଙ୍କୁ ମଧ୍ୟ ଏହି ଯୋଜନାର ବାହାରେ ରଖାଯାଇଛି ।
Published by:Anand S.T. Das
First published: